କଣ ଆସନ୍ତାବର୍ଷ IPL ରେ ଧୋନି ଖେଳିବେ ? ଧୋନିଙ୍କୁ ନେଇ ବଡ଼ ବୟାନ ଦେଲେ ଶୋଏବ ଅଖତର

 

କ୍ରିକେଟ୍ ଖବର: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତରଙ୍କ କହିବାନୁଯାୟୀ ଚେନ୍ନାଇ ସୁପର କିଙ୍ଗସ କ୍ୟାପ୍ଟେନ ଏମଏସ ଧୋନି ଆଇପିଏଲର ଆହୁରି ଏକ ସିଜିନ ଖେଳିବେ । ୨୦୨୦ ମସିହାରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଧୋନି ସନ୍ୟାସ ଘୋଷଣା କରିବା ପରଠାରୁ ତାଙ୍କର ଆଇପିଏଲରେ କ୍ୟାରିୟରକୁ ନେଇ ଆଲୋଚନା କରାଯାଉଥିଲା ।

ତେବେ ଚଳିତ ସିଜନରେ ସୁପରକିଙ୍ଗସର ଆରମ୍ଭ ନିରାଶଜନକ ରହିଥିଲା । ସିଜିନର ଆରମ୍ଭରେ ଟିମର ମଙ୍ଗ ରବିନ୍ଦ୍ର ଜାଡ଼େଜାଙ୍କୁ ଦିଆଯାଇଥିଲା । କିନ୍ତୁ ଟିମକୁ ଲଗାତାର ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । କିନ୍ତୁ ପରେ ପୁଣିଥରେ ଧୋନି ଟିମର ମଙ୍ଗ ସମ୍ଭାଳିଥିଲେ । ଏହାପରେ ତାଙ୍କର ବ୍ୟାଟିଂର ଯାଦୁ ଦେଖିବାକୁ ମିଳିଥିଲା।ମୁମ୍ବାଇଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଶେଷ ବଲରେ ଚୌକା ମାରି ଚେନ୍ନାଇ ଟିମକୁ ଜିତାଇବାରେ ତାଙ୍କର ଅବଦାନ ବେଶ୍ ରହିଛି ।

ତେବେ ପାକିସ୍ତାନର ପୂବର୍ତନ ଦ୍ରୁତ ବୋଲର ଶୋଏବ ଅଖତର ଧୋନିଙ୍କୂ ପ୍ରଶଂସା କରିବା ସହିତ ଭବିଷ୍ୟବାଣୀ କରି କହିଛନ୍ତି ଯେ, ୪୦ ବର୍ଷୀୟ ଧୋନି ଆଗାମୀ ଆଇପିଏଲ ପରେ ସନ୍ୟାସ ନେଇପାରନ୍ତି।

ସ୍ପୋର୍ଟସ୍କିଡା ସହିତ କଥାବାର୍ତ୍ତା କରିବା ସମୟରେ ଶୋହେବ କହିଛନ୍ତି ଯେ, “ସେ ହେଉଛନ୍ତି ଏମଏସ ଧୋନି।  ସେ କ’ଣ କରିବେ ତାହା ଆପଣ ପୂର୍ବାନୁମାନ କରିପାରିବେ ନାହିଁ। ସେ ଜଣେ ମହାନ ଖେଳାଳି। ଆମେ ସମସ୍ତେ ତାଙ୍କୁ ଭଲପାଉ ଏବଂ ସମ୍ମାନ କରୁ। ବ୍ୟକ୍ତିଗତ ଭାବରେ, ଯଦିଓ, ମୁଁ ଭାବୁଛି ସେ ଆଉ ଏକ ସିଜନରେ ଖେଳିବେ।  କିମ୍ବା ଅନ୍ୟଥା, ସେ ଦଳ ପରିଚାଳନାର ଅଂଶ ହୋଇପାରନ୍ତି।