୨୦୦୮ IPL ପରଠାରୁ ବିରାଟ, ରୋହିତ ଏବଂ ଧୋନିଙ୍କ ମଧ୍ୟରୁ ସର୍ବାଧିକ ଦରମା କିଏ ପାଇଛି, ଦେଖନ୍ତୁ ଲିଷ୍ଟ

 
କ୍ରିକେଟ୍ ଖବର: ବର୍ତ୍ତମାନ ଆଇପିଏଲ ୨୦୨୨ ର ମେଗା ନିଲାମକୁ କେବଳ ଦୁଇ ଦିନ ବାକି ଅଛି। ମେଗା ନିଲାମ ପରେ ଅନେକ ଖେଳାଳିଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ, ଯଦି ଆମେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବିଷୟରେ କଥା ହେବା, ତା’ହେଲେ ତାଙ୍କ ରୋଜଗାରରେ ବୃଦ୍ଧି ଘଟିଛି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଏପର୍ଯ୍ୟନ୍ତ ଆଇପିଏଲରେ ବିରାଟ କୋହଲି କେବଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ଖେଳିଛନ୍ତି। ୨୦୦୮ ମସିହାରେ ଆଇପିଏଲ୍ ର ପ୍ରଥମ ସିଜନରେ ତାଙ୍କୁ ବେତନ ହିସାବରେ ମାତ୍ର ୧୨ ଲକ୍ଷ ଟଙ୍କା ମିଳିଥିଲା । ଏହା ପରେ କୋହଲି ତାଙ୍କର ଖେଳ ପ୍ରଦର୍ଶନ ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ପରେ ପରେ ସେ ଦଳର ଅଧିନାୟକ ମଧ୍ୟ ହୋଇଥିଲେ, ଯେଉଁଥିପାଇଁ ତାଙ୍କ ଦରମାରେ ମଧ୍ୟ ବୃଦ୍ଧି ଘଟିଥିଲା।

ବର୍ତ୍ତମାନ ସମୟ ବିଷୟରେ କହିବାକୁ ଗଲେ, ତାଙ୍କୁ ବାଙ୍ଗାଲୋର ଦ୍ୱାରା ଆଇପିଏଲ ୨୦୨୨ ପାଇଁ ୧୫ କୋଟି ଟଙ୍କାରେ ରଖିଛି ପ୍ରାଞ୍ଚାଇଜ୍।  ଯଦି ଆମେ କୋହଲିଙ୍କ ଦରମାକୁ ଦେଖିବା, ତେବେ ୨୦୦୮ ମସିହାର ଦରମା ଆଉ ୨୦୨୨ ମସିହାର ଦରମା ମଧ୍ୟରେ ବହୁତ ବଡ଼ ପାର୍ଥକ୍ୟ ଦେଖାଯାଇଛି। ପାଖାପାଖି ୧୨୫ ଗୁଣ ବୃଦ୍ଧି ପାଇଛି କୋହଲିଙ୍କର ଦରମା। ୨୦୦୯ରୁ କୋହଲି ଆଇପିଏଲ ବାଙ୍ଗାଲୋର ଦଳ ପାଇଁ ଅଧିନାୟକତ୍ୱ କରୁଛନ୍ତି। କିନ୍ତୁ ଗୋଟିଏ ବି ଟୁର୍ଣ୍ଣାମେଣ୍ଟର୍ ଟ୍ରଫି ଜିତିପାରିନାହାନ୍ତି ସେ। ତେବେ କୋହଲି ଗତ ବର୍ଷ ଆଇପିଏଲ୍ ୨୦୨୧ ରେ ବାଙ୍ଗାଲୋରର ଅଧିନାୟକତ୍ୱରୁ ଇସ୍ତଫା ଦେଇଥିଲେ।

ଆଇପିଏଲରେ ବିରାଟ କୋହଲିଙ୍କ ଦରମା ବୃଦ୍ଧି, ମହେନ୍ଦ୍ର ସିଂ ଧୋନି ଏବଂ ରୋହିତ ଶର୍ମାଙ୍କୁ ପଛରେ ପକାଇ ଦେଇଛି। ୨୦୦୮ ମସିହାରେ ରୋହିତ ଶର୍ମାଙ୍କୁ ଡେକାନ୍ ଚାର୍ଜର୍ସ ଦଳ ୩ କୋଟି ଟଙ୍କାରେ କିଣିଥିଲା। ଏହା ପରେ ରୋହିତଙ୍କୁ ୨୦୧୧ ମସିହାରେ ସମାନ ୩ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ କିଣିନେଇଥିଲା। ସେହି ଦିନଠାରୁ ରୋହିତ ମୁମ୍ବାଇ ପାଇଁ ଖେଳୁଛନ୍ତି। 

ଆଇପିଏଲ ୨୦୨୧ ରେ, ରୋହିତ ୧୫ କୋଟି ଟଙ୍କା ଦରମା ଆକରରେ ପାଇଥିଲେ ଏବଂ ଆଇପିଏଲ ୨୦୨୨ ପାଇଁ ତାଙ୍କୁ ୧୬ କୋଟି ଟଙ୍କାରେ ମୁମ୍ବାଇ ରିଟେନ କରିଛି। ଯଦି ଆପଣ ରୋହିତ ଶର୍ମାଙ୍କ ଦରମା ବୃଦ୍ଧିକୁ ଦେଖିବେ, ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଦରମା ୫ ଗୁଣ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ଯଦି ଆମେ ଧୋନିଙ୍କ ବିଷୟରେ କଥା ହେବା ତେବେ, ଧୋନି ଆରମ୍ଭରୁ ଚେନ୍ନାଇ ପାଇଁ ଖେଳୁଛନ୍ତି।

୨୦୦୮ ମସିହାରେ ଧୋନିଙ୍କୁ ବେତନ ହିସାବରେ ୬ କୋଟି ଟଙ୍କା ଦିଆଯାଇଥିଲା। କିନ୍ତୁ ଆଇପିଏଲ୍ ୨୦୨୧ ବେଳକୁ ତାଙ୍କର ଦରମା ବୃଦ୍ଧି ପାଇ ୧୫ କୋଟିରେ ପହଞ୍ଚିଥିଲା। କିନ୍ତୁ ଚଳିତ ବର୍ଷ ହେବାକୁ ଥିବା ଆଇପିଏଲରେ ଚେନ୍ନାଇ ଦଳ ତାଙ୍କୁ ୧୨ କୋଟି ଟଙ୍କାରେ ରିଟେନ କରିଛି। ତେବେ ଧୋନିଙ୍କ ଦରମା ମାତ୍ର ୬ କୋଟି ଟଙ୍କା ବୃଦ୍ଧି ପାଇଛି।  ସାମଗ୍ରିକ ଦରମା, ବିରାଟ କୋହଲି, ରୋହିତ ଶର୍ମା ଏବଂ ଧୋନିଙ୍କ ବିଷୟରେ କହିବାକୁ ଗଲେ ଏହି ତିନିଜଣ ଖେଳାଳି ପାଖପାଖି ଆଇପିଏଲରୁ ୧୫୦ କୋଟିରୁ ୧୮୦ କୋଟି ଟଙ୍କା ରୋଜଗାର କରିଛନ୍ତି।