IPL 2022: ଏଥର ପୁଣି ଚାମ୍ପିଅନ ଦଳ ଉପରେ ହେବ ଧନର ବର୍ଷା, ଅରେଞ୍ଜ-ପର୍ପଲ କ୍ୟାପ୍ ବିଜେତା ମଧ୍ୟ ହେବେ ମାଲାମାଲ
IPL 2022 ହେଉଛି ଦୁନିଆର ସବୁଠୁ ବଡ କ୍ରିକେଟ୍ ଲିଗ୍ । ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା, ଯେଉଁଥିଲେ KKR ଦଳ ବିଜୟ ହାସଲ କରିଥିଲା ।
ଗତ ଥର ଚାମ୍ପିଅନ ଚେନ୍ନାଇକୁ ପୁରସ୍କାର ଭାବେ 20 କୋଟି ଟଙ୍କା ମିଳିଥିଲା। ଏବେ ପ୍ରଶଂସକଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବ ଯେ, ଏଥର ଚାମ୍ପିଅନ ଦଳକୁ କେତେ ଟଙ୍କା ମିଳିବ ?
ଏଥର ମଧ୍ୟ IPL 2022 ବିଜେତାଙ୍କୁ 20 କୋଟି ଟଙ୍କା ମିଳିବ। ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଉପ ବିଜେତା ଦଳକୁ 13 କୋଟି ଟଙ୍କା ମିଳୁଥିବା ବେଳେ ତୃତୀତ ନମ୍ବରରେ ରହୁଥିବା ଦଳ ଅର୍ଥାତ କ୍ଵାଲିଫାୟର-2 ରେ ହାରୁଥିବା ଦଳକୁ 7 କୋଟି ଏବଂ ଚତୁର୍ଥ ସ୍ଥାନରେ ରହୁଥିବା ଦଳକୁ 6.5 କୋଟି ଟଙ୍କା ମିଳିବ ।
ଏଥର IPL 2022 ପ୍ଲେ ଅଫ୍ର କେଉଁ ଦଳକୁ କେତେ ଟଙ୍କା ମିଳିବ ଆସନ୍ତୁ ଜାଣିବା:
ବିଜେତା- 20 କୋଟି ଟଙ୍କା
ଉପ ବିଜେତା- 13 କୋଟି
କ୍ଵାଲିଫାୟର-2 ରେ ହାରୁଥିବା ଦଳ- 7 କୋଟି
କ୍ଵାଲିଫାୟର-1 ରେ ହାରୁଥିବା ଦଳ- 6.5 କୋଟି
ଆଓ୍ଵାର୍ଡ ରେ କେତେ ଟଙ୍କା ମିଳିବ ?
ଅରେଞ୍ଜ କ୍ୟାପ୍ ବିଜେତା- 15 ଲକ୍ଷ ଟଙ୍କା
ପର୍ପଲ କ୍ୟାପ୍ ବିଜେତା- 15 ଲକ୍ଷ
ସୁପର ଷ୍ଟ୍ରାଇକ୍ ଅଫ ଦ ସିଜିନ- 15 ଲକ୍ଷ
କ୍ରେକର ଇଟ୍ ସିକ୍ସେସ ଅଫ ଦ ସିଜିନ- 12 ଲକ୍ଷ ଟଙ୍କା
ପାଓ୍ଵାର ପ୍ଲେୟାର ଅଫ ଦ ସିଜିନ- 12 ଲକ୍ଷ
ମୋଟ୍ ଭେଲ୍ୟୁଏବଲ ପ୍ଲେୟାର- 12 ଲକ୍ଷ
ଗେମ ଚେଞ୍ଜର ଅଫ ଦ ସିଜିନ- 12 ଲକ୍ଷ
ଏମର୍ଜିଂ ପ୍ଲେୟାର- 20 ଲକ୍ଷ
ଏ ପର୍ଯ୍ୟନ୍ତ କେଉଁ ସିଜିନରେ ବିଜେତା ଦଳକୁ ମିଳିଛି କେତେ ପୁରସ୍କାର ରାଶି
2008- 4.8 କୋଟି
2009- 6 କୋଟି
2010- 8 କୋଟି
2011- 10 କୋଟି
2012- 10 କୋଟି
2013- 10 କୋଟି
2014- 15 କୋଟି
2015- 15 କୋଟି
2016- 20 କୋଟି
2017- 15 କୋଟି
2018- 20 କୋଟି
2019- 20 କୋଟି
2020- 10 କୋଟି
2021- 20 କୋଟି