ଦେଖନ୍ତୁ ଭିଡ଼ିଓ: ପରାଜୟ ପରେ ବି ରୋହିତ ଜିତିଲେ ସଭିଙ୍କ ହୃଦୟ, ମ୍ୟାଚ୍ ଶେଷ ହେବା ମାତ୍ରେ କୋହଲିଙ୍କ ପାଖକୁ ଦୌଡ଼ି ଯାଇ କଲେ ଏମିତି

 

କ୍ରିକେଟ ଖବର: 2 ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ 2023 ର ପଞ୍ଚମ ମ୍ୟାଚରେ ପୂର୍ବତନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ବିସ୍ଫୋରକ ବ୍ୟାଟିଂ କରି ନିଜ ଦଳକୁ ମ୍ୟାଚ ଜିତାଇଥିଲେ। ତାଙ୍କର ଅର୍ଦ୍ଧଶତକୀୟ ଇନିଂସ ଦଳକୁ ଆଇପିଏଲର 16 ତମ ସଂସ୍କରଣରେ ପ୍ରଥମ ବିଜୟ ଦେଇଥିଲା। 

ତେବେ ଏହି ବିଜୟ ପାଇବା ପରେ କିଙ୍ଗ କୋହଲି ବହୁତ ଖୁସି ମନେ ହେଉଥିଲେ। ଏହି ସମୟରେ ମ୍ୟାଚ୍ ଶେଷ ହେବା ପରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ତାଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଥିଲା।  ଯାହାର ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।

ମ୍ୟାଚ୍ ଶେଷ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା କିଙ୍ଗ୍ ବିରାଟଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଥିଲା। ଆରସିବି ଇନିଂସ ଶେଷ ହେବା ପରେ ସେ କୋହଲିଙ୍କୁ ଆଲିଙ୍ଗନ କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।

ଦେଖନ୍ତୁ ଭିଡ଼ିଓ:

ଏହାର ଜବାବରେ ଫାଫ୍ ଡୁ ପ୍ଲେସିସ୍ ଏବଂ ବିରାଟ କୋହଲିଙ୍କ ଇନିଂସ ଯୋଗୁଁ ଆରସିବି 16.2 ଓଭରରେ ଲକ୍ଷ୍ୟ ହାସଲ କରିଥିଲା।  ଏଥି ସହିତ କୋହଲି 49 ବଲରେ 82 ରନ ସ୍କୋର କରିବା ପରେ ଅପରାଜିତ ରହିଥିଲେ। ବାଙ୍ଗାଲୋର ଜିତିବାରେ ତାଙ୍କ ବ୍ୟାଟିଂ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ତେଣୁ MI କୁ 8 ୱିକେଟର ପରାଜୟର ସାମ୍ନା କରିବାକୁ ପଡିଥିଲା।

ଆହୁରି ପଢ଼ନ୍ତୁ: IPL 2023: ଧୋନିଙ୍କ ମୁଣ୍ଡବିନ୍ଧାର କାରଣ ସାଜିଲେ ଏହି ଖେଳାଳି, ସୋସିଆଲ ମିଡ଼ିଆରେ ପ୍ରଶଂସକମାନେ କଲେ ଟ୍ରୋଲ୍