ଜାଫର ଚୟନ କଲେ IPL BEST XI, ଅଧିନାୟକ କଲେ ଏହି ଖେଳାଳିଙ୍କୁ, କହିଲେ ଏହା ବିଶ୍ୱର ସବୁଠାରୁ ଭୟଙ୍କର ଦଳ

 

କ୍ରିକେଟ ଖବର : ୱାସିମ ଜାଫର ଆଇପିଏଲ ଖେଳ ଶେଷ ହେବା ପରେ ଏହି ସିଜିନରେ ନିଜର ବେଷ୍ଟ ପ୍ଲେଇଂ-୧୧ର ତାଲିକା ଘୋଷଣା କରିଛନ୍ତି । କେଏଲ ରାହୁଲ ଓ ଜୋସ ବଟଲରଙ୍କୁ ଓପନିଂ ବ୍ୟାଟସମ୍ୟାନ ଭାବେ ମନୋନୀତ କରିଥିବାବେଳେ ତୃତୀୟ ସ୍ଥାନରେ ରାଜସ୍ଥାନ ରୟାଲସର କ୍ୟାପ୍ଟେନ ସଞ୍ଜୁ ସାମସନଙ୍କୁ ସ୍ଥାନ ଦେଇଛନ୍ତି ।

ଏହାସହିତ ନିଜ ଦଳର କ୍ୟାପ୍ଟେନ ଦାୟିତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଇଛନ୍ତି ଜାଫର୍। ଜାଫର ନିଜ ଦଳରେ ଲିୟାମ ଲିୱିଙ୍ଗଷ୍ଟନ, ଡେଭିଡ଼ ମିଲର ଓ ଦିନେଶ କାର୍ତ୍ତିକଙ୍କୁ ମଧ୍ୟ ସାମିଲ କରିଛନ୍ତି । ବୋଲିଂ କ୍ରମରେ ୱାସିମ ଜାଫର ଆରସିବି ଖେଳାଳି ହର୍ଷଲ ପଟେଲ ଓ ହସରଙ୍ଗାଙ୍କୁ ସ୍ଥାନ ଦେଇଛନ୍ତି ।

ଏହାପରେ ପାୱାରପ୍ଲେରେ ସର୍ବଶ୍ରେଷ୍ଠ ବୋଲିଂ କରିଥିବା ମହମ୍ମସ ଶାମିଙ୍କୁ ମଧ୍ୟ ଜାଫର ନିଜ ଦଳରେ ସାମିଲ କରିଛନ୍ତି ଓ ଶେଷରେ ପର୍ପଲ କ୍ୟାପର ବିଜେତା ୟୁଜବେନ୍ଦ୍ର ଚହଲଙ୍କୁ  ପ୍ଲେଇଂ ଇଲେଭେନରେ ସାମିଲ କରିଛନ୍ତି ଜାଫର୍। 

ୱାସିମ୍ ଜାଫରଙ୍କ ସର୍ବୋତ୍ତମ IPL ଦଳ : 

ଜୋସ୍ ବଟଲର୍, କେ.ଏଲ୍ ରାହୁଲ, ସଞ୍ଜୁ ସାମସନ୍, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଲିଆମ୍ ଲିଭିଙ୍ଗଷ୍ଟୋନ୍, ଡେଭିଡ ମିଲର, ଦୀନେଶ କାର୍ତ୍ତିକ (ୱିକେଟ୍ ରକ୍ଷକ), ହର୍ଷଲ ପଟେଲ, ମହମ୍ମଦ ଶାମି, ୱାନିନ୍ଦୁ ହାସରାଙ୍ଗା, ୟୁଜଭେନ୍ଦ୍ର ଚହଲ