IPL ନିଲାମକୁ ନେଇ ବଡ଼ ବିବାଦୀୟ ବୟାନ ଦେଲେ ଏହି CSK ଖେଳାଳି, କହିଲେ ପୋଷା କୁକୁର ଭଳି ନିଜକୁ ଲାଗେ ଏବଂ...

 

କ୍ରିକେଟ୍ ଖବର : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୨ର ମେଗା ନିଲାମରେ ଚେନ୍ନାଇ ସୁପର କିଙ୍ଗ୍ସ ରବିନ୍ ଉଥାପ୍ପାଙ୍କୁ ୨ କୋଟି ଟଙ୍କା ଦେଇ ନିଜ ଦଳରେ ଅନ୍ତର୍ଭୁକ୍ତ କରିଛି। ପୁଣିଥରେ ଚେନ୍ନାଇ ସୁପର କିଙ୍ଗ୍ସର ଏକ ଅଂଶ ହୋଇଥିବାରୁ ରବିନ୍ ଉଥାପ୍ପା ଖୁସିବ୍ୟକ୍ତ କରିଛନ୍ତି। କିନ୍ତୁ ନିକଟରେ ଆଇପିଏଲ ନିଲାମ ବିଷୟରେ ରବିନ୍ ଉଥାପ୍ପା ଏକ ବଡ଼ ବୟାନ ଦେଇଛନ୍ତି। ରବିନ୍ କହିଛନ୍ତି ଯେ ନିଲାମକୁ ସମୟରେ ଦେଖାଯାଉଛି ଯେ, ଖେଳାଳିମାନେ ଜଣେ ଜଣେ ବସ୍ତୁ। ଆଉ ତାଙ୍କୁ ଟଙ୍କା ଦେଇ କିଣାଯାଉଛି। 

ରବିନ୍ ଉଥାପ୍ପା ଆଇପିଏଲ୍ ୨୦୨୧ ରେ ଚେନ୍ନାଇ ପାଇଁ ଭଲ ଇନିଂସ ଖେଳିଥିଲେ। ସେ ପ୍ରଥମ କ୍ଵାଲିଫାୟର ପର୍ଯ୍ୟାୟରେ ୪୪ ବଲରେ ୬୩ ରନ୍ ସଂଗ୍ରହ କରିଥିଲେ।  ତା’ପରେ ଫାଇନାଲରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ୧୫ ଟି ବଲରେ ୩୧ ରନ୍ ସଂଗ୍ରହ କରିଥିଲେ। ଅନ୍ୟପଟେ ୨୦୦୬ ରୁ ୨୦୧୫ ମଧ୍ୟରେ ରବିନ୍ ଭାରତ ପାଇଁ ୪୬ ଟି ଦିନିକିଆ ଏବଂ ୧୩ଟି ଟି-୨୦ ମ୍ୟାଚ ଖେଳିଥିଲେ। 

ସେ ଆଇପିଏଲରେ ନିଲାମ ପରିବର୍ତ୍ତେ ଡ୍ରାଫ୍ଟ ପଲିସି ବିଷୟରେ ମତ ଦେଇଛନ୍ତି। ରବିନ୍ କହିଛନ୍ତି ଯେ, “ନିଲାମରେ ସତେ ଯେପରି ଏମିତି ଲାଗୁଚି ଯେମିତି ଆପଣ ଦୀର୍ଘ ସମୟ ପୂର୍ବରୁ ଏକ ପରୀକ୍ଷା ଦେଇଥିଲ ଏବଂ ବର୍ତ୍ତମାନ ଏହାର ଫଳାଫଳ ଆସିବାକୁ ଯାଉଛି। ମୁଁ ଗୃହପାଳିତ ପଶୁ ପରି ଅନୁଭବ କରୁଛି। ଏହା ଭଲ ଉପାୟ ନୁହଁ ଏବଂ ମୁଁ ଭାବୁଛି ଏହା କେବଳ ଭାରତରେ ହୋଇଥାଏ। କାହାର କାର୍ଯ୍ୟଦକ୍ଷତା ବିଷୟରେ ଏକ ମତ ରଖିବା ଏକ ଭିନ୍ନ ବିଷୟ, କିନ୍ତୁ କିଏ କେତେ ମୂଲ୍ୟରେ ବିକ୍ରୟ ହେବ ସେ ବିଷୟରେ ଆଲୋଚନା କରିବା ସମ୍ପୂର୍ଣ୍ଣ ଅଲଗା କଥା। ଯେଉଁ ଖେଳାଳୀମାନେ ବିକ୍ରୟ ହୁଅନ୍ତି ନାହିଁ ସେମାନଙ୍କ ସହିତ କ’ଣ ହୁଏ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ। ଦୀର୍ଘ ଦିନ ଧରି ନିଲାମରେ ରହିଥିବା ଖେଳାଳିଙ୍କୁ ମୋର ସମବେଦନା, କିନ୍ତୁ କୌଣସି ଦଳ ନ ପାଇବା ବେଳେବେଳେ ଏହା ଅତ୍ୟନ୍ତ ନୈରାଶ୍ୟଜନକ ଅଟେ।