ମହେନ୍ଦ୍ର ସିଂ ଧୋନି ଅଧିନାୟକତ୍ୱ ଛାଡିବା ପରେ ବିରେନ୍ଦ୍ର ସେହୱାଗ ଦେଲେ ବଡ଼ ପ୍ରତିକ୍ରିୟା, କହିଲେ ଧୋନିଙ୍କୁ ଏବେ...

 

କ୍ରିକେଟ୍ ଖବର : ଇଣ୍ଡିଆନ୍ ପ୍ରିମିୟର ଲିଗର ୧୫ ତମ ସିଜନ୍ ପାଇଁ ସମସ୍ତ ଦଳ ପ୍ରସ୍ତୁତ ଅଛନ୍ତି। ଆଜିଠାରୁ  ଆରମ୍ଭ ହେବାକୁ ଯାଉଛି IPL 2022 । କିନ୍ତୁ ଏହାରି ମଧ୍ୟରେ ହଠାତ୍ ମହେନ୍ଦ୍ର ସିଂ ଧୋନି ଆଇପିଏଲ୍ ଆରମ୍ଭ ହେବାର ୨ ଦିନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକତ୍ୱ ପଦକୁ ଛାଡିଦେଲେ। ମହେନ୍ଦ୍ର ସିଂ ଧୋନି ଆଇପିଏଲର ପ୍ରଥମ ସିଜନ 2008ରୁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଥିଲେ। ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ସଫଳତାର ନୂଆ ଦିଗକୁ ସ୍ପର୍ଶ କରି ପାରିଛି। ବିଶ୍ୱାସ କରାଯାଉଥିଲା ଯେ ମହେନ୍ଦ୍ର ସିଂ ଧୋନି ଚଳିତ ବର୍ଷର ଆଇପିଏଲରେ ଶେଷ ଥର ପାଇଁ କ୍ୟାପଟେନସି କରିବେ, କିନ୍ତୁ କେହି ଭାବି ନଥିଲେ ଯେ ଧୋନି ଏହି ଲିଗ୍ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ହିଁ ଚେନ୍ନାଇର ଅଧିନାୟକ ପଦ ଛାଡିବେ।

ତେବେ ଚେନ୍ନାଇ ସୁପର କିଙ୍ଗ୍ସର ଦଳ ଗତ କିଛି ଦିନ ହେବ ଗୁଜରାଟର ସୁରତ ସହରରେ ନେଟ ପ୍ରାଟ୍ସି ଚଲାଇଥିଲା। ଦଳର ପ୍ରତ୍ୟେକ ଖେଳାଳି ଧୋନିଙ୍କ ଅଧୀନରେ ଖେଳିବାକୁ ପ୍ରସ୍ତୁତ ଥିଲେ, କିନ୍ତୁ ଗତ ଗୁରୁବାର ଦିନ ଧୋନି ଅଧିନାୟକତ୍ୱ ଛାଡିଥିଲେ, ଏହା ପରେ ରବିନ୍ଦ୍ର ଜାଡେଜାଙ୍କୁ ଦଳର ଅଧିନାୟକ କରାଗଲା। ଧୋନି , ଜାଡେଜାଙ୍କୁ ଦଳର ସବୁ ଦାୟିତ୍ୱ ଦେଇ ନିଜେ ଅଧିନାୟକ ପଦରୁ ସନ୍ୟାସ ନେଇଗଲେ। 

ମହେନ୍ଦ୍ର ସିଂ ଧୋନି CSK ର ଅଧିନାୟକ ପଦ ଛାଡିବା ପରେ, ପୂର୍ବତନ ଭେଟେରାନ ଭାରତୀୟ ଓପନର୍ ବିରେନ୍ଦ୍ର ସେହୱାଗ ଏକ ହୃଦୟସ୍ପର୍ଶୀ କଥା କହିଛନ୍ତି। ତେବେ ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ, ବିରେନ୍ଦ୍ର ସେହୱାଗ ଏବଂ ଧୋନିଙ୍କ ମଧ୍ୟରେ ଅନେକ ସମୟରେ ବିବାଦ ଲାଗି ରହିଥିଲା, କିନ୍ତୁ ସେହୱାଗ ଧୋନିଙ୍କୁ ସର୍ବଦା ପ୍ରଶଂସା କରିଆସୁଛନ୍ତି। ସେହିଭଳି, ସେହୱାଗ ପୁଣି ଥରେ ଧୋନି ଅଧିନାୟକ ପଦ ଛାଡିବାପରେ ହୃଦୟସ୍ପର୍ଶୀ ପ୍ରତିକ୍ରିୟା ଦେଇଛନ୍ତି।

<br />

ବିରେନ୍ଦ୍ର ସେହୱାଗ ଆଇପିଏଲରେ ମହେନ୍ଦ୍ର ସିଂ ଧୋନିଙ୍କ ସହିତ ବିତାଇଥିବା ଏକ ମୁହୂର୍ତ୍ତର ଫୋଟ ସେୟାର କରିଥିଲେ। ଆଉ ଏହି ଫୋଟ ସେୟାର କରି ସେ ଲେଖିଛନ୍ତି, ଇଣ୍ଡିଆନ ପ୍ରିମିୟର ଲିଗ୍ ପରି ଏକ ବ୍ରାଣ୍ଡର ମହାନ ଖେଳାଳି ଆଉ ଅଧୀନାୟକ ହେଉଛନ୍ତି ଧୋନି। ଥାଲା ଧୋନି ଏବଂ ଚେନ୍ନାଇ ମଧ୍ୟରେ ସଂଯୋଗ କ୍ୱଚିତ୍ । ଏହି ଦୁଇ ଜଣଙ୍କ ସଂଯୋଗ ଅତ୍ୟନ୍ତ ନିରନ୍ତର। ଚେନ୍ନାଇ ଦଳରେ ଏପରି ଅଧିନାୟକ ରହିବା ଏକ ସୌଭାଗ୍ୟର ବିଷୟ। ଦଳର ମାଲିକ ତଥା ଏହି ସହରରୁ ତାଙ୍କୁ ମିଳିଥିବା ସମର୍ଥନ ଏବଂ ପ୍ରେମ ଅବିଶ୍ୱସନୀୟ। ”