ବିରାଟ କୋହଲିଙ୍କ ଅଧିନାୟକତ୍ୱରେ RCB କାହିଁକି ଆଇପିଏଲରେ ଫ୍ଲପ୍ ଏହାର ସଠିକ୍ କାରଣ କହିଲେ ଏହି ପୂର୍ବତନ ଓପନର୍

କ୍ୟାପଟେନ ବିରାଟ କୋହଲି ତିନିଟି ଫର୍ମାଟରେ ଅନେକ ଥର ଟିମ୍ ଇଣ୍ଡିଆକୁ ସଫଳତା ଦେଇଛନ୍ତି, କିନ୍ତୁ ଯେତେବେଳେ ଆଇପିଏଲରେ ଆରସିବି ଦଳର ଅଧିନାୟକତ୍ୱ କଥା ଆସେ, ସେତେବେଳେ ତାଙ୍କର ରେକର୍ଡ ଅତ୍ୟନ୍ତ ଖରାପ ବୋଲି କୁହାଯାଏ । କୋହଲିଙ୍କ ଅଧିନାୟକତ୍ୱରେ ଆରସିବି 110 ଟି ମ୍ୟାଚ୍ ଖେଳି 49 ଟି ମ୍ୟାଚ୍ ଜିତି 55 ଟି …
 

କ୍ୟାପଟେନ ବିରାଟ କୋହଲି ତିନିଟି ଫର୍ମାଟରେ ଅନେକ ଥର ଟିମ୍ ଇଣ୍ଡିଆକୁ ସଫଳତା ଦେଇଛନ୍ତି, କିନ୍ତୁ ଯେତେବେଳେ ଆଇପିଏଲରେ ଆରସିବି ଦଳର ଅଧିନାୟକତ୍ୱ କଥା ଆସେ, ସେତେବେଳେ ତାଙ୍କର ରେକର୍ଡ ଅତ୍ୟନ୍ତ ଖରାପ ବୋଲି କୁହାଯାଏ । କୋହଲିଙ୍କ ଅଧିନାୟକତ୍ୱରେ ଆରସିବି 110 ଟି ମ୍ୟାଚ୍ ଖେଳି 49 ଟି ମ୍ୟାଚ୍ ଜିତି 55 ଟି ମ୍ୟାଚ୍ ହାରିଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଆରସିବି ଦଳ ଅନେକ ଥର ପଏଣ୍ଟ ଟେବୁଲର ତଳେ ରହିଆସିଛି।

2011 ମସିହାରେ ବିରାଟ କୋହଲିଙ୍କୁ RCB ର ଅଧିନାୟକ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା, 2017 ଏବଂ 2019 ରେ ଏହି ଦଳ ତଳ ଭାଗରେ ଥିଲା, 2018 ରେ ଏହା ଷଷ୍ଠ ସ୍ଥାନ ପାଇଲା, 2016 ରେ RCB ରନର୍ସଅପ୍ ଥିଲା, ଭାରତ ଦଳର ପୂର୍ବତନ ଓପନର୍ ଆକାଶ ଚୋପ୍ରା ବିଶ୍ୱାସ କରନ୍ତି ଯେ କୋହଲିଙ୍କୁ ଆରସିବି ଅଧିନାୟକ ଭାବେ ବିଫଳ ହେବାର ଅନେକ କାରଣ ଅଛି, ଆକାଶ କୋହଲିଙ୍କୁ ବିଫଳ ଆଇପିଏଲ ଅଧିନାୟକ ବୋଲି ବର୍ଣ୍ଣନା କରିଛନ୍ତି। ଆକାଶ କହିଛନ୍ତି ଯେ ଅନେକ କାରଣ ହେତୁ ଦଳ ଏଭଳି ଖରାପ ପ୍ରଦର୍ଶନ କରୁଛି।

ଆକାଶ ଚୋପ୍ରା କହିଛନ୍ତି ଯେ ‘ପ୍ରଥମ କଥା ହେଉଛି ବିରାଟ ସଠିକ୍ ଓ ସନ୍ତୁଳିତ ଦଳ ବାଛିବାରେ ସକ୍ଷମ ନୁହନ୍ତି ଯେଭଳି KKR,CSK,MI ଦଳ ଭଳି । ଯଦି ଆପଣ ତାଙ୍କ ଦଳର ଶକ୍ତି ଦେଖନ୍ତି, ତେବେ ଆପଣ ବହୁତ ଭୁଲ୍ ଦେଖିପାରିବେ, ଆପଣ ସେଥିରେ ଅନୁଧ୍ୟାନ ପାଇପାରିବେ, ଦଳରେ କୌଣସି ଦ୍ରୁତ ବୋଲର ନାହାଁନ୍ତି, ଯିଏ ଡେଥ୍ ଓଭରରେ ବୋଲିଂ କରିବେ, ଏବଂ ଯିଏ ନମ୍ବର 5 ଏବଂ ନମ୍ବର 6 ରେ ଭଲ ବ୍ୟାଟିଂ କରିପାରିବେ। ସେ କେବେବି ଏହି ସମସ୍ୟାର ସମାଧାନ କରୁନାହାନ୍ତି, ଏହା ଏକ ସଂପୂର୍ଣ୍ଣ ବ୍ୟାଟିଂ ଦଳ, ଯାହାର ସର୍ବଦା ଏକ ବୋଲିଂ ଲାଇନ୍ ଅପ୍ ବହୁତ ଦୃବଳ ଅଟେ, ଯଦି ଆପଣ ସଠିକ୍ ଦଳ ବାଛିବାରେ ସକ୍ଷମ ହୋଇପାରିବେନି, ତେବେ ଜଣେ ଅଧିନାୟକଙ୍କଠାରୁ ଦଳ ପାଇଁ ଭଲ ପଦର୍ଶନ ଆଶା କରନ୍ତୁ ନାହିଁ ବୋଲି କହିଛନ୍ତି ଆକାଶ ଚୋପଡା।