ଦେଖନ୍ତୁ ଭିଡ଼ିଓ: ମ୍ୟାଚ୍ ହାରିଲା ଚେନ୍ନାଇ, କିନ୍ତୁ ହୃଦୟ ଜିଣିଲେ ଚହର, ପଡ଼ିଆ ମଧ୍ୟରେ ଗାର୍ଲଫ୍ରେଣ୍ଡକୁ ପିନ୍ଧାଇଲେ ମୁଦି

କ୍ରିକେଟ୍ ଖବର : ଆଇପିଏଲ୍ ଇତିହାସରେ ତିନିଥର ଚାମ୍ପିୟନ ହୋଇଥିବା ଚେନ୍ନାଇ ସୁପର କିଙ୍ଗ୍ସ, ଚଳିତ ଆଇପିଏଲ୍ ର ନିଜର ଶେଷ ଲିଗ୍ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ଠାରୁ ୬ ୱିକେଟ୍ ପରାସ୍ତ ହୋଇଥିଲା। ତେବେ ଏହି ମ୍ୟାଚଟି ଚେନ୍ନାଇ ଦଳର ଫାଷ୍ଟ ବୋଲର ଦୀପକ ଚହରଙ୍କ ପାଇଁ ସ୍ମରଣୀୟ ହୋଇ ରହିବ। କାରଣ ସେ …
 

କ୍ରିକେଟ୍ ଖବର : ଆଇପିଏଲ୍ ଇତିହାସରେ ତିନିଥର ଚାମ୍ପିୟନ ହୋଇଥିବା ଚେନ୍ନାଇ ସୁପର କିଙ୍ଗ୍ସ, ଚଳିତ ଆଇପିଏଲ୍ ର ନିଜର ଶେଷ ଲିଗ୍ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ଠାରୁ ୬ ୱିକେଟ୍ ପରାସ୍ତ ହୋଇଥିଲା। ତେବେ ଏହି ମ୍ୟାଚଟି ଚେନ୍ନାଇ ଦଳର ଫାଷ୍ଟ ବୋଲର ଦୀପକ ଚହରଙ୍କ ପାଇଁ ସ୍ମରଣୀୟ ହୋଇ ରହିବ। କାରଣ ସେ ଏହି ମ୍ୟାଚ୍ ସରିବା ପରେ ତୁରନ୍ତ ଷ୍ଟାଡିୟମରେ ଉପସ୍ଥିତ ଥିବା ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ପ୍ରୋପଜ କରିଥିଲେ ଏବଂ ହାତରେ ରିଙ୍ଗ ପିନ୍ଧାଇଥିଲେ। ତେବେ ଏହା ସହିତ ଜଡିତ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଦୀପକ ଚହର ନିଜେ ଏହି ଭିଡିଓ ଏବଂ ଫୋଟକୁ ସୋସିଆଲ୍ ମିଡ଼ିଆରେ ସେୟାର କରିଥିଲେ।

ହୁଏତ ଦୀପକ ଚହରଙ୍କ ପାଇଁ ଏହି ମ୍ୟାଚ୍ ବହୁତ ଭଲ ହୋଇନଥାଇପାରେ, କିନ୍ତୁ ଦିନଟି ବହୁତ ଭଲ ହୋଇଥିବ। ଦୀପକ ଏହି ମ୍ୟାଚ୍ ରେ ୪ ଓଭର ବୋଲିଂ କରି ୪୮ ରନ୍ ଦେଇଥିଲେ। ଏହା ସହିତ ଗୋଟିଏ ୱିକେଟ୍ ମଧ୍ୟ ନେଇଥିଲେ ଦୀପକ ଚହର। ପରବର୍ତ୍ତୀ ସମୟରେ ସେ ନିଜ ଗର୍ଲଫ୍ରେଣ୍ଡଙ୍କ ସହ ପଡ଼ିଆରେ ଦେଖା କରିଥିଲେ ଏବଂ ପ୍ରୋପଜ କରିଥିଲେ। ପରେ ଏଦୁହେଁ ରିଙ୍ଗ ପିନ୍ଧାପିନ୍ଧି ହୋଇଥିଲେ। ଯେତେବେଳେ ଦୀପକ ଏହି ଚିତ୍ରକୁ ଇନଷ୍ଟାଗ୍ରାମରେ ସେୟାର କରିଥିଲେ, ତାଙ୍କ ଭଉଣୀ ମଲ୍ଟି ଚହର ଏବଂ ଭାଇ ରାହୁଲ ଚହର ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ଏଠାରେ ଆମେ କହିରଖୁଛୁ ଯେ, ଦୀପକ ଚହରଙ୍କ ଗାର୍ଲଫ୍ରେଣ୍ଡର ନାମ ଜୟା ଭରଦ୍ୱାଜ। ଷ୍ଟାଡିୟମରେ କଳା ପୋଷାକ ଏବଂ ଗଗଲ ପିନ୍ଧିଥିବାର ନଜର ଆସିଥିଲେ ଦିପକଙ୍କ ଗାର୍ଲଫ୍ରେଣ୍ଡ ଜୟା। ରିୟଲିଟି ସୋ ବିଗ୍ ବସ୍ ସିଜନ୍ ୫ର ପ୍ରତିଯୋଗୀ ସିଦ୍ଧାର୍ଥ ଭରଦ୍ୱାଜଙ୍କ ଭଉଣୀ ହେଉଛନ୍ତି ଜୟା ଭରଦ୍ୱାଜ।

ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି ଯେ, ଉଭୟ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ। ଦୁହେଁ କିଛି ସମୟ ହେଲା ଲିଭ୍ ଇନ୍ ରେଳସନରେ ଅଛନ୍ତି। ଅନ୍ୟପଟେ ଜୟା ଦିଲ୍ଲୀର ଏକ କର୍ପୋରେଟ୍ କମ୍ପାନୀରେ କାମ କରନ୍ତି। ଦୀପକ ଚହରଙ୍କ ଭଉଣୀ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି।

ବର୍ତ୍ତମାନର ଆଇପିଏଲ୍ ସିଜନରେ ଦୀପକ ଏପର୍ଯ୍ୟନ୍ତ ୧୩ ଟି ମ୍ୟାଚରେ ମୋଟ୍ ୧୩ ଟି ୱିକେଟ୍ ନେଇଛନ୍ତି। ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ହେଉଛି ୧୩ ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର୍ କରିଥିଲେ। ଦଳ ପାଇଁ ଅଧିକାଂଶ ୱିକେଟ୍ ନେବାରେ ସେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ପେସର ଶାର୍ଦ୍ଦୁଲ ଠାକୁର ଦଳ ପାଇଁ ୧୮ ଟି ୱିକେଟ୍ ନେଇ ପ୍ରଥମ ସ୍ଥାନରେ ଅଛନ୍ତି।