IPL Hstory: ଏହି 4 ଟି ଦଳ IPL ଇତିହାସରେ କରିଛନ୍ତି ସବୁଠାରୁ ସର୍ବନିମ୍ନ ସ୍କୋର, ଦେଖନ୍ତୁ ସମ୍ପୂର୍ଣ ଲିଷ୍ଟ

 

କ୍ରିକେଟ ଖବର: ଇଣ୍ଡିଆନ୍ ପ୍ରିମିୟର ଲିଗର ସଫଳତା ପଛରେ ସବୁଠାରୁ ବଡ କାରଣ ହେଉଛି ସର୍ବୋଚ୍ଚ ଗୁଣାତ୍ମକ ବ୍ୟାଟିଂ। ଟୁର୍ନାମେଣ୍ଟ ଆରମ୍ଭରୁ ଅନେକ ବ୍ୟାଟ୍ସମ୍ୟାନ୍ ଆଇପିଏଲରେ ବଡ଼ ଇନିଂସ ଖେଳିଛନ୍ତି।

ତେବେ ଏପରି କିଛି ଘଟଣା ଘଟିଛି ଯେତେବେଳେ ବୋଲରମାନେ ବ୍ୟାଟିଂ କ୍ରମକୁ ସଂପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ଆଉ ଦୁଇ ଅଙ୍କରେ ହିଁ ବିପକ୍ଷ ଦଳର ରନ ସ୍କୋର ରଖିବାରେ ସଫଳ ହୋଇଛନ୍ତି। ତେବେ ଆଜି ଆମେ ଆପଣଙ୍କୁ IPL ଇତିହାସର 4ଟି ସର୍ବନିମ୍ନ ସ୍କୋର ବିଷୟରେ କହିବାକୁ ଯାଉଛୁ।

1) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର- 49 ବନାମ କୋଲକାତା ନାଇଟ୍ ରାଇଡର୍ସ, 2017 ମସିହା:

ଆଇପିଏଲ୍ ଇତିହାସରେ ସର୍ବନିମ୍ନ ସ୍କୋର ଦୃଷ୍ଟିରୁ RCB ଦଳ ଶୀର୍ଷରେ ଅଛି। 2017 ରେ କୋଲକାତା ନାଇଟ୍ ରାଇଡର୍ସ ବାଙ୍ଗାଲୋର ବିପକ୍ଷରେ ପ୍ରଥମେ ବ୍ୟାଟିଂ କରୁଥିବାବେଳେ 20 ଓଭରରେ 131 ରନ୍ କରି ଆଉଟ୍ ହୋଇଥିଲେ। ଆଉ ଟାର୍ଗେଟକୁ ପିଛା କରି ଆରସିବି ଦଳ କୋଲକାତା ବୋଲରଙ୍କ ସାମ୍ନାରେ ଅଧିକ ସମୟ ତିଷ୍ଠି ପାରିଲେ ନାହିଁ ଏବଂ 9.4 ଓଭରରେ 49 ରନ୍ ସଂଗ୍ରହ କରି ସମସ୍ତ ଖେଳାଳି ଆଉଟ୍ ହୋଇଗଲେ। ଆଉ  କୋଲକାତା 81 ରନରେ ଏହି ମ୍ୟାଚ୍ ଜିତିଥିଲା। ଆଉ IPL 2022 ରେ ହୋଇଥିବା ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ବାଙ୍ଗାଲୋର କରିଥିଲା କମ ରନ। ମାତ୍ର  68 ରନ ସ୍କୋର କରି ଆଇପିଏଲ ଇତିହାସରେ ଷଷ୍ଠ ସର୍ବନିମ୍ନ ସ୍କୋର କରିଛି ଆରସିବି।

2) ରାଜସ୍ଥାନ ରୟାଲ୍ସ- 58 ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, 2009 ମସିହା:

ଆଇପିଏଲର ପ୍ରଥମ ସିଜିନ ଜିତିବା ପରେ ରାଜସ୍ଥାନ ରୟାଲ୍ସ 2009 ରେ କେଭିନ ପିଟରସେନଙ୍କ ଅଧିନାୟକ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ମାତ୍ର 58 ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏହି ମ୍ୟାଚରେ ଆରସିବି ଦଳ ପ୍ରଥମେ ବ୍ୟାଟିଂ କରି 20 ଓଭରରେ 133 ରନ୍ ସଂଗ୍ରହ କରିଥିଲା। ବାଙ୍ଗାଲୋର ପାଇଁ ଅନିଲ କୁମ୍ବଲେଙ୍କ ଚମତ୍କାର ବୋଲିଂ ହେତୁ ଆରସିବି ଏହି ମ୍ୟାଚ ଜିତିଥିଲା।

3) ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ) - 66 ବନାମ ମୁମ୍ବାଇ ଇଣ୍ଡିଆନ୍ସ, 2017 ମସିହା:

6 ମଇ 2017 ରେ ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ 3 ୱିକେଟ୍ ହରାଇ 212 ରନ୍ ସ୍କୋର କରିଥିଲା। ଟାର୍ଗେଟକୁ ଗୋଡ଼ାଇ ଦିଲ୍ଲୀ ଦଳ 13.4 ଓଭରରେ 66 ରନରେ ସୀମିତ ହୋଇଯାଇଥିଲା।

4) ଦିଲ୍ଲୀ ଡେୟାରଡେଭିଲ୍ସ - 67 ବନାମ କିଙ୍ଗସ ଏକାଦଶ ପଞ୍ଜାବ, 2017 ମସିହା:

2017 ସିଜନରେ ଦିଲ୍ଲୀ ଦଳ ପୁଣି ଥରେ ସର୍ବନିମ୍ନ ସ୍କୋର କରିଥିଲା। 30 ଏପ୍ରିଲ 2017 ଦିନ ଟସ୍ ହାରିବା ପରେ ବ୍ୟାଟିଂ କରିବାକୁ ଆସିଥିବା ଦିଲ୍ଲୀ ଦଳ ପଞ୍ଜାବର ବୋଲରଙ୍କ ଆଗରେ ଧରାଶାୟୀ ହୋଇଥିଲେ। ଯାହାଫଳରେ 17.1 ଓଭରରେ 67 ରନ କରି ଅଲଆଉଟ୍ ହୋଇଥିଲା ଦିଲ୍ଲୀ ଦଳ।