IPL ଇତିହାସରେ 5000 ରନ୍ କରି ରୋହିତ ହେଲେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍, ଜାଣନ୍ତୁ କିଏ ଅଛି ଏକ ନମ୍ବରରେ ?

 

ମୁମ୍ବାଇ ଇଣ୍ଡିଆନ୍ସ ନିଜର ଶ୍ରେଷ୍ଠ ବ୍ୟାଟିଂରେ ସନରାଇଜର୍ସ ହାଇଦ୍ରାବାଦକୁ 9 ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ସୁପରଷ୍ଟାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଏକ ଚମତ୍କାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ।  ସେ ଏହି ଶ୍ରେଷ୍ଠ ଇନିଂସ ଖେଳିବା ପରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଆଉ ଆଇପିଏଲ ଇତିହାସରେ ଏହା କରିବାରେ ସେ ଦ୍ଵିତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।

ଆସନ୍ତୁ ଜାଣିବା ଏହି ରେକର୍ଡ ବିଷୟରେ:

ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଇନିଂସ ଆରମ୍ଭରେ ଉତ୍କୃଷ୍ଟ ଫର୍ମରେ ଥିଲେ। ସେ 37 ବଲରେ 56 ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ 8 ଟି ଚୌକା ଓ ଗୋଟିଏ ଲମ୍ବା ଛକା ଅନ୍ତର୍ଭୁକ୍ତ। ଏହା ସହ ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ 5000 ରନ୍ ପୂରଣ କରିଛନ୍ତି।  ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ 192 ଇନିଂସରେ 5022 ରନ୍ ସଂଗ୍ରହ କରିଛନ୍ତି।

ଆଇପିଏଲର କୌଣସି ଗୋଟିଏ ଦଳ ପାଇଁ 5000 ରୁ ଅଧିକ ସ୍କୋର କରିବାରେ ବିରାଟ କୋହଲିଙ୍କ ପରେ ରୋହିତ ଶର୍ମା ଆଇପିଏଲ ଇତିହାସରେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। କୋହଲି ଆରସିବି ପାଇଁ 7263 ରନ୍ ସଂଗ୍ରହ କରିଛନ୍ତି। କୋହଲି 2008 ମସିହାରୁ ଆଇପିଏଲରେ କେବଳ ଆରସିବି ଦଳ ପାଇଁ ଖେଳିଆସୁଛନ୍ତି।