ଏହି ୫ ଜଣ ବୋଲର IPL ରେ ଏକ ଓଭରରେ ୩୦ରୁ ଅଧିକ ରନ ଦେଇଛନ୍ତି, ଲିଷ୍ଟ ରେ ଦୁଇ ଜଣ ଭାରତୀୟ ବୋଲର ସାମିଲ

 

କ୍ରିକେଟ୍ ଖବର : ଖୁବ୍ କମ୍ ସମୟ ମଧ୍ୟରେ କ୍ରିକେଟ ପ୍ରେମୀମାନଙ୍କୁ ମନୋରଞ୍ଜନ ର ଖୋରାକ ଯୋଗାଉଥିବା ଆଇପିଏଲ୍, ସମସ୍ତଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏଯାବତ ଆଇପିଏଲ୍ ଇତିହାସରେ କେତେକ ଦକ୍ଷ ବ୍ୟାଟ୍ସମ୍ୟାନ ନିଜର ଜଲୱା ଦେଖାଇ ସାରିଛନ୍ତି।  କ୍ରିସ ଗେଲ, ଏବି ଡିଭିଲିୟର୍ସ, ରୋହିତ ଶର୍ମା, ବିରାଟ କୋହଲି,ୟୂସୂଭ ପଠାନଙ୍କ ସମେତ ଅନ୍ୟ ଦକ୍ଷ ବ୍ୟାଟ୍ସମ୍ୟାନ ନିଜର ବିସ୍ଫୋରକ ବ୍ୟାଟିଂକରିଛନ୍ତି। ଏମାନଙ୍କ ଧୂଆଁ ଧାର ବ୍ୟାଟିଂ ବିପକ୍ଷ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଆଇପିଏଲ୍ ରେ ଏଭଳି ଦକ୍ଷ ବ୍ୟାଟ୍ସମ୍ୟାନ ଙ୍କୁ ମୁକାବିଲା କରିବା ପାଇଁ ମଧ୍ୟ କିଛି ଦକ୍ଷ ବୋଲର ମଧ୍ୟ ରହିଛନ୍ତି। ଯେଉଁ ମାନେ କି ଗୋଟିଏ ଓଭରରେ ୩୦ ରନରୁ ଅଧିକ ରନ ବ୍ୟୟ କରିଛନ୍ତି।

ଲୁଙ୍ଗି ଏନଗିଡି:

ଏହି ତାଲିକାରେ ପଞ୍ଚମ ସ୍ଥାନରେ ଅଛନ୍ତି ଚେନ୍ନାଇ ସୁପର କିଙ୍ଗସର ଦ୍ରୁତ ବୋଲର ଲୁଙ୍ଗି ଏନଗିଡି । ଆଇପିଏଲ ୨୦୨୦ରେ ଶାରଜାହଁ ଠାରେ ଅନୁଷ୍ଠିତ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳା ଯାଇଥିବା ମ୍ୟାଚରେ ବ୍ୟାଟ୍ସମ୍ୟାନ ଙ୍କୁ ଗୋଟିଏ ଓଭରରେ ୩୦ ରନ ସଂଗ୍ରହ କରିବାର ସୁଯୋଗ ଦେଇଥିଲେ।  ଜୋଫ୍ରା ଆର୍ଚର 4 ଟି ଛକା ମାରି ଲୁଙ୍ଗିଙ୍କ ଓଭରରେ ଏହି ସଫଳତା ହାସଲ କରିଥିଲେ।

କ୍ରିସ ଜାଡନ :

ପଞ୍ଜାବ କିଙ୍ଗସର ବୋଲର କ୍ରିସ ଜାଡନଙ୍କ ନାମରେ ମଧ୍ୟ ଏହି ରେକର୍ଡ ରହିଛି। ଦିଲ୍ଲୀ କ୍ୟାପିଟାଲ ବିପକ୍ଷ ଖେଳରେ ୨୦ ଓଭରରେ ବ୍ୟାଟ୍ସମ୍ୟାନଙ୍କୁ ଗୋଟିଏ ଓଭରରେ ସେ ୩୦ ରନ ବ୍ୟୟ କରିଥିଲେ।

ଅଶୋକ ଡିଣ୍ଡା:

ଏହି ତାଲିକା ରେ ବୋଲର ଅଶୋକ ଡିଂଡାଙ୍କ ନାମ ମଧ୍ୟ ରହିଛି।  ୨୦୧୭ର ଆଇପିଏଲ୍ ସିଜିନରେ ଅଶୋକ ଡିଣ୍ଡା ରାଇଜିଙ୍ଗ ପୁନେ ସୁପରଜାଏଣ୍ଟସର ଖେଳାଳି ଥିଲେ। ସେହି ସିଜିନରେ  ଟିମ ଫାଇନାଲରେ ମଧ୍ୟ ପହଞ୍ଚାଇଥିଲେ। କେବଳ ଏତିକି ନୁହେଁ ମୁୁମ୍ବାଇ ଇଣ୍ଡିଆନ ବିପକ୍ଷରେ ଡିଣ୍ଡା ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଓଭରରେ 30 ରନ୍ ସଂଗ୍ରହ କରିଥିଲେ।

ରାହୁଲ ଶର୍ମା:

ଏହି ତାଲିକାରେ ୨ୟ ସ୍ଥାନରେ ରହିଛନ୍ତି  ରାଇଜିଂ ପୁନେର ପୂର୍ବତନ ସ୍ପିନ ବୋଲର ରାହୁଲ ଶର୍ମା । ଆଇପିଏଲ ୨୦୧୩ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳି କ୍ରିସ ଗେଲ ରାହୁଲ ଶର୍ମାଙ୍କୁ ଓଭରରେ ୩୧ ରନ୍ ସଂଗ୍ରହ କରିଥିଲେ। 

ରବି ବୋପରା: 

ଆଇପିଏଲ ୨୦୧୦ ସିଜିନରେ କ୍ରିସ ଗେଲ କୋଲକାତା ନାଇଟ ରାଇଡର୍ସ ଟିମର ଖେଳାଳୀ ଥିଲେ । ଟୁର୍ଣ୍ଣାମେଣ୍ଟର ୭ମ ମ୍ୟାଚରେ କେକେଆରର ସାମ୍ନା କିଙ୍ଗସ ଇଲେଭେନ ପଞ୍ଜାବ ଟିମ ସହିତ ହୋଇଥିଲା । ବୋପରାଙ୍କ ଗୋଟିଏ ଓଭରରେ କ୍ରିସ ଗେଲ ୩୩ ରନ୍ ସଂଗ୍ରହ କରିବାର ସୁଯୋଗ ପାଇଥିଲେ ।