ଦେଖନ୍ତୁ ଭିଡ଼ିଓ: ପାଣ୍ଡ୍ୟା ନେଲେ ଧୋନିଙ୍କ ଭଳି ନିଷ୍ପତ୍ତି, ସମସ୍ତେ ମନା କରିବା ପରେ ବି ନେଲେ DRS, ତାପରେ ଅମ୍ପାୟାରଙ୍କୁ ବଦଳାଇବାକୁ ପଡିଲା ନିଷ୍ପତ୍ତି

 

କ୍ରିକେଟ ଖବର: ଇଣ୍ଡିଆନ ପ୍ରିମିୟର ଲିଗ୍ 2023 ର 19 ତମ ମ୍ୟାଚ୍ ମୋହାଲିରେ ପଞ୍ଜାବ କିଙ୍ଗସ୍ ଏବଂ ଗୁଜରାଟ ଟାଇଟାନ୍ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚକୁ ଗୁଜରାଟ ଦଳ 19.5 ଓଭରରେ 6 ୱିକେଟରେ ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍‌ରେ ପଞ୍ଜାବର ଆରମ୍ଭ ଅତ୍ୟନ୍ତ ଖରାପ ହୋଇଥିଲା।  ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜୁରାଟ ଟାଇଟାନ୍ସ ଏହି ମ୍ୟାଚକୁ ସମ୍ପୂର୍ଣ୍ଣ ଭାବେ କାବୁ କରିଥିଲା।

ଅନ୍ୟପକ୍ଷରେ ପଞ୍ଜାବ ଦଳ ଉପରେ ଅଧିକ ଚାପ ସୃଷ୍ଟି କରିବା ପାଇଁ ପାଣ୍ଡ୍ୟା ଅଜବ ଉପାୟରେ ରିଭ୍ୟୁ ନେଇ ଧୋନିଙ୍କ ପରି ହେବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ନିରାଶ ହୋଇଥିଲେ। ଏହା ନଟଆଉଟ୍ ଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।

କ୍ରିକେଟ୍ ଦୁନିଆରେ ରିଭ୍ୟୁ ବ୍ୟବସ୍ଥାର ପ୍ରବର୍ତ୍ତନ ପରେ ବୋଲରମାନେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାକୁ ସର୍ବଦା ପ୍ରସ୍ତୁତ ଥାଆନ୍ତି। ମୋହାଲିରେ ଗୁଜୁରାଟ ଏବଂ ପଞ୍ଜାବ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। ପଞ୍ଜାବ କିଙ୍ଗ୍ସର ଇନିଂସ ସମୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା।  ଯେତେବେଳେ ଭାବୁକା ରାଜପକ୍ସା ବ୍ୟାଟିଂ କରୁଥିଲେ।  ତାଙ୍କ ସାମ୍ନାରେ ସ୍ପିନ ବୋଲର ରସିଦ ଖାନ ଥିଲେ।  ଯିଏ ରାଜପକ୍ସାଙ୍କୁ ଏକ ଗୁଗଲି ବଲ୍ ବୋଲିଂ କରିଥିଲେ। କିନ୍ତୁ ବ୍ୟାଟ୍ସମ୍ୟାନ ତାଙ୍କ ବଲକୁ ପୁରା ଜାଣି ପାରିନଥିଲେ ଏବଂ ବଲ୍ ପ୍ୟାଡ୍ ମଧ୍ୟରେ ଯାଇ ସିଧା ୱିକେଟକିପରଙ୍କ ପାଖକୁ ଯାଇଥିଲା। ଆଉ ଏହାକୁ କ୍ୟାଚ୍ ଆଉଟ୍ ବୋଲି ଭାବି ନେଇଥିଲେ ଋଦ୍ଧିମାନ ଶାହା। 

ଏହା ପରେ ବୋଲର ଏବଂ ୱିକେଟକିପର ରିଦ୍ଧିମାନ ସାହା ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ଅମ୍ପାୟାର ଏହାକୁ ନକ୍ ଆଉଟ୍ ଘୋଷଣା କରିଥିଲେ। ଏହା ପରେ କ୍ୟାପଟେନ ହାର୍ଦ୍ଦିକ ବୋଲର ଏବଂ ୱିକେଟ୍ କିପରଙ୍କୁ ରିଭ୍ୟୁ କରିବେ କି ନାହିଁ ପଚାରୁଥିଲେ ମଧ୍ୟ କେହି ଠିକ୍ ଉତ୍ତର ଦେଇନଥିଲେ। ଯାହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଚିନ୍ତା ନକରି ରିଭ୍ୟୁ ପାଇଁ କହିଥିଲେ। ତେବେ ରିପ୍ଲାଏରେ ଏହା ଦେଖାଗଲା ଯେ ଏହା ନଟଆଉଟ୍ ଅଟେ। ଏହାପରେ ଗୁଜରାଟ ଦଳକୁ ନିଜର ଏକ ରିଭ୍ୟୁ କ୍ଷତି ହୋଇଥିଲା। ତେବେ ନିଜକୁ ନିଜେ ଧୋନି ବୋଲି ଭାବିବା ପାଣ୍ଡ୍ୟାଙ୍କୁ ମହଙ୍ଗା ପଡିଲା ବୋଲି ଆଲୋଚନା ହେଉଛି। 

ଦେଖନ୍ତୁ ଭିଡ଼ିଓ: