IPL 2022 : CSK କୁ ମିଳିଲା ନୂଆ ଖେଳାଳି, ଦୀପକ ଚହରଙ୍କର ସ୍ଥାନ ନେବେ ଏହି ଯୁବ ବୋଲର୍, ଧୋନି ବଦଳେଇ ଦେବେ ଭାଗ୍ୟ

 
Rajvardhan Hangargekar and dhoni

କ୍ରିକେଟ୍ ଖବର : ଆଇପିଏଲ୍-୨୦୨୨ ଆରମ୍ଭ ହେବାର ଠିକ୍ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ଏକ (CSK) ବଡ଼ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଆଘାତ କାରଣରୁ ଚଳିତ ଆଇପିଏଲରେ ଦ୍ରୁତ ବୋଲର ଦୀପକ ଚହର ଅଧିକାଂଶ ଖେଳରୁ ବାହାରେ ରହିପାରନ୍ତି। ତେବେ ନିଲାମରେ ଚେନ୍ନାଇ ସୁପର କିଙ୍ଗ୍ସ ଦ୍ୱାରା ଦୀପକ ଚହରଙ୍କୁ ୧୪ କୋଟି ଟଙ୍କାରେ କିଣାଯାଇଥିଲା। ଦୀପକ ଚହର ଜଣେ ବୋଲର୍ ହେବା ସହିତ ଜଣେ ଭଲ ଅଲରାଉଣ୍ଡର ମଧ୍ୟ। ନିଜର ବୋଲିଂ ଏବଂ ବ୍ୟାଟିଂରେ ସେ ଚମତ୍କାର ପ୍ରଦର୍ଶନ କରି ଦଳକୁ ଜିତିଇବାର ଶକ୍ତି ରଖିଛନ୍ତି।

Deepak and dhoni

ଅବଶ୍ୟ, ଆଇପିଏଲ୍-୨୦୨୨ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଆଘାତ ହେତୁ ଦୀପକ ଚହର ଅନେକ ଆଇପିଏଲ ମ୍ୟାଚରୁ ବାଦ ପଡିପାରନ୍ତି। ଏହି ଖେଳାଳି ବାହାରେ ରହିବା ପରେ ଦଳର ଅଧିନାୟକ ଏମଏସ ଧୋନିଙ୍କୁ ତାଙ୍କ ବିକଳ୍ପ ପାଇଛନ୍ତି। ଆଉ ସେହି ଖେଳାଳି ହେଉଛନ୍ତି ରାଜଭରଦନ୍ ହଙ୍ଗରଗେକର।

ଚେନ୍ନାଇ ସୁପର କିଙ୍ଗ୍ସ ଏହି ଖେଳାଳିଙ୍କୁ ନିଲାମରେ ଦେଢ଼ କୋଟି ମୂଲ୍ୟରେ କିଣିଛି। ହଙ୍ଗରଗେକର ନୂତନ ବଲ ସହିତ ଚମତ୍କାର ବୋଲିଂ କରନ୍ତି। ଏହା ସହିତ ୮ ନମ୍ବରରେ ଆସି ବିସ୍ଫୋରକ ବ୍ୟାଟିଂ କରିବାର କ୍ଷମତା ମଧ୍ୟ ହଙ୍ଗରଗେକରଙ୍କ ନିକଟରେ ରହିଛି। ଅଣ୍ଡର-୧୯ ବିଶ୍ୱକପରେ ସେ ନିଜର ପାରଦର୍ଶିତା ଦେଖାଇଛନ୍ତି।  ଏହା ବ୍ୟତୀତ ତାଙ୍କ ବଲର୍ ଗତି ଘଣ୍ଟାପ୍ରତି ୧୪୦ କିଲୋମିଟର ରହୁଛି।

ଅନ୍ୟପକ୍ଷରେ, ଯଦି ଆମେ ଏହି ଖେଳାଳିଙ୍କ ଅଣ୍ଡର-୧୯ ବିଶ୍ୱକପ ପ୍ରଦର୍ଶନ ବିଷୟରେ ଆଲୋଚନା କରିବା, ତେବେ ସେ ୬ଟି ମ୍ୟାଚରେ ୫ଟି ୱିକେଟ୍ ନେଇଥିଲେ। ତେବେ ଚଳିତ ସିଜନରେ ରାଜଭରଦନ୍ ହଙ୍ଗରଗେକର ଚେନ୍ନାଇ ସୁପର କିଙ୍ଗ୍ସ (CSK) ପାଇଁ ଅଲରାଉଣ୍ଡର ଭୂମିକା ଗ୍ରହଣ କରିପାରବେ ବୋଲି ଆଲୋଚନା ହେଉଛି।