IPL 2022 ସରିଲା ପରେ ଡେଭିଡ ୱାର୍ଣ୍ଣର ଖୋଲିଲେ ଗୁମର, କହିଲେ GT ଏବଂ RR ନୁହଁ ଏହି 3ଟି ଟିମ ହେଉଛି ସବୁଠାରୁ ସ୍ପେଶାଲ

 
david warners's 3 fav teams

କ୍ରିକେଟ ଖବର : ନିକଟରେ ସମାପ୍ତ ହୋଇଛି ଆଇପିଏଲ୍ ୨୦୨୨। ଗୁଜୁରାଟ ଦଳ ଆଇପିଏଲର ୧୫ ତମ ସିଜନର ବିଜେତା ହୋଇଛି। ରାଜସ୍ଥାନକୁ ୭ ୱିକେଟରେ ହରାଇ ଗୁଜୁରାଟ ଏହି ସଫଳତା ହାସଲ କରିଛି। ତେବେ ନିକଟରେ ଡେଭିଡ଼ ୱାର୍ଣ୍ଣର ଆଇପିଏଲର ତିନୋଟି ଟିମ୍ ବିଷୟରେ ମତାମତ ପ୍ରକାଶ କରିଛନ୍ତି। 

ଆଇପିଏଲର ଏହି ସିଜିନରେ ଦିଲ୍ଲୀ କ୍ୟାପିଟାଲସ ଟିମରେ ସାମିଲ ହୋଇଥିବା ଡେଭିଡ଼ ୱାର୍ଣ୍ଣରଙ୍କ ପ୍ରଦର୍ଶନ ବେଶ୍ ଭଲ ରହିଥିଲା । ଡେଭିଡ଼ ୱାର୍ଣ୍ଣର ଏହି ସିଜିନରେ ଭଲ ପ୍ରଦର୍ଶନ କରିବା ସହିତ ମ୍ୟାଚରେ ଟିମ ବିଜୟର ମୁଖ୍ୟ ସୂତ୍ରଧାର ମଧ୍ୟ ରହିଥିଲେ।ତେବେ ୱାର୍ଣ୍ଣର ଏହି ସିଜିନକୁ ନେଇ ବିଶେଷ କଥା କହିଛନ୍ତି । 

rcb win

ୱାର୍ଣ୍ଣରଙ୍କ କହିବାନୁଯାୟୀ ଆଇପିଏଲରେ ୩ଟି ଟିମ ଏଭଳି ରହିଛନ୍ତି ଯେଉଁମାନଙ୍କ ସହିତ ଘରୋଇ ମଇଦାନରେ ଖେଳିବା ସହଜ ନୁହେଁ । ଏହି ୩ଟି ଟିମ ହେଲେ ଚେନ୍ନାଇ, ମୁମ୍ବାଇ ଓ ଆରସିବି ଟିମ ।

ଏମାନଙ୍କ ବିପକ୍ଷରେ ଯେଉଁଠି ବି ଖେଳ ହେଉ ଏହି ଟିମକୁ ଦର୍ଶକଙ୍କ ପୁର୍ଣ୍ଣ ସମର୍ଥନ ମିଳିଥାଏ । ଏହା ସହିତ ଦିଲ୍ଲୀ ସହିତ ମୋର ଯେଉଁ ସମୟ ରହିଥିଲା ତାହାକୁ ମୁଁ ବେଶ୍ ପସନ୍ଦ କରିଛି।