IPL ଇତିହାସରେ ଏହି 3 ଜଣ ବୋଲର୍ କରିଛନ୍ତି ସବୁଠୁ ଦ୍ରୁତ ବୋଲିଂ, ନମ୍ବର 1 ରେ କିଏ ଅଛି ? ଦେଖନ୍ତୁ ଲିଷ୍ଟ

 

କ୍ରିକେଟ ଖବର : ଫଟାପଟ ଆଇପିଏଲରେ ଚାଲିଛି ବ୍ୟାଟିଂ ଆଉ ବୋଲିଂର ଦବଦବା। ପ୍ରତ୍ୟେକ ବ୍ୟାଟ୍ସମ୍ୟାନ ଆଉ ବୋଲର୍ ଉଭୟ ଉଭୟଙ୍କ ଉପରେ ଭାରି ପଡୁଛନ୍ତି। ତେବେ ଗତ 5 ତାରିଖର ହାଇଦ୍ରାବାଦ ବନାମ ଦିଲ୍ଲୀ ମ୍ୟାଚରେ ହାଇଦ୍ରାବାଦର ବୋଲର୍ ଉମ୍ରାନ୍ ମଲିକ ଗୋଟିଏ ବଲ୍ ଘଣ୍ଟାପ୍ରତି 157 କିମି ବେଗରେ ବୋଲିଂ କରିଥିଲେ, ଯାହାକି ସଭିଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହା ପୂର୍ବରୁ ମଧ୍ୟ ସେ ମହେନ୍ଦ୍ର ସିଂ ଧୋନିଙ୍କୁ ବି ଏକ ବଲ୍ ବୋଲିଂ କରିଥିଲେ ଯେଉଁ ବଲର ବେଗ ଘଣ୍ଟାପ୍ରତି 154 କିମି ରହିଥିଲା । ଆଉ ତାହା ଏକ ୟର୍କର୍ ବଲ୍ ରହିଥିଲା।

ତେବେ ଆଇପିଏଲ୍ ଇତିହାସରେ ଉମ୍ରାନଙ୍କ ସହିତ ମଧ୍ୟ ଆହୁରି 2 ଜଣ ବୋଲର୍ ହାଇସ୍ପୀଡ଼ ବୋଲିଂ କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଚାଲନ୍ତୁ ଜାଣିବା ସେହି ରେକର୍ଡଗୁଡିକ ବିଷୟରେ..

1) ଶାନ୍ ଟେଟ୍ : 

ଆଇପିଏଲ୍ ଇତିହାସରେ ସବୁଠୁ ଅଧିକା ହାଇସ୍ପୀଡ଼ ବୋଲିଂର ରେକର୍ଡ ଅଷ୍ଟ୍ରେଲିଆର ପୂର୍ବତନ ବୋଲର୍ ଶାନ୍ ଟେଟଙ୍କ ନାମରେ ରହିଛି। 2011 ମସିହା ସିଜନର ଆଇପିଏଲରେ ସେ ରାଜସ୍ଥାନ ପାଇଁ ଖେଳୁଥିଲେ। ଆଉ ସେହି ସମୟରେ ସେ ଦିଲ୍ଲୀ କ୍ୟାପିଟାଲ୍ସର ଅରୁନ ପିଞ୍ଚଙ୍କୁ ଘଣ୍ଟାପ୍ରତି 157.7 କିମି ବେଗରେ ବୋଲିଂ କରିଥିଲେ। 

2) ଉମ୍ରାନ୍ ମଲିକ :

ଗତ 5 ତାରିଖର ହାଇଦ୍ରାବାଦ ବନାମ ଦିଲ୍ଲୀ ମ୍ୟାଚରେ ହାଇଦ୍ରାବାଦର ବୋଲର୍ ଉମ୍ରାନ୍ ମଲିକ ଗୋଟିଏ ବଲ୍ ଘଣ୍ଟାପ୍ରତି 157 କିମି ବେଗରେ ବୋଲିଂ କରିଥିଲେ। ସେ ରୋଭମାନ ପାୱେଲଙ୍କୁ ଏହି ବେଗରେ ବୋଲିଂ ପକାଇଥିଲେ, କିନ୍ତୁ ପାୱେଲ ଏକ ଶାନଦାର ଚୌକା ମାରିଥିଲେ। 

3) ଏନରିକ :

ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ଫାଷ୍ଟ ବୋଲର୍ ଏନରିକ 2021 ମସିହାର ଆଇପିଏଲ୍ ସିଜନରେ ଘଣ୍ଟାପ୍ରତି 156.2 ବେଗରେ ବୋଲିଂ କରିଥିଲେ। ସେ ଏହି ବଲ୍ ରାଜସ୍ଥାନ ପାଇଁ ଖେଳୁଥିବା ଜୋସ୍ ବଟଲରଙ୍କୁ ପକାଇଥିଲେ।