IPL 2022: T-20 ରେ ଟେଷ୍ଟ ମ୍ୟାଚ ଖେଳୁଥିବା ଦେଖି ରାହୁଲଙ୍କୁ ରିଟାୟର ହେବାକୁ କହିଥିଲା ମ୍ୟାନେଜମେଣ୍ଟ, ମାତ୍ର...

 
rahul test match in ipl

କ୍ରିକେଟ ଖବର : ଚଳିତ ସିଜିନର ସର୍ବୋତ୍ତମ ମ୍ୟାଚ୍ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା। କାରଣ ଏହି ମ୍ୟାଚରେ ଲକ୍ଷ୍ନୌ ଦଳର ଦୁଇ ଓପନର କେଏଲ ରାହୁଲ ଏବଂ ଡି କକ ଭଲ ପାର୍ଟନରସିପ କରିଥିଲେ । ଡି କକ ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ କରିଥିଲେ। ଉଭୟ କୌଣସି ୱିକେଟ୍ ନ ହରାଇ ଦଳୀୟ ସ୍କୋର 210 ରନରେ ପହଞ୍ଚାଇଥିଲେ। ଗୋଟିଏ ପଟେ ଡି କକ୍ 70 ଟି ବଲରେ 140 ରନ ସଂଗ୍ରହ କରିଥିବା ବେଳେ, ରାହୁଲ ଖାସ କିଛି ନ କରି କେବଳ 51 ବଲ ରେ 68 ରନ ସଂଗ୍ରହ କରିଥିଲେ।

ଅନ୍ୟପଟେ ଏହି ମ୍ୟାଚକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ଦଳର ମୁଖ୍ୟ ପ୍ରଶିକ୍ଷକ ଆଣ୍ଡି ଫୁଲ୍। ସେ କହିଛନ୍ତି ଯେ, ଏହି ଦୁଇ ଜଣ କୋଲକାତା ବିପକ୍ଷ ମ୍ୟାଚରେ ଏତେ ସମୟ ଧରି ବ୍ୟାଟିଂ କଲେ ଯେ ଶେଷରେ ମ୍ୟାନେଜମେଣ୍ଟ ସେମାନଙ୍କୁ ରିଟାୟର ହେବାକୁ କହିଥିଲେ। ଖାସ କରି ରାହୁଲ ଙ୍କୁ, କିନ୍ତୁ ସେମାନେ କାହାରି କଥା ନ ଶୁଣି ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ।

rahul and de kock

ମ୍ୟାଚ୍ ପରେ ଫୁଲ ଷ୍ଟାର ସ୍ପୋର୍ଟସକୁ କହିଛନ୍ତି ଯେ, 18 ତମ ଓଭର ଶେଷରେ ଆମେ ଉଭୟଙ୍କୁ ଏକ ମେସେଜ ପଠାଇଥିଲୁ, 'ଯଦି ଆପଣ ଖେଳି ଖେଳି ଥକି ଯାଇଛନ୍ତି, ତେବେ ଆପଣ ରିଟାୟର ନେଇପାରିବେ।

କିନ୍ତୁ ଉଭୟ ବ୍ୟାଟ୍ସମ୍ୟାନ୍ ରିଟାୟର ନେବାକୁ ମନା କରିଦେଇଥିଲେ।  କାରଣ ସେ ପୁରା ଇନିଂସ ଖେଳିବାକୁ ଚାହୁଥିଲେ। ଡି କକ୍ ଉଭୟ ଦ୍ରୁତ ବୋଲର ଏବଂ ସ୍ପିନରଙ୍କୁ ସମ୍ପୂର୍ଣ୍ଣ ରୂପେ ସାମ୍ନା କରିଥିଲେ ଏବଂ ଆଉ ଚଳିତ ସିଜନରେ ତାଙ୍କର ଦ୍ୱିତୀୟ ଆଇପିଏଲ୍ ଶତକ ହାସଲ କରିଥିଲେ। ତେବେ କେ ଏଲ ରାହୁଲ ଙ୍କ ଟେଷ୍ଟ ମ୍ୟାଚ ଖେଳିବା ପ୍ରଶଂସକ ଙ୍କୁ ପସନ୍ଦ ହେଲା ନାହିଁ । ଲକ୍ଷ୍ନୌ ଏହି ମ୍ୟାଚ କୁ ଅତି କଷ୍ଟ ରେ ଜିତିବାରେ ସଫଳ ହୋଇଥିଲା ସତ, ମାତ୍ର ଯଦି ହାରିଥାନ୍ତା ତ ତାହାର ସମ୍ପୂର୍ଣ ଦାୟୀ ରାହୁଲ ହୋଇଥାନ୍ତେ ।