ଦେଖନ୍ତୁ ଭିଡ଼ିଓ: ମୁମ୍ବାଇ ର ପରାଜୟ ପରେ ଭାଇରଲ ହେଲା ରୋହିତ ଶର୍ମାଙ୍କ ସ୍ୱର, ଯାହା ଷ୍ଟମ୍ପ ମାଇକରେ ହୋଇଥିଲା ରେକର୍ଡ

ଆଇପିଏଲର 14 ତମ ସିଜିନର 17 ତମ ମ୍ୟାଚରେ କେଏଲ ରାହୁଲଙ୍କ ଦଳ ପଞ୍ଜାବ କିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସକୁ 9 ୱିକେଟରେ ପରାସ୍ତ କରିଛି । ପରାଜୟ ସତ୍ୱେ ମୁମ୍ବାଇ ଇଣ୍ଡିଆନ୍ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚ୍ ସମୟରେ ତାଙ୍କ ଅଧିନାୟକତ୍ୱ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ରୋହିତ ଶର୍ମା ଲଗାତାର ବୋଲରଙ୍କ …
 

ଆଇପିଏଲର 14 ତମ ସିଜିନର 17 ତମ ମ୍ୟାଚରେ କେଏଲ ରାହୁଲଙ୍କ ଦଳ ପଞ୍ଜାବ କିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସକୁ 9 ୱିକେଟରେ ପରାସ୍ତ କରିଛି । ପରାଜୟ ସତ୍ୱେ ମୁମ୍ବାଇ ଇଣ୍ଡିଆନ୍ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚ୍ ସମୟରେ ତାଙ୍କ ଅଧିନାୟକତ୍ୱ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ରୋହିତ ଶର୍ମା ଲଗାତାର ବୋଲରଙ୍କ ସହ କଥାବାର୍ତ୍ତା କରୁଥିବା ଏବଂ ସେମାନଙ୍କୁ ବୁଝାଉଥିବା ଦେଖିବାକୁ ମିଳିଥିଲା ।

ମୁମ୍ବାଇ ଦଳର ଫିଲ୍ଡିଂ ବେଳେ ରୋହିତ ଶର୍ମା ଜୟନ୍ତ ଯାଦବଙ୍କୁ ବୁଝାଇବାର ନଜର ଆସିଥିଲେ। ରୋହିତ ଶର୍ମାଙ୍କ ସ୍ୱର ଷ୍ଟମ୍ପ ମାଇକରେ ରେକର୍ଡ କରାଯାଇଥିଲା, ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହଉଚି । ରୋହିତ ଶର୍ମା ଜୟନ୍ତ ଯାଦବଙ୍କୁ କହିଛନ୍ତି, ‘ଏହା ଏକ ଭଲ ବଲ। ବଲ୍ ଶୁଖିଲା ଏବଂ ଗତିଶୀଳ । ଯଦି ଏହା ଉପରକୁ ପକାଯାଏ ତେବେ ବ୍ୟାଟ୍ସମ୍ୟାନ୍ଙ୍କ ପାଇଁ ଏହା କଷ୍ଟସାଧ୍ୟ ହେବ ।

ଜୟନ୍ତ ଯାଦବ ରୋହିତ ଶର୍ମାଙ୍କ ଆଲୋଚନାକୁ କାର୍ଯ୍ୟକାରୀ କରିଥିଲେ ଏବଂ ପଞ୍ଜାବ କିଙ୍ଗସ ବ୍ୟାଟ୍ସମ୍ୟାନ୍ କ୍ରିସ ଗେଲଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଏହି ଭିଡିଓ ଦେଖିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ରୋହିତ ଶର୍ମାଙ୍କ ଖେଳ ପ୍ରତି ଉତ୍ସାହ ବହୁତ ଅଧିକ ।

ଚେନ୍ନାଇ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରୁଥିବାବେଳେ ମୁମ୍ବାଇ ଦଳ 6 ୱିକେଟ୍ ରେ ମାତ୍ର 131 ରନ୍ ସ୍କୋର କରିଥିଲା | ରୋହିତ ଶର୍ମାଙ୍କ ବ୍ୟତୀତ ମୁମ୍ବାଇର କୌଣସି ବ୍ୟାଟ୍ସମ୍ୟାନ୍ ରନ୍ ସ୍କୋର କରିବାରେ ସଫଳ ହୋଇପାରିନଥିଲେ । ଏହାର ଜବାବରେ ପଞ୍ଜାବ ଦଳ 17.4 ଓଭରରେ ଗୋଟିଏ ୱିକେଟ୍ ହରାଇ 132 ରନ୍ ସ୍କୋର କରି ମ୍ୟାଚ୍ ଜିତିଥିଲା ।