IPL History: ୨୦୦୮ ରୁ ୨୦୨୨ ମଧ୍ୟରେ କେଉଁ ଖେଳାଳିମାନେ ହୋଇଛନ୍ତି 'ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଂଟ", ଦେଖନ୍ତୁ ଲିଷ୍ଟ

 

କ୍ରିକେଟ ଖବର : ସରିଛି ଆଇପିଏଲର ୧୫ ତମ ସିଜନ। ଏହି ସିଜନରେ ବିଜୟୀ ହୋଇଛି ନୂଆ ଆଇପିଏଲ୍ ଦଳ ଗୁଜୁରାଟ ଟାଇଟନ୍ସ। ଯାହାକୁ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଲିଡ଼ କରୁଥିଲେ। ଫାଇନାଲ୍ ମ୍ୟାଚରେ ରାଜସ୍ଥାନକୁ ୭ ୱିକେଟରେ ହରାଇ ବିଜୟୀ ମୁକୁଟ ପିନ୍ଧିଛି ଗୁଜୁରାଟ ଟାଇଟନ୍ସ। 

ତେବେ ଆଜିର ଏହି ଆର୍ଟିକାଲରେ ଆମେ ଆପଣଙ୍କୁ ସୂଚନାଦେବାକୁ ଯାଉଛୁ ଯେ ୨୦୦୮ ରୁ ୨୦୨୨ ଆଇପିଏଲ ମଧ୍ୟରେ କେଉଁ କେଉଁ ଖେଳାଳି ସବୁ ସିଜନର ଟୁର୍ନାମେଣ୍ଟରେ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଛନ୍ତି।

୨୦୦୮ ସିଜନ : 

ରାଜସ୍ଥାନ ରୟାଲ୍ସର ଦଳ ଆଇପିଏଲ୍ ୨୦୦୮ ର ବିଜେତା ହୋଇଥିଲା ଏବଂ ଏହି ସିଜନରେ ଶେନ ୱାଟସନ ପ୍ଲେୟାର ଅଫ୍ ଟୁର୍ନାମେଣ୍ଟ ହୋଇଥିଲେ। 

୨୦୦୯ ସିଜନ : 

ଡେକାନ୍ ଚାର୍ଜର୍ସ ହାଇଦ୍ରାବାଦ ଆଇପିଏଲ୍ ୨୦୦୯ ରେ ଟାଇଟଲ୍ ଜିତିଥିଲା ଏବଂ ଆଡାମ ଗିଲକ୍ରିଷ୍ଟଙ୍କୁ ମ୍ୟାନ୍ ଅଫ୍ ଦି ଟୁର୍ନାମେଣ୍ଟ ଭାବରେ ସମ୍ମାନିତ କରାଯାଇଥିଲା।

୨୦୧୦ ସିଜନ : 

ଚେନ୍ନାଇ ସୁପର କିଙ୍ଗ୍ସ ୨୦୧୦ ରେ ଆଇପିଏଲ୍ ଟାଇଟଲ୍ ଜିତିଥିଲା ଏବଂ ସଚିନ୍ ତେନ୍ଦୁଲକର ଟୁର୍ନାମେଣ୍ଟର ପ୍ଲେୟାର ହୋଇଥିଲେ।

୨୦୧୧ ସିଜନ: 

ଚେନ୍ନାଇର ଦଳ ମଧ୍ୟ ୨୦୧୧ ରେ ଚାମ୍ପିଅନ୍ ହୋଇଥିଲା ଏବଂ ସେହି ସିଜିନରେ କ୍ରିସ୍ ଗେଲ୍ ପ୍ଲେୟାର ଅଫ୍ ଟୁର୍ନାମେଣ୍ଟ ପୁରସ୍କାର ପାଇଥିଲେ।

୨୦୧୨ ସିଜନ:

୨୦୧୨ ମସିହାର ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ଦଳ ଚାମ୍ପିଅନ୍ ହୋଇଥିଲା ଏବଂ ସୁନୀଲ ନରେନ ପ୍ଲେୟାର ଅଫ୍ ଟୁର୍ନାମେଣ୍ଟ ପୁରସ୍କାର ପାଇଥିଲେ।

୨୦୧୩ ସିଜନ :

୨୦୧୩ ରେ, ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ଟାଇଟଲ୍ ଜିତିଥିଲା ଏବଂ ସେନ ୱାଟସନଙ୍କୁ ପ୍ଲେୟାର ଅଫ୍ ଦି ଟୁର୍ନାମେଣ୍ଟ ଭାବରେ ସମ୍ମାନିତ କରାଯାଇଥିଲା।

୨୦୧୪ ସିଜନ : 

୨୦୧୪ର ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ଦଳ ଟ୍ରଫି ଜିତିଥିଲା ଏବଂ ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ପ୍ଲେୟାର ଅଫ୍ ଟୁର୍ନାମେଣ୍ଟ ଭାବରେ ସମ୍ମାନିତ କରାଯାଇଥିଲା।

୨୦୧୫ ସିଜନ:

୨୦୧୫ ଆଇପିଏଲ୍ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ବିଜେତା ହେଲା ଏବଂ ଆଣ୍ଡ୍ରେ ରସେଲଙ୍କୁ ପ୍ଲେୟାର ଅଫ୍ ଟୁର୍ନାମେଣ୍ଟର ସମ୍ମାନିତ କରାଯାଇଥିଲା।

୨୦୧୬ ସିଜନ: 

ସନରାଇଜର୍ସ ହାଇଦ୍ରାବାଦ ୨୦୧୬ ରେ ଟାଇଟଲ୍ ଜିତିଥିଲା ଏବଂ ବିରାଟ କୋହଲିଙ୍କୁ ମ୍ୟାନ୍ ଅଫ୍ ଦି ଟୁର୍ନାମେଣ୍ଟ ଭାବରେ ସମ୍ମାନିତ କରାଯାଇଥିଲା।

୨୦୧୭ ସିଜନ: 

୨୦୧୭ ରେ ମୁମ୍ବାଇ ଦଳ ଟୁର୍ନାମେଣ୍ଟର ବିଜେତା ଏବଂ ବେନ ଷ୍ଟୋକ୍ସ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ। 

୨୦୧୮ ସିଜନ : 

୨୦୧୮ ରେ ଚେନ୍ନାଇ ଦଳ ବିଜେତା ହୋଇଥିଲା ଏବଂ ସୁନୀଲ ନାରିନ ପ୍ଲେୟାର ଅଫ୍ ଟୁର୍ନାମେଣ୍ଟ ଟାଇଟଲ ଜିତିଥିଲେ। 

୨୦୧୯ ସିଜନ : 

ମୁମ୍ବାଇ ଇଣ୍ଡିଆନ୍ସ ୨୦୧୯ ରେ ଆଇପିଏଲ୍ ଟାଇଟଲ୍ ଜିତିଥିଲା। କିନ୍ତୁ ପ୍ଲେୟାର ଅଫ୍ ଦି ଟୁର୍ନାମେଣ୍ଟର ଟାଇଟଲ ଆଣ୍ଡ୍ରେ ରସେଲ ହାସଲ କରିଥିଲେ। 

୨୦୨୦ ସିଜନ : 

୨୦୨୦ ରେ ମୁମ୍ବାଇର ଦଳ ଟାଇଟଲ୍ ଜିତିଥିଲା ଏବଂ ଜୋଫ୍ରା ଆର୍ଚର ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ।

୨୦୨୧ ସିଜନ୍ : 

ଗତ ସିଜିନରେ ଚେନ୍ନାଇ ଦଳ ଆଇପିଏଲର ବିଜେତା ହୋଇଥିଲା ଏବଂ ଟୁର୍ଣ୍ଣାମେଣ୍ଟ ଅଫ୍ ଦି ପ୍ଲେୟାର ଭାବରେ ହର୍ଷଲ ପଟେଲ ମନୋନୀତ ହୋଇଥିଲେ। 

୨୦୨୨ ସିଜନ :

ରାଜସ୍ଥାନ ଦଳର ବିସ୍ଫୋରକ୍ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲରଙ୍କୁ ୨୦୨୨ ସିଜନର ଟୁର୍ଣ୍ଣାମେଣ୍ଟ ଅଫ୍ ଦି ପ୍ଲେୟାର ଭାବରେ ପୁରସ୍କୃତ କରାଯାଇଛି। ଆଉ ଗୁଜୁରାଟ ଦଳ ଏହି ସିଜନରେ ବିଜୟୀ ହୋଇଛି।