IPL 2022: ଏହି ଖେଳାଳିଙ୍କୁ ଭାରତୀୟ ଦଳରେ କରାଗଲା ଅଣଦେଖା, କିନ୍ତୁ ବର୍ତ୍ତମାନ CSK ର ହେଉଛନ୍ତି ମ୍ୟାଚ ବିଜେତା ଖେଳାଳି

 

କ୍ରିକେଟ୍ ଖବର : ଆରମ୍ଭ ହୋଇଛି ଆଇପିଏଲ୍ ମହାସମର। ୧୦ ଟି ଦଳକୁ ନେଇ ଚାଲିଛି ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ। ଟୁର୍ଣ୍ଣାମେଣ୍ଟର ସମସ୍ତ ଖେଳାଳି ସମ୍ପୂର୍ଣ୍ଣ ଫିଟ ଆଉ ପ୍ରସ୍ତୁତ ହୋଇ ମଇଦାନକୁ ଓହ୍ଲାଇଛନ୍ତି। ତେବେ ଚଳିତବର୍ଷର ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଧୋନି ଚେନ୍ନାଇ ସୁପରକିଙ୍ଗସର ଅଧିନାୟକତ୍ୱ ପଦରୁ ଇସ୍ତଫା ଦେଇଥିଲେ ଏବଂ ବର୍ତ୍ତମାନ CSK ର ଅଧିନାୟକ ରବିନ୍ଦ୍ର ଜାଡେଜାଙ୍କ ହାତରେ ଅଛି। ଚଳିତ ଆଇପିଏଲର ସମଗ୍ର ସିଜନରେ ପ୍ରଥମ ଥର ପାଇଁ ଅଧିନାୟକ ଭାବେ ନଜର ଆସିବେ ଜାଡେଜା। ଏଥି ସହିତ ଏହି ଟୁର୍ଣ୍ଣାମେଣ୍ଟ ପାଇଁ CSK ଏହାର ଜଣେ ଖେଳାଳିଙ୍କ ଉପରେ ବହୁତ ବିଶ୍ୱାସ କରିଛି, ଯିଏ ଏହି ସିଜନରେ ଦଳ ପାଇଁ ଅସ୍ତ୍ର ଭାବରେ କାମ କରିବାକୁ ଯାଉଛନ୍ତି। 

ଗତ ଶନିବାରଠାରୁ ଆଇପିଏଲ୍ ର ୧୫ ତମ ସିଜନ୍ ଆରମ୍ଭ ହୋଇଛି। ଏହି ସିଜନରେ ଚେନ୍ନାଇର ଅମ୍ବାତି ରାୟଡୁଙ୍କୁ CSK ଦଳର ସବୁଠାରୁ ବଡ ଅସ୍ତ୍ର ଭାବରେ ବିବେଚନା କରାଯାଉଛି। ଏହି ସିଜନରେ CSK ନିଜର ପୁରୁଣା ଖେଳାଳିଙ୍କ ଉପରେ ବିଶ୍ୱାସ ରଖିଛି ଏବଂ ପୁଣି ଥରେ ମଧ୍ୟମକ୍ରମରେ ବ୍ୟାଟିଂ କରିବାର ଦାୟିତ୍ୱ ଅମ୍ବାତି ରାୟୁଡୁଙ୍କ ଉପରେ ନ୍ୟସ୍ତ କରିଛି।

ଟିମ୍ ଇଣ୍ଡିଆ ହୁଏତ ରାୟୁଡୁଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିନଥାଇପାରେ କିନ୍ତୁ ତାଙ୍କ ପ୍ରଦର୍ଶନ ବିପକ୍ଷ ଦଳର ବୋଲରଙ୍କୁ ଭୟଭୀତ କରିସାରିଛି। ୱାନଖେଡେ ଷ୍ଟାଡିୟମରେ ସେ ମୋଟ ୪୮ଟି ଇନିଂସ ଖେଳି ୫ଟିଅର୍ଦ୍ଧଶତକ ସହାୟତାରେ ୮୮୫ ରନ୍ ସଂଗ୍ରହ କରିଛନ୍ତି। ଏଥିସହିତ ସେ ୭୮ଟି ଚୌକା ଓ ୩୮ଟି ଛକା ମାରିଛନ୍ତି।

ଏହା ହୁଏତ ଧୋନିଙ୍କର ଶେଷ ସିଜନ ହୋଇପାରେ ଯେଉଁଥିପାଇଁ ସମସ୍ତେ ଚାହାଁନ୍ତି ଯେ CSK ଏଥର ଟାଇଟଲ୍ ଜିତିବାରେ ସଫଳ ହେଉ। ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ, 2010, 2011, 2018 ଏବଂ 2021 ମସିହାରେ ଆଇପିଏଲ୍ ଟ୍ରଫି ଜିତିବାରେ ସଫଳ ହୋଇଛି। ଏଥି ସହିତ, ଗତ ସିଜନରେ, CSK ର ଅସ୍ତ୍ର ଅମ୍ବାତି ରାୟଡୁ ମଧ୍ୟମକ୍ରମରେ ଆସି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ସିଜନରେ ଚେନ୍ନାଇ ଦଳ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ଏଥର, ଧୋନିଙ୍କ ବଦଳରେ ଜାଡେଜାଙ୍କ ଅଧିନାୟକତ୍ୱରେ ରାୟୁଡୁ କିପରି ଖେଳୁଛନ୍ତି, ତାହା କେବଳ ଟୁର୍ନାମେଣ୍ଟ ସମୟରେ ଜଣା ପଡିବ।