IPL 2022: ହର୍ଷଲ ପଟେଲ ଦେଲେ ବଡ଼ ବୟାନ, କହିଲେ "ମୁଁ ଅନୁଭବ କଲି ଯେ ଦଳ ମତେ ଧୋକା ଦେଉଛି"

 

କ୍ରିକେଟ ଖବର : IPL 2022 ମେଗା ନିଲାମରେ ହର୍ଷଲ ପଟେଲ ଅନ୍ୟତମ ଲୋକପ୍ରିୟ ନାମ ଥିଲା। କିନ୍ତୁ ଚାରି ବର୍ଷ ପୂର୍ବେ ହର୍ଷଲଙ୍କୁ କେହି ବି ପସନ୍ଦ କରୁନଥିଲେ। ତାଙ୍କ ନାମ କେହି ବି ଜାଣିନଥିଲେ। 2018 ର ମେଗା ନିଲାମରେ ପଟେଲଙ୍କ ପାଇଁ କୌଣସି ଦଳ ଅଧିକ ଆଗ୍ରହ ପ୍ରକାଶ କରି ନଥିଲେ। ସେପଟେ ତାଙ୍କୁ ଦିଲ୍ଲୀ ଡେୟାରଡେଭିଲ୍ସ ମାତ୍ର 20 ଲକ୍ଷ ଟଙ୍କା ମୂଲ୍ୟରେ ନିଜ ଦଳରେ ସାମିଲ କରିଥିଲା। ତେବେ ବର୍ତ୍ତମାନ ପଟେଲ ଆଇପିଏଲ ଦଳମାନଙ୍କୁ ନେଇ ଏକ ବଡ ଖୁଲାସା କରିଛନ୍ତି।

ଏକ ଶୋ'ରେ ସେ କହିଛନ୍ତି ଯେ ମୁଁ ଚାହୁଁଥିଲି ଯେ ମୋ ପାଇଁ ରିସ୍କ ଉଠାନ୍ତୁ। ଏହା ଟଙ୍କା ବିଷୟରେ ନୁହେଁ, ମୁଁ କେବଳ ଖେଳିବାକୁ ଚାହୁଁଥିଲି। ବିଡମ୍ବନାର ବିଷୟ ଯେ ବିଭିନ୍ନ ଫ୍ରାଞ୍ଚାଇଜରୁ ଅତି କମରେ 3-4 ଖେଳାଳି ଥିଲେ ଯେଉଁମାନେ ମୋ ପାଇଁ ବିଡ୍ ଲଗାଇବାକୁ ଯାଉଛନ୍ତି ବୋଲି କହିଥିଲେ। କିନ୍ତୁ ଏହା କେହି ବି କରିନଥିଲେ। 

ପଟେଲ ଆହୁରି କହିଛନ୍ତି ଯେ ସେହି ସମୟରେ ମୁଁ ଭାବିଲି ଏହା ଏକ ବିଶ୍ୱାସଘାତକତା, ମୋତେ ପ୍ରତାରଣା କରାଯାଇଥିଲା।  ମୁଁ କେବଳ ଅନ୍ଧକାର ଚିନ୍ତାଧାରାରେ ଥିଲି। ତେଣୁ ମୁଁ ମୋର ଖେଳକୁ ଆହୁରି ସୁଦୃଢ କଲି। 

ଏହା ବ୍ୟତୀତ ପଟେଲ ମହେନ୍ଦ୍ର ସିଂ ଧୋନିଙ୍କଠାରୁ ପାଇଥିବା ପରାମର୍ଶ ବିଷୟରେ ମଧ୍ୟ କହିଛନ୍ତି।  ଏ ସମ୍ପର୍କରେ ସେ କହିଛନ୍ତି ଯେ ମୁଁ ଟି-୨୦ ବିଶ୍ୱକପ୍‌ରେ ଜଣେ ନେଟ୍ସ ବୋଲର ଥିଲି।  ମୁଁ ଧୋନି ଭାଇଙ୍କୁ ପଚାରିଲି ମୋର ଦୁର୍ବଳତା କେଉଁଠାରେ ଅଛି? ଆପଣ ଭାବୁଛନ୍ତି କି ମୁଁ ଭଲ ଖେଳିପାରିବି। ତେବେ ଏହାର ଉତ୍ତର ଦେବାକୁ ଯାଇ ଧୋନି ଭାଇ କହିଥିଲେ ଯେ, ତୁମର ଫର୍ମୁଲା ସେଟ୍ ଅଛି, ଖେଳକୁ ଭଲ ଭାବରେ ଶିଖ। ତୁମେ ଯେପରି ଖେଳୁଛ ଏହା ଫିଟ୍ ଅଛି। 

ସୂଚନାଯୋଗ୍ୟ ଯେ ଆଇପିଏଲର ଶେଷ ସିଜନରେ ହର୍ଷଲ ପଟେଲ ଚମତ୍କାର ପ୍ରଦର୍ଶନ କରିଥିଲେ। ବେଷ୍ଟ ବୋଲିଂ କରି ସେ ଆରସିବିକୁ ଅନେକ ମ୍ୟାଚ୍ ଜିତାଇଛନ୍ତି। ଚଳିତ ବର୍ଷ ମଧ୍ୟ ହର୍ଷଲ ପଟେଲ ଆରସିବି ଦଳରେ ଅଛନ୍ତି ଆଉ ଭଲ ଖେଳ ପ୍ରଦର୍ଶନ କରୁଛନ୍ତି।