କ୍ରିକେଟ ପ୍ରେମୀଙ୍କ ପାଇଁ ଖରାପ ଖବର, BCCI ର ସେଣ୍ଟ୍ରାଲ ଚୁକ୍ତି ପରେ ଏବେ IPL 2024 ରୁ ମଧ୍ୟ ବାହାର ହେଲେ ଏହି ଘାତକ ଖେଳାଳି

 

ମାର୍ଚ୍ଚ ୨୨ ତାରିଖରୁ ଆଇପିଏଲ୍ ୨୦୨୪ ଆରମ୍ଭ ହେବାକୁ ଯାଉଛି, ଯେଉଁଥିପାଇଁ ସମସ୍ତ ଫ୍ରାଞ୍ଚାଇଜ୍ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ, ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ ହିଁ ଅନେକ ଖେଳାଳି ଆହତ ହୋଇଛନ୍ତି। ଯେଉଁଥିରେ ଅନେକ ଭାରତୀୟ ଖେଳାଳିଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ବାଦ୍ ପଡିଥିବା ଖେଳାଳିଙ୍କ ମଧ୍ୟରେ ଗୁଜୁରାଟ ଟାଇଟାନ୍ସ ବୋଲର ମହମ୍ମଦ ଶାମି ଏବଂ ରାଜସ୍ଥାନ ରୟାଲ୍ସ ବୋଲର ପ୍ରସୀଦ କ୍ରୀଷ୍ଣା ସାମିଲ ଅଛନ୍ତି।

ବର୍ତ୍ତମାନ ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଜଣେ କେକେଆର୍ ଖେଳାଳି ମଧ୍ୟ ପ୍ରଥମ କିଛି ମ୍ୟାଚ୍ ପାଇଁ ବାଦ୍ ପଡ଼ିପାରନ୍ତି। ନିକଟରେ ବିସିସିଆଇ ତାଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ ଦେଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେକେଆରର ନିୟମିତ ଅଧିନାୟକ ଶ୍ରେୟାସ ଆୟର ପ୍ରଥମ କିଛି ମ୍ୟାଚରୁ ବାଦ ପଡିପାରନ୍ତି। ସେ ପିଠି ଯନ୍ତ୍ରଣା ଭୋଗୁଛନ୍ତି ତେଣୁ ଏଭଳି ହୋଇପାରେ। ନିକଟରେ ସେ ରଣଜୀ ଟ୍ରଫି ୨୦୨୩-୨୪ରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ। ତେବେ ପରେ ସେ ମୁମ୍ବାଇ ପାଇଁ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ୍ ଖେଳିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆୟର ତାଙ୍କ ଆଘାତ ସମସ୍ୟା ହେତୁ ଆଇପିଏଲ୍ ୨୦୨୩ ଖେଳି ପାରିନଥିଲେ। ଶ୍ରେୟସ୍ ଆୟର ବର୍ଡର ଗଭାସ୍କର ଟ୍ରଫି ୨୦୨୩ ସମୟରେ ଆହତ ହୋଇଥିଲେ, ଏହି କାରଣରୁ ତାଙ୍କୁ ଆଇପିଏଲ୍ ୨୦୨୩ ରୁ ବାଦ ଦେବାକୁ ପଡିଥିଲା। 

ତାଙ୍କ ଅନୁପସ୍ଥିତିରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ପ୍ରଭାବଶାଳୀ ରହିନଥିଲା। ଆୟରଙ୍କ ସ୍ଥାନରେ ନୀତୀଶ ରାଣାଙ୍କୁ ଅଧିନାୟକତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ନୀତୀଶଙ୍କ ନେତୃତ୍ୱାଧୀନ କେକେଆର ପ୍ଲେଅଫରେ ପହଁଞ୍ଚି ପାରିନଥିଲା। ଯଦି ଆୟର ଆଗାମୀ ସିଜନ ପୂର୍ବରୁ ବାହାରେ ରୁହନ୍ତି, ତେବେ ଏହା କେକେଆର୍ ପାଇଁ ଏକ ବଡ ଝଟକା ହୋଇପାରେ। ତାଙ୍କ ଅନୁପସ୍ଥିତିରେ ରାଣା ପୁଣି ଥରେ ଅଧିନାୟକତ୍ୱ ଗ୍ରହଣ କରିପାରନ୍ତି।

ଆଇପିଏଲ୍ ୨୦୨୩ ପରେ, ଆୟର୍ ପାକିସ୍ତାନ ବିପକ୍ଷରେ ଏସିଆ କପରେ ଭାରତୀୟ ଦଳରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଟୁର୍ଣାମେଣ୍ଟରେ ତାଙ୍କର ଚମତ୍କାର ପ୍ରଦର୍ଶନ ପରେ ସେ ବିଶ୍ୱକପ୍ ୨୦୨୩ ପାଇଁ ନିଜର ସ୍ଥାନ ସୁରକ୍ଷିତ କରି ପାରିଥିଲେ। ବିଶ୍ୱକପ୍‌ରେ ସେ ୫୦ ଆଭରେଜ ସହିତ ରନ୍ ସ୍କୋର କରିଥିଲେ ଏବଂ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ନିଜ ଘରୋଇ ପଡ଼ିଆରେ ଏକ ଶତକ ମଧ୍ୟ କରିଥିଲେ।  

ଏହା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍ ଟେଷ୍ଟ ସିରିଜ୍ ଏବଂ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଆୟର୍ ଭାରତୀୟ ଦଳର ଏକ ଅଂଶ ରହିଥିଲେ, କିନ୍ତୁ ଉଭୟ ସିରିଜରେ ପ୍ରଦର୍ଶନ ଭଲ ନ ଥିବାରୁ ତାଙ୍କୁ ଦଳରୁ ବାଦ ଦିଆଯାଇଥିଲା। ଏହା ପରେ ବିସିସିଆଇ ତାଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ମଧ୍ୟ ହଟାଇ ଦେଇଛି। ଆଘାତ ଜନିତ ସମସ୍ୟା ଦର୍ଶାଇ ସେ ରଣଜୀ ଟ୍ରଫି ୨୦୨୩-୨୪ ରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ।  

ତେବେ ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଜାତୀୟ କ୍ରିକେଟ୍ ଏକାଡେମୀର ଡାକ୍ତରମାନେ ସମ୍ପୂର୍ଣ୍ଣ ଫିଟ୍ ଘୋଷଣା କରିଥିଲେ। ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ ବିସିସିଆଇ ରଣଜୀ ଖେଳିନଥିବାରୁ ଆଇୟରଙ୍କୁ ତାଗିଦ କରିଛି ଏବଂ ରଣଜୀ ଟ୍ରଫିରେ ଭାଗ ନେବାକୁ ମଧ୍ୟ ତାଙ୍କ ଉପରେ ଚାପ ପକାଇଛି। ମନଇଚ୍ଛା ରଣଜୀ ଟ୍ରଫିରେ ଅଂଶଗ୍ରହଣ ନକରିବା ତାଙ୍କର କେନ୍ଦ୍ରୀୟ ଚୁକ୍ତିକୁ ବାତିଲ କରିବାର କାରଣ ହୋଇପାରେ। ତାଙ୍କ ବ୍ୟତୀତ ଇଶାନ କିଶନଙ୍କୁ ମଧ୍ୟ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ଦିଆଯାଇଛି। ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ପରାମର୍ଶ ପରେ ମଧ୍ୟ ସେ ରଣଜୀରେ ଭାଗ ନେଇନଥିଲେ।