IPL ଇତିହାସର ବିରାଟଙ୍କ ଏହି ବଡ଼ ରେକର୍ଡ ସହିତ ବରାବରି ହେଲେ ବଟଲର, ଜାଣନ୍ତୁ ରେକର୍ଡ ବିଷୟରେ

 

କ୍ରିକେଟ ଖବର : ରାଜସ୍ଥାନ ରୟାଲସର ଓପନିଂ ବ୍ୟାଟସମ୍ୟାନ ଜୋସ ବଟଲର୍ ସୃଷ୍ଟି କଲେ ନୂଆ ଇତିହାସ। ସେ ଶୁକ୍ରବାର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଏକ ଦମଦାର୍ ଶତକ ହାସଲ କରିଛନ୍ତି। ଏହା ସହିତ ସେ ଗୋଟିଏ ସିଜନରେ ୪ଟି ଶତକ ହାସଲ କରିଛନ୍ତି। 

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୨ର ଦ୍ୱିତୀୟ କ୍ୱାଲିଫାୟର ମୁକାବିଲାରେ ବଟଲର ୬୦ଟି ବଲରେ ୧୦ଟି ଚୌକା ଓ ୬ଟି ଛକା ସହାୟତାରେ ୧୦୬ ରନ ସଂଗ୍ରହ କରି ନଟଆଉଟ ରହିଛନ୍ତି । ଏହି ଶତକ ସହିତ ବଟଲର ଆଇପିଏଲ ସିଜିନରେ ସବୁଠାରୁ ଅଧିକ ରନ କରିଥିବା ମାମଲାରେ ତୃତୀୟ ସ୍ଥାନରେ ପହଁଚିଛନ୍ତି। ସେ ଚଳିତ ଆଇପିଏଲ୍ ସିଜନରେ ୧୬ଟି ମ୍ୟାଚରେ ୮୨୪ ରନ୍ ସଂଗ୍ରହ କରିଛନ୍ତି । 

ବଟଲର ଏହି ମାମଲାରେ ୱିଲିୟମସନଙ୍କ ରେକର୍ଡ ଭାଙ୍ଗିଛନ୍ତି । ଗୋଟିଏ ସିଜିନରେ ସବୁଠାରୁ ଅଧିକ ରନ୍ ତିଆରି କରିଥିବା ମାମଲାରେ ବିରାଟ କୋହଲି ୯୭୩ ରନ ସଂଗ୍ରହ କରି ପ୍ରଥମ ସ୍ଥାନରେ ରହିଥିବା ବେଳେ, ୮୪୮ ରନ ସଂଗ୍ରହ କରି ଡେଭିଡ଼ ୱାର୍ଣ୍ଣର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ବଟଲରଙ୍କର ଏହି ଆଇପିଏଲ ୨୦୨୨ ସିଜନରେ ଚତୁର୍ଥ ଶତକ ହାସଲ କରିଛନ୍ତି। ଏହାସହିତ ସେ ଗୋଟିଏ ଆଇପିଏଲ ସିଜିନରେ ସବୁଠାରୁ ଅଧିକ ଶତକ ହାସଲ କରିଥିବା ବିରାଟଙ୍କ ବରାବରୀ ହୋଇଛନ୍ତି ବଟଲର୍ । କାରଣ ୨୦୧୬ ମସିହାର ଆଇପିଏଲ୍ ସିଜନରେ କିଙ୍ଗ୍ କୋହଲି ୪ଟି ଶତକ ହାସଲ କରିଥିଲେ।