ହରଭଜନ ସିଂ ଦେଲେ ବଡ଼ ବୟାନ, କହିଲେ ଏହି ୨ ଖେଳାଳି ୧୦ ବର୍ଷ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବେ

 

କ୍ରିକେଟ ଖବର: ଭାରତର ପୂର୍ବତନ କ୍ରିକେଟର ହରଭଜନଙ୍କ କହିବାନୁଯାୟୀ ୧୯ ବର୍ଷୀୟ ବାମହାତୀ ଖେଳାଳି ତିଲକ ବର୍ମା ଉପରେ ମୁମ୍ବାଇ ଇଣ୍ଡିଆନ୍ସ ଭଲ ନିବେଶ କରିଛି । ବର୍ମା ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ମୁମ୍ବାଇ ଟିମରେ ହିଁ ସେ ରହିବେ। ଚଳିତବର୍ଷର ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ ଦୌଡ଼ରୁ ବାଦ୍ ହୋଇସାରିଛି ।

କିନ୍ତୁ ମଧ୍ୟକ୍ରମରେ ବ୍ୟାଟସମ୍ୟାନ ବର୍ମା ଏହି ସିଜିନରେ ପ୍ରଭାବଶାଳୀ ରହିଥିବା ଦେଖିବାକୁ ମିଳିଛି । ସେ ୧୦ଟି ପାଳିରେ ୩୨୮ ରନ୍ ସଂଗ୍ରହ କରିଛନ୍ତି । ପୂର୍ବତନ କ୍ରିକେଟର ହରଭଜନ ସିଂ ବର୍ମା ଓ ଦକ୍ଷିଣ ଆଫ୍ରିକାର ଘାତକ ବ୍ୟାଟସମ୍ୟାନ ଡେଭାଲ୍ଡ ବ୍ରେବିସଙ୍କ ଉପରେ ବିଶ୍ୱାସଭାଜନ କରିଛନ୍ତି।

ସେ କହିଛନ୍ତି ଯେ, ଏହି ଦୁଇ ଖେଳାଳି ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଯଦି ମୁମ୍ବାଇ ଦଳରେ ରୁହଁନ୍ତି ତେବେ ମୁମ୍ବାଇ ଦଳ ଆଇପିଏଲରେ ବହୁତ କମାଲ୍ ପ୍ରଦର୍ଶନ କରିବ। ମୁମ୍ବାଇ ଦ୍ଵାରା ଏହି ଦୁଇ ଖେଳାଳିଙ୍କ ପ୍ରତି ଭଲ ନିବେଶ ହୋଇଛି। 

ଅନ୍ୟପଟେ ଟିମ୍ ଇଣ୍ଡିଆର ପୂର୍ବତନ ଫାଷ୍ଟ ବୋଲର୍ ଇଫ୍ରାନ୍ ପଠାନ , ହରଭଜନଙ୍କ କଥାରେ ସହମତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବାସ୍ତବରେ ବର୍ମା ଭଵିଷ୍ୟତରେ ଜଣେ ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ୍ ହେବେ।