ଦେଖନ୍ତୁ ଭିଡ଼ିଓ: ବିରାଟଙ୍କୁ ଆଉଟ କରିବା ପାଇଁ ଚମତ୍କାର କ୍ୟାଚ ଧରିଲେ ରାହାଣେ! ଦେଖିଲେ ଆବାକ୍ ହୋଇଯିବେ ଆପଣ….

 
Catch

ଆଇପିଏଲ୍ ୨୦୨୪ର ପ୍ରଥମ ମ୍ୟାଚ୍ ୫ ଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଆରସିବି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କ୍ୟାପଟେନ ଫାଫ୍ ଡୁ ପ୍ଲେସିସ୍ ଏବଂ ବିରାଟ କୋହଲି ଆରସିବି ପାଇଁ ଇନିଂସ ଆରମ୍ଭ କରିବାକୁ ଆସିଥିଲେ। ଭଲ ଆରମ୍ଭ ପରେ କିନ୍ତୁ ଆରସିବି ନିୟମିତ ଭାବରେ ୱିକେଟ ହରାଇବାକୁ ଲାଗିଥିଲା।

Csk vs rcb

ୱିକେଟ୍ ପତନ ମଧ୍ୟରେ ବିରାଟ ଧୀରେ ଧୀରେ ତାଙ୍କ ଇନିଂସକୁ ଆଗକୁ ବଢାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ, ଏକ ଚମତ୍କାର କ୍ୟାଚ ସହିତ ତାଙ୍କ ଇନିଂସ ସମାପ୍ତ ହୋଇଯାଇଥିଲା। ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ପରେ ଆରସିବି ଭଲ ଆରମ୍ଭ କରିଥିଲା ​​କିନ୍ତୁ ୪୧ ରନ ସ୍କୋରରେ ଫାଫ୍ ଡୁପ୍ଲେସିସ ଆଉଟ ହେବାପରେ ଲଗାତାର ୱିକେଟ୍ ପତନ ଆରମ୍ଭ ହୋଇଥିଲା।

ଏପରି ପରିସ୍ଥିତିରେ ବିରାଟ କୋହଲିଙ୍କ ଉପରେ ଦଳର ବିଶ୍ୱାସ ରହିଥିଲା। କିନ୍ତୁ, ଅଜିଙ୍କ୍ୟ ରାହାଣେଙ୍କ ଚମତ୍କାର କ୍ୟାଚ୍ ତାଙ୍କ ଇନିଂସ ଶେଷ କରିଥିଲା। ବିରାଟ କୋହଲି ୨୧ ରନରେ ଖେଳୁଥିବା ବେଳେ ମୁସ୍ତାଫିଜୁର ରହମାନଙ୍କ ବଲରେ ସେ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ।  କିନ୍ତୁ, ଅଜିଙ୍କ୍ୟ ରାହାଣେ ବାଉଣ୍ଡରୀରେ ଏକ ଚମତ୍କାର କ୍ୟାଚ ଧରିଥିଲେ।

ଏହି କ୍ୟାଚ ଦେଖି ବିରାଟ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଅଜିଙ୍କ୍ୟ ରାହାଣେ ନିକଟରେ ମୁମ୍ବାଇକୁ ତାଙ୍କ ଅଧିନାୟକତ୍ୱରେ ରଣଜୀ ଟ୍ରଫିର ଚାମ୍ପିଅନ୍ କରିଛନ୍ତି।  ଫାଇନାଲ ମ୍ୟାଚରେ ମଧ୍ୟ ତାଙ୍କ ବ୍ୟାଟରୁ ରନ ଆସିଥିଲା। ଗତକାଲିର ମ୍ୟାଚରେ ୨୭ ରନର ଏକ ଭଲ ଇନିଂସ ଖେଳିଥିଲେ ରାହାଣେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ସିଜନରେ ରାହାଣେ ୧୭୨ରୁ ଅଧିକ ଷ୍ଟ୍ରାଇକ୍ ରେଟରେ ୧୪ ଟି ମ୍ୟାଚରେ ୩୨୬ ରନ୍ ସ୍କୋର କରିଥିଲେ।  ଏହି ଅବଧିରେ ତାଙ୍କ ବ୍ୟାଟରୁ ୨ଟି ଅର୍ଦ୍ଧଶତକ ଆସିଥିଲା। ଚେନ୍ନାଇ ଦଳ ଚଳିତ ସିଜନରେ ମଧ୍ୟ ରାହାଣେଙ୍କ ଠାରୁ ଏଭଳି ହିଁ କିଛି ପ୍ରଦର୍ଶନ ଆଶା କରିବ ନିଶ୍ଚିତ। ଯଦି ସେ ଏଭଳି ପ୍ରଦର୍ଶନ କରିବାରେ ସଫଳ ହୁଅନ୍ତି ତେବେ ସିଏସକେ ନିଜର ଷଷ୍ଠ ଟାଇଟଲ ଜିତିବାକୁ ସଫଳ ହୋଇପାରେ।