ଆସିଲା ବଡ଼ ଖବର! ଆଇପିଏଲ ଖେଳିବେ ନାହିଁ ବିରାଟ ଏବଂ ରୋହିତ….

 

ଟି-୨୦ ବିଶ୍ୱକପ ୨୦୨୪ ପାଇଁ ପ୍ରାୟ ସମସ୍ତ ଦଳ ନିଜ ନିଜର ଦଳ ଘୋଷଣା କରି ସାରିଥିବା ବେଳେ ଭାରତ ମଧ୍ୟ ଏହାର ଦଳ ଘୋଷଣା କରିଛି। ଏବେ ଭାରତରେ ଆଇପିଏଲ ଚାଲୁ ରହିଥିବା ବେଳେ ଏହା ସରିବାର ମାତ୍ର ୬ ଦିନ ମଧ୍ୟରେ ହିଁ ବିଶ୍ୱକପ ଖେଳାଯିବ। ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍ ମିଳିତ ଭାବରେ ଏହାକୁ ଆୟୋଜନ କରିବେ।

ତେବେ, ସବୁଠାରୁ ବଡ଼ କଥା ହେଉଛି ଚଳିତ ଆଇପିଏଲରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଉଭୟ ଖେଳିବେ ନାହିଁ। ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସତ ଅଟେ। ପ୍ରକୃତରେ ଯେଉଁ ଦଳ ଗୁଡିକ ଆଇପିଏଲର ପ୍ଲେ-ଅଫ୍ ରେ ପହଞ୍ଚିବେ ନାହିଁ। ସେହି ଦଳର ଭାରତୀୟ ଖେଳାଳି ମାନଙ୍କୁ କିଛି ଦିନ ପୂର୍ବରୁ ହିଁ ଆମେରିକା ପଠାଇବା ପାଇଁ ବିସିସିଆଇ ଯୋଜନା କରିଛି।

ତେବେ, ଚଳିତ ଆଇପିଏଲରେ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ବେଳେ ତାଙ୍କର ଦଳ ଭଲ ପ୍ରଦର୍ଶନ କରିନାହିଁ। ଯାହାଫଳରେ ଏହି ଦଳ ପ୍ଲେ-ଅଫ୍ ଦୌଡ଼ରୁ ଏକପ୍ରକାର ବାଦ୍ ପଡ଼ିଛି। ସମାନ ଭାବରେ ବିରାଟ କୋହଲିଙ୍କ ଆରସିବିର ମଧ୍ୟ ପ୍ଲେ-ଅଫ୍ ଆଶା କ୍ଷୀଣ ରହିଛି। ଏପରି ପରିସ୍ଥିତିରେ ଉଭୟେ ମେ ୨୧ ତାରିଖରେ ଆମେରିକା ଯାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେଠାର ପରିସ୍ଥିତି ଏବଂ ପ୍ଲେଇଂ କଣ୍ଡିସନ ସହିତ ଖାପ ଖୁଆଇବା ପାଇଁ ଏହା ଆବଶ୍ୟକ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।