IPL ରେ ପୁଣି ହ୍ୟାଟ୍ରିକ୍ ନେଇ ଏହି ତିନିଜଣ ଖେଳାଳିଙ୍କୁ ଆଉଟ୍ କରିବାକୁ ଡ୍ରିମ ରଖିଛନ୍ତି ଚହଲ, ଦେଖନ୍ତୁ ଲିଷ୍ଟ

 
chahal dream 3 wicket

କ୍ରିକେଟ୍ ଖବର : IPL 2022 ରେ ପର୍ପଲ କ୍ୟାପ ରେସରେ 24 ୱିକେଟ୍ ନେଇ ଶୀର୍ଷରେ ରହିଛନ୍ତି ୟୁଜବେନ୍ଦ୍ର ଚହଲ। ସେ ନିକଟରେ 3 ଜଣ ବ୍ୟାଟସମ୍ୟାନଙ୍କ ନାମ ମନୋନୀତ କରିଛନ୍ତି ଯାହାର ୱିକେଟ ନେଇ ସେ ନିଜର ଡ୍ରିମ ହ୍ୟାଟ୍ରିକକୁ ପୂରଣ କରିବାକୁ ଚାହାନ୍ତି । ଚହଲ ନିଜର ଏହି ଡ୍ରିମ ହ୍ୟାଟ୍ରିକରେ ଭାରତୀୟ ଟିମର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲିଙ୍କ ନାମ ମଧ୍ୟ ସାମିଲ କରିଛନ୍ତି ।

chahal

ଏହି ସିଜିନରେ ୟୁଜବେନ୍ଦ୍ର ଚହଲ ରାଜସ୍ଥାନ ରୟାଲସ ଟିମ ପାଇଁ ଖେଳୁଛନ୍ତି। ସେ ନିଜର ଟିମ ପାଇଁ ଲଗାତାର ୱିକେଟ ନେଇଚାଲିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହି ସିଜିନରେ ଚହଲ ନିଜର ଚତୁର ବୁଦ୍ଧି ଯୋଗେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ହାଟ୍ରିକ ମଧ୍ୟ ନେଇସାରିଛନ୍ତି । କିନ୍ତୁ ଏବେ ସେ ନିଜର ଡ୍ରିମ ହ୍ୟାଟ୍ରିକ ବିଷୟରେ ଘୋଷଣା କରିଛନ୍ତି ।

ସେହି 3 ଜଣ ବ୍ୟାଟସମ୍ୟାନ ହେଲେ ବିରାଟ କୋହଲି, ରୋହିତ ଶର୍ମା ଓ ଏବି ଡି ଭିଲିୟର୍ସ । ଏହି 3ଜଣଙ୍କୁ ଆଉଟ କରି ସେ ତାଙ୍କର ଡ୍ରିମ ହ୍ୟାଟ୍ରିକ ପୂରଣ କରିବାକୁ ଚାହାନ୍ତି ବୋଲି ଏକ ୱେବସାଇଟକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।

ତେବେ ଏବି ଡି ଭିଲିୟର୍ସ କ୍ରିକେଟରୁ ଅବସର ନେଇ ସାରିଥିବା ବେଳେ ଚହଲଙ୍କର ଏହି ସ୍ୱପ୍ନ ପୂରଣ ହୋଇ ପାରିବ ନାହିଁ। ତେବେ ସେ ନିଶ୍ଚିତ ରୋହିତ ଆଉ ବିରାଟଙ୍କୁ ଆଉଟ୍ କରିପାରିବେ ଯଦି ସେ ଦୁହେଁ ଗୋଟିଏ ଦଳ ପାଇଁ ଖେଳନ୍ତି।