"କେବଳ ବିଜ୍ଞାପନ କର" ଅହମ୍ମଦାବାଦ ଷ୍ଟାଡିୟମରେ ଦେଖାଗଲେ ଜସପ୍ରୀତ ବୁମ୍ରା ତ ପ୍ରଶଂସକମାନେ କଲେ ଜବରଦସ୍ତ ଟ୍ରୋଲ୍

 
bumrah trolled

କ୍ରିକେଟ ଖବର: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଦୀର୍ଘ ଦିନ ଧରି କ୍ରିକେଟ୍ ଠାରୁ ଦୂରରେ ରହିଆସିଛନ୍ତି। ଆହତ କାରଣରୁ ସେ କ୍ରିକେଟ୍ ଖେଳିବାକୁ ଅସମର୍ଥ ହୋଇଛନ୍ତି। ଏହି ଆଘାତ ହେତୁ ସେ ଇଣ୍ଡିଆନ ପ୍ରିମିୟର ଲିଗର 16 ତମ ସଂସ୍କରଣର ଅଂଶ ହୋଇପାରିନଥିଲେ। ଏଭଳି ପରିସ୍ଥିତିରେ ବୁମରାଙ୍କ ପ୍ରଶଂସକମାନେ ତାଙ୍କୁ ବହୁତ ଝୁରୁଛନ୍ତି। 

mi bumrah

ଏହି ସମୟରେ ଏହି ଭେଟେରାନ ବୋଲର ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ସେ 25 ଏପ୍ରିଲରେ ଖେଳାଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ବନାମ ଗୁଜୁରାଟ ଟାଇଟନ୍ସ ମ୍ୟାଚ୍ ରେ ଯୋଗ ଦେଇଥିଲେ। ଯାହା ପରେ ପ୍ରଶଂସକମାନେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବାର ନଜର ଆସିଥିଲା।

ଏହି ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଏକ ଟୁଇଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। MI ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଫୋଟ ଚିତ୍ର ସେୟାର କରିଥିଲା, ଯାହା ଦଳର ଅଭିଜ୍ଞ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କ ଅଟେ। 

ଫଟୋ ସେୟାର କରିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି ଯେ ଏହି ମ୍ୟାଚରେ ତାଙ୍କ ଦଳକୁ ଉତ୍ସାହିତ କରିବା ପାଇଁ ବୁମରା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଂଚିଛନ୍ତି। ଟୁଇଟ୍ କରିବାବେଳେ କ୍ୟାପସନରେ ଲେଖିଛନ୍ତି, "ବୁମ୍-ବୁମ୍ ବୁମ୍ରା"।  ଏଥି ସହିତ ତାଙ୍କୁ ଷ୍ଟାଡିୟମରେ ଦେଖି ପ୍ରଶଂସକମାନେ ଭିନ୍ନ ପ୍ରତିକ୍ରିୟା ଦେଇଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀକୁ ଜିତାଇବା ପାଇଁ ଡେଭିଡ ୱାର୍ଣ୍ଣର କଲେ ବେଇମାନି, ଏବେ BCCI ନେଲା ତାଙ୍କ ବିରୁଦ୍ଧରେ ବଡ କାର୍ଯ୍ୟାନୁଷ୍ଠାନ