ଅତୀତରେ IPL ରେ ରାଜ୍ କରିଥିଲେ ଏହି 5 ଜଣ ଖେଳାଳି, ଏବେ ଏମାନଙ୍କୁ ଚିହିଁବା କଷ୍ଟକର, ଦେଖନ୍ତୁ ଲିଷ୍ଟ

 
କ୍ରିକେଟ୍ ଖବର : କ୍ରିକେଟର ସବୁଠାରୁ ବ୍ୟୟବହୁଳ ଟୁର୍ଣ୍ଣାମେଣ୍ଟ ହେଉଛି ଆଇପିଏଲ। ଏହି ଟୁର୍ନାମେଣ୍ଟ, କ୍ରିକେଟ୍ ଦେଖୁଥିବା ଦର୍ଶକଙ୍କ ଦୃଷ୍ଟିକୋଣ ଏବଂ ଖେଳାଳିଙ୍କ ଜୀବନକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି। ଖେଳାଳିମାନେ ଆଇପିଏଲରୁ ହିଁ ନିଜର ଭାଗ୍ୟ ପରିବର୍ତ୍ତନ କରିପାରିଛନ୍ତି ଆଇପିଏଲ୍ ଅନେକ ଖେଳାଳିଙ୍କ ଭାଗ୍ୟ ବଦଳାଇଛି। ଅନ୍ୟପଟେ କିଛି ଖେଳାଳି ଅଛନ୍ତି ଯେଉଁମାନେ ଆଇପିଏଲର ଗୋଟିଏ ସିଜନରେ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିଥିଲେ। କିନ୍ତୁ ଏହା ପରେ ତାଙ୍କ ନାମ- ଚିହ୍ନ ପ୍ରାୟ ଅଦୃଶ୍ୟ ହୋଇ ଯାଇଛି। ଆଜି, ଏହି ଆର୍ଟିକିଲ୍ ମାଧ୍ୟମରେ, ଆମେ ଆପଣଙ୍କୁ ଏହିପରି ୫ ଜଣ ଖେଳାଳୀ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ କି ଅତୀତରେ ଆଇପିଏଲରେ ଖୁବ ପ୍ରଭାବୀ ଥିଲେ। ମାତ୍ର ବର୍ତ୍ତମାନ ଆଉ ନାହାଁନ୍ତି।

୧)ସ୍ବପ୍ନୀଲ ଅସ୍ନୋଦକର :

ଆଇପିଏଲର ପ୍ରଥମ ସିଜିନରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା ସ୍ବପ୍ନୀଲ ଅସ୍ନୋଦକରଙ୍କୁ କେହି ବି ଆଜି ମନେ ରଖି ନ ଥିବେ। କିନ୍ତୁ ଯେଉଁମାନେ ପ୍ରଥମ ସିଜିନରୁ ଆଇପିଏଲ୍ କୁ ଅତି ନିକଟରୁ ଦେଖିଥିଲେ ସେମାନେ ଅସ୍ନୋଦକରଙ୍କ ବ୍ୟାଟିଂର ଯାଦୁ ଦେଖିଥିବେ ନିଶ୍ଚିତ। ଅସ୍ନୋଦକର ସେର୍ଣ ୱାର୍ନଙ୍କ ଅଧିନାୟକତ୍ୱରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିଲେ। ଆଇପିଏଲ୍ ର ପ୍ରଥମ ସିଜନରେ ସେ ୯ଟି ଇନିଂସ ଖେଳି ୩୧୧ ରନ୍ ସଂଗ୍ରହ କରିଥିଲେ। 

୨) କାମ୍ରାନ୍ ଖାନ୍ :

ବାମହାତୀ ବୋଲର କାମ୍ରାନ୍ ଖାନ୍ ୨୦୦୯ ମସିହାରେ ନିଜର ଆଟାକିଙ୍ଗ ବୋଲିଂ ଯୋଗୁଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉତ୍ତରପ୍ରଦେଶର ଏକ ଗରିବ ପରିବାରରୁ ଆସି କାମରାନ୍ ଖାନ୍ ଆଇପିଏଲ୍ ମାଧ୍ୟମରେ ଅନେକ ନାମ ଅର୍ଜନ କରିଥିଲେ। ସେ ତାଙ୍କ ଆଇପିଏଲ କ୍ୟାରିୟରରେ ୯ ଟି ମ୍ୟାଚରେ ୯ ଟି ୱିକେଟ୍ ନେଇଥିଲେ। କିନ୍ତୁ କାମରାନ୍ ଖାନ ସମସ୍ତ ବୋଲରଙ୍କଠାରୁ ଅଲଗା କରିବା ପାଇଁ କରୁଥିବା ପ୍ରୟାସ ହିଁ ତାଙ୍କୁ ବର୍ତ୍ତମାନ ସମସ୍ୟାରେ ପକାଇଛି। ତାଙ୍କର କ୍ରିକେଟ୍ କ୍ୟାରିୟରରେ ଫୁଲଷ୍ଟପ୍ ଲାଗିଯାଇଛି। ଏମିତିକି ୨୦୧୨ ମସିହାରେ ସେ ଚାଷ କାର୍ଯ୍ୟ କରୁଥିବା ଏକ ଫୋଟ ସାମ୍ନାକୁ ଆସିଥିଲା।

୩) ପାଉଲ୍ ଭାଲଥାଟି :

ବାମହାତୀ ବ୍ୟାଟ୍ସମ୍ୟାନ୍ ପାଉଲ୍ ଭାଲଥାଟି ଆଇପିଏଲରେ କିଙ୍ଗସ ଏକାଦଶ ପଞ୍ଜାବ ଦଳ ପାଇଁ ଖେଳିଛନ୍ତି। ସେ ପଞ୍ଜାବ ପାଇଁ ଅନେକ ସ୍ମରଣୀୟ ଇନିଂସ ଖେଳିଛନ୍ତି। ୨୦୧୧ ମସିହାରେ, ସେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ୬୩ ବଲରେ ୧୨୦ ରନର ଅପରାଜିତ ଇନିଂସ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଏହି ସିଜନରେ ପାଲ୍ ସର୍ବାଧିକ ରନ୍ ସ୍କୋର କରିବାରେ ଷଷ୍ଠ ସ୍ଥାନରେ ଥିଲେ। ତେବେ ପରବର୍ତ୍ତୀ ବର୍ଷ ଖରାପ ଖେଳ ପାଇଁ ତାଙ୍କୁ ଦଳରୁ ବାହାର କରି ଦିଆଯାଇଥିଲା। ସେ ତାଙ୍କ ଆଇପିଏଲ୍ କ୍ୟାରିୟରରେ  ୨୩ ଟି ମ୍ୟାଚ୍ ରେ ୫୦୫ ରନ୍ ସଂଗ୍ରହ କରିଛନ୍ତି। ଯେଉଁଥିରେ ଗୋଟିଏ ଶତକ ଏବଂ ୨ଟି ଅର୍ଦ୍ଧଶତକ ରହିଛି।  ଏହା ବ୍ୟତୀତ ପାଲ୍ ଆଇପିଏଲରେ ବୋଲିଂ କରି ୭ ଟି ୱିକେଟ୍ ନେଇଛନ୍ତି। 

୪) ରାହୁଲ ଶର୍ମା : 

୨୦୧୧ ମସିହାରେ, ପୁଣେ ୱାରିୟର୍ସ ଦଳ ପାଇଁ ଖେଳୁଥିବାବେଳେ ରାହୁଲ ଶର୍ମା ଭଲ ପ୍ରଦର୍ଶନ କରିଥିଲେ। ଆଇପିଏଲରେ ସଚିନ ତେନ୍ଦୁଲକରଙ୍କୁ ଶୁନ ରନରେ ଆଉଟ୍ କରିବା ପରେ ଏହି ଡାହାଣହାତୀ ସ୍ପିନ୍‌ ବୋଲର ହେଡଲାଇନକୁ ଆସିଥିଲେ। ଏହି ସିଜନରେ ରାହୁଲ ୧୩ ଟି ୱିକେଟ୍ ନେଇଥିଲେ, ଏହା ପରେ ସେ ଟିମ୍ ଇଣ୍ଡିଆରେ ଖେଳିବା ପାଇଁ ମଧ୍ୟ ମନୋନୀତ ହୋଇଥିଲେ। ରାହୁଲ ଶର୍ମା ତାଙ୍କ ଆଇପିଏଲ୍ କ୍ୟାରିୟରରେ ୪୪ ଟି ମ୍ୟାଚ୍ ଖେଳିଥିଲେ ଯେଉଁଥିରେ ସେ ୪୦ ୱିକେଟ୍ ନେଇଥିଲେ।  କିନ୍ତୁ  ୨୦୧୨ ମସିହାରେ, ଡ୍ରଗ୍ସ ସେବନ କରୁଥିବାର ଅଭିଯୋଗ ତାଙ୍କ ନାମରେ ଆସିଥିଲା। ସେବେଠାରୁ ତାଙ୍କର କ୍ୟାରିୟରରେ ଲାଗିଯାଇଛି।

୫) ମନବିନ୍ଦର ବିସଲା : 

ପ୍ରଥମ ଆଇପିଏଲ୍ ଟାଇଟଲ୍ ଜିତିବାରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦଳରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ମନବିନ୍ଦର ବିସଲା। ୨୦୧୨ ମସିହାରେ, ସେ ସିଜନର ଅନ୍ତିମ ମ୍ୟାଚ୍ ରେ ୮୯ ରନ୍ ର ଏକ ଇନିଂସ ଖେଳିଥିଲେ। କିନ୍ତୁ ଏହା ପରେ ବିସଲାଙ୍କ ପ୍ରଦର୍ଶନ ବିଶେଷ ଖାସ୍ ନଥିଲା, ଯାହା ପରେ ତାଙ୍କୁ ଦଳରୁ ବାହାରି କରିଦିଆଯାଇଥିଲା। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ମନବିନ୍ଦର ବିସଲା କୋଲକାତା ପାଇଁ ଖେଳୁଥିଲେ। ବିସଲା ତାଙ୍କ ଆଇପିଏଲ କ୍ୟାରିୟରରେ ୩୯ ଟି ମ୍ୟାଚରେ ୭୯୮ ରନ୍ ସଂଗ୍ରହ କରିଛନ୍ତି।  ଯେଉଁଥିରେ ୪ ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ହୋଇ ରହିଛି।