କୋହଲି ଫ୍ୟାନ୍ସ ମାନଙ୍କୁ ଲାଗିଲା ପୁଣି ଝଟକା, ଏବେ RCB ର ଅଧିନାୟକ ପଦ ଛାଡିଲେ କୋହଲି, ଦୁଃଖିତ ହୋଇ କହିଲେ ଏମିତି…

ବିରାଟ କୋହଲି ଗୋଟିଏ ପରେ ଗୋଟିଏ ତାଙ୍କ ପ୍ରଶଂସକଙ୍କୁ ଚକିତ କରୁଛନ୍ତି। କିଛି ଦିନ ପୂର୍ବରୁ, ସେ ଟି-୨୦ ବିଶ୍ୱକପ ପରେ ଏହି ଫର୍ମାଟରୁ ଅଧିନାୟକ ପଦ ଛାଡିବେ ବୋଲି ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଏବେ ସେ ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକତ୍ୱ ଛାଡିବାକୁ ମଧ୍ୟ ଘୋଷଣା କରିଛନ୍ତି। …
 

ବିରାଟ କୋହଲି ଗୋଟିଏ ପରେ ଗୋଟିଏ ତାଙ୍କ ପ୍ରଶଂସକଙ୍କୁ ଚକିତ କରୁଛନ୍ତି। କିଛି ଦିନ ପୂର୍ବରୁ, ସେ ଟି-୨୦ ବିଶ୍ୱକପ ପରେ ଏହି ଫର୍ମାଟରୁ ଅଧିନାୟକ ପଦ ଛାଡିବେ ବୋଲି ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ।

ଏବେ ସେ ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକତ୍ୱ ଛାଡିବାକୁ ମଧ୍ୟ ଘୋଷଣା କରିଛନ୍ତି। କୋହଲିଙ୍କୁ ଆଇପିଏଲ 2021 ରେ ଦଳର ଅଧିନାୟକ ନଜର ଆସିବେ, କିନ୍ତୁ ସେ ଆଇପିଏଲ 2022 ରେ ଦଳର ଅଧିନାୟକ ହେବେ ନାହିଁ ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ହଠାତ୍ ଘୋଷଣା କରିଛନ୍ତି ଯେ ସେ ଆଇପିଏଲ୍ 2021 ପରେ ଆରସିବି ଅଧିନାୟକତ୍ୱରୁ ଇସ୍ତଫା ଦେବେ। ହଁ, ଗୋଟିଏ ପଟେ ୟୁଏଇ ରେ ପ୍ରଥମ ମ୍ୟାଚ୍ ମୁମ୍ବାଇ ଏବଂ ଚେନ୍ନାଇ ମଧ୍ୟରେ ଖେଳା ଯାଇଛି । ଅନ୍ୟପକ୍ଷରେ, RCB ଫ୍ରାଞ୍ଚାଇଜ୍ ନିଜେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଅଧିନାୟକ କୋହଲି ପରବର୍ତ୍ତୀ ସିଜିନରୁ ତାଙ୍କ ଅଧିନାୟକତ୍ୱ ଛାଡିବା କଥା କହୁଥିବାର ନଜର ଆସିଛନ୍ତି ।

କୋହଲି କହିଛନ୍ତି, “ଆରସିବି ଅଧିନାୟକ ଭାବେ ଏହା ମୋର ଶେଷ ଆଇପିଏଲ ଶୀଜନ ହେବ। ମୋର ଶେଷ ଆଇପିଏଲ୍ ମ୍ୟାଚ୍ ଖେଳିବା ପର୍ଯ୍ୟନ୍ତ ମୁଁ ଆରସିବି ରେ ହିଁ ଖେଳିବି । ମୋ ଉପରେ ବିଶ୍ୱାସ କରି ମୋତେ ସମର୍ଥନ କରିଥିବାରୁ ମୁଁ ସମସ୍ତ ଆରସିବି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଉଛି । ”