IPL: ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ ହୋଇଥାନ୍ତେ ଧୋନି, କିନ୍ତୁ ଗୋଟିଏ ନିୟମ ପାଇଁ ଧୋନିଙ୍କୁ କିଣି ପାରିଲେ ନାହିଁ ଅମ୍ବାନୀ

 
dhoni and mi

କ୍ରିକେଟ ଖବର : ରୋହିତ ଶର୍ମାଙ୍କ ପରେ IPL ଇତିହାସର ସବୁଠାରୁ ସଫଳ କ୍ୟାପ୍ଟେନ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ। ଯାହାଙ୍କ ଅଧିନାୟକତ୍ୱରେ ସିଏସକେ ୪ଥର ଆଇପିଏଲ ଟ୍ରଫି ହାସଲ କରିଛି। ତେବେ ଧୋନୀଙ୍କୁ ନେଇ ଏକ ଏକ ମଜାଦାର କଥା ଖୁବ କମ ଲୋକ ଜାଣିଥିବେ। ଆଉ ସେହି କଥାଟି ହେଲା ପ୍ରଥମ ବର୍ଷର ଆଇପିଏଲରେ ଧୋନି ମୁମ୍ବାଇ ଦଳରେ ରହିଥାନ୍ତେ, କିନ୍ତୁ ପରିସ୍ଥିତି ଏମିତି ହେଲା ଯେ, ଧୋନୀଙ୍କୁ କିଣିପାରିନଥିଲା ମୁକେଶ ଅମ୍ବାନୀଙ୍କର ମୁମ୍ବାଇ ଇଣ୍ଡିଆନ୍ସ ଟିମ୍।

mi

IPL ପ୍ରଥମ ଆକ୍ସନରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ ଧୋନୀଙ୍କୁ କିଣିବା ପାଇଁ ଭରପୁର ପ୍ରୟାସ କରିଥିଲା । କିନ୍ତୁ ଗୋଟି ଏ ଛୋଟ ନିୟମ ଯୋଗୁଁ ସବୁ ପରିବର୍ତ୍ତନ ହୋଇଯାଇଥିଲା ଓ ଏହାପରେ ଇତିହାସ ବଦଳିଯାଇଥିଲା। ନିୟମଟି ହେଲା ଆଇକନ ପ୍ଲେୟାରକୁ ନେଇ। ଅର୍ଥାତ ପ୍ରତ୍ୟେକ ଦଳରେ ଜଣେ ଲେଖାଏଁ ଆଇକନିକ୍ ପ୍ଲେୟାର ରହିବାର ନିୟମ ଥିଲା।

ପ୍ରତ୍ୟେକ ଦଳରେ ଜଣେ ଥିଲେ ଆଇକନିକ୍ ପ୍ଲେୟାର:

ଏହା ପରେ କୋଲକାତାର ଆଇକନ ପ୍ଲେୟାର ହୋଇଥିଲେ ସୌରଭ ଗାଙ୍ଗୁଲି , ମୁମ୍ବାଇର ସଚିନ ତେନ୍ଦୁଲକର, ପଞ୍ଜାବର ୟୁବରାଜ, ହାଇଦ୍ରାବାଦର ଭି ଭି ଏସ୍ ଲକ୍ଷ୍ମଣ ଓ ବାଙ୍ଗାଲୁରରୁ ଦ୍ରାବିଡ଼ ଆଇକନ ଖେଳାଳି ହୋଇଥିଲେ। ଏହି ଆଇକନ ଖେଳାଳିଙ୍କର ଦର ଧାର୍ଯ୍ୟ ହୋଇଥିଲା। ସବୁଠାରୁ ମହଙ୍ଗା ଖେଳାଳିଙ୍କ ଦର ଓ ସେମାନଙ୍କ ଉପରେ ୧୫ ପ୍ରତିଶତ ଅତିରିକ୍ତ ରଖାଯାଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପ୍ରଥମରୁ ହିଁ ଧୋନୀଙ୍କୁ କିଣିବା ପାଇଁ କୁହାଯାଇଥିଲା । କିନ୍ତୁ ସଚିନଙ୍କୁ ଆଇକନ ଷ୍ଟାଟସ ଲେଭଲ ରେ କିଣିବା ପରେ ତାଙ୍କର ବଜେଟ ନିଅଣ୍ଟ ହୋଇଯାଇଥିଲା । 

ଅନ୍ୟପଟେ ଆକ୍ସନରେ ଚେନ୍ନାଇ ସୁପରକିଙ୍ଗସ ଟିମ ପାଖରେ ଆଇକନ ପ୍ଲେୟାର ନ ଥିଲେ। ତେବେ ଚେନ୍ନାଇ ନିଶ୍ଚିତ ଭାବରେ ଦିନେଶ କାର୍ତ୍ତିକଙ୍କୁ ଦଳରେ ରଖିଥିଲା। କିନ୍ତୁ କାର୍ତ୍ତିକଙ୍କର ଫେସ ଭେଲ୍ୟୁ ସେତେବେଳେ ଏତେଟା ନ ଥିଲା। ତେଣୁ ଧୋନୀଙ୍କୁ କିଣିବା ପାଇଁ ଚେନ୍ନାଇ ନିଜର ପୁରା ଅର୍ଥବଳ ଲଗାଇଥିଲା। ତେବେ ଅନ୍ୟପଟେ ମୁମ୍ବାଇ ସଚିନଙ୍କୁ କିଣି ନିଜର ବଜେଟ କମାଇ ସାରିଥିଲା। ତେଣୁ ଶେଷରେ ଧୋନୀଙ୍କୁ କିଣିବା ରେସରେ ଚେନ୍ନାଇ ବାଜି ମାରିଥିଲା। ସେତେବେଳେ ଚେନ୍ନାଇ ୧.୫ ମିଲିୟନ ଡଲାରରେ ଧୋନୀଙ୍କୁ କିଣିଥିଲା। ଆଉ ତାପରେ ଯାହା ଘଟିଛି ତାହା ଆପଣଙ୍କର ସାମ୍ନାରେ।