"ମୋ ଆଗରେ ବୋଲିଂ କଲେ ବହୁତ ମାରିବି" ଏହି SRH ବୋଲରଙ୍କୁ ଗିଲ୍ ଦେଇଥିଲେ ଧମକ, ମ୍ୟାଚ ପରେ କଲେ ବଡ଼ ଖୁଲାସା

 
gill st

କ୍ରିକେଟ ଖବର: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜୁରାଟ ଟାଇଟାନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଇପିଏଲର 62 ତମ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚରେ ହାଇଦ୍ରାବାଦ ଟସ୍ ଜିତି ଗୁଜରାଟକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା।

gill

ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ 188 ରନ୍ ସଂଗ୍ରହ କରି ହାଇଦ୍ରାବାଦକୁ 34 ରନରେ ପରାସ୍ତ କରିଥିଲା। ଏଥି ସହିତ ଗୁଜୁରାଟର ବିଜୟର ହିରୋ ଥିଲେ ଶୁଭମନ ଗିଲ୍। ଯିଏକି ଶତକୀୟ ଇନିଂସ ଖେଳି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ।

ପୋଷ୍ଟ ମ୍ୟାଚରେ ଗିଲ୍ କହିଛନ୍ତି ଯେ, “ମୁଁ SRH ବିପକ୍ଷରେ ମୋର ଆଇପିଏଲ୍ ଡେବ୍ୟୁ କରିଛି ଏବଂ ବର୍ତ୍ତମାନ ମୁଁ ସେମାନଙ୍କ ବିପକ୍ଷରେ ମୋର ପ୍ରଥମ ଆଇପିଏଲ୍ ଶତକ ହାସଲ କଲି। ମୁଁ ସେହି ଲୋକମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ସେମାନଙ୍କର ପୂର୍ବ ଇନିଂସ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଆଉ ଅଭିଷେକ ଶର୍ମା ମୋର ପିଲାଦିନର ବନ୍ଧୁ ଏବଂ ତାଙ୍କୁ ଛକା ମାରିବା ବହୁତ ଭଲ ଥିଲା। ମୁଁ ତାଙ୍କୁ କହିଥିଲି ଯଦି ତୁମେ ମୋ ସାମ୍ନାକୁ ଆସ, ମୁଁ ତୁମର ବଲକୁ ସୀମା ପାର କରି ପଠାଇବି। ଆଉ ତାହା କରି ଦେଖାଇଲି।"

ଆହୁରି ପଢ଼ନ୍ତୁ: ଦେଖନ୍ତୁ ଭିଡିଓ: ନୀତୀଶ ରାଣା ଦେଖାଇଲେ ଧୋନିଙ୍କ ଆଗରେ ଅହଂକାର, ନିଜ ଖେଳାଳିଙ୍କ ଭୁଲ ଯୋଗୁଁ ଅମ୍ପାୟାରଙ୍କ ସହ କଲେ ଝଗଡା ଏବଂ...