"ତୁମ ଏହା ଶେଷ IPL ଏବଂ..." ଏହି ପ୍ରଶ୍ନ ର ଉତ୍ତର ରେ ଧୋନି ଦେଲେ ମଜାଦାର ବଜବ କହିଲେ, ଆପଣ କହୁଛନ୍ତି ଶେଷ IPL କିନ୍ତୁ ମୁ...

 

ଆଇପିଏଲ୍ ୨୦୨୩ର ୪୫ ତମ ମୁକାବିଲା ଚେନ୍ନାଇ ସୁପର କିଙ୍ଗସ୍ ଏବଂ ଲକ୍ଷ୍ନୌ ସୁପର ଜାୟଣ୍ଟସ୍ ମଧ୍ୟରେ ଖେଳାଯାଇଥିଲା। ଏହିମ୍ୟାଚ୍‌ରେ ଟସ୍ ସମୟରେ ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ନିଜର ଆଇପିଏଲ ଖେଳରୁ ଅବସର ବିଷୟରେ ହେଉଥିବା ଚର୍ଚ୍ଚାକୁ ନେଇ ବଡ଼ ସଙ୍କେତ ଦେଇଛନ୍ତି।

କ୍ୟାପଟେନ କୁଲ ମାହି ଇଶାରା ଇଶାରାରେ କହିଛନ୍ତି ଯେ, ଚଳିତ ସିଜିନ ତାଙ୍କର ଶେଷ ସିଜିନ ହେବ ନାହିଁ, ସେ ଆଗକୁ ମଧ୍ୟ ଖେଳ ଜାରି ରଖିବେ। ଲକ୍ଷ୍ନୌରେ ଏହି ମ୍ୟାଚ ଖେଳା ଯିବା ପୂର୍ବରୁ ଏମଏସ ଧୋନି ଟସ୍ ଜିତି କହିଥିଲେ ଯେ ଆମେ ପ୍ରଥମେ ବୋଲିଂ କରିବୁ। ୱିକେଟ୍ କଭରରେ ଥିବାରୁ ଏହା ଟିକେ କଠିନ ଦେଖାଯାଉଥିଲା, ତେଣୁ ଆମେ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିବୁ।

ଏହି ସମୟରେ, ଯେତେବେଳେ ତାଙ୍କୁ ପଚରାଗଲା ଯେ ଆପଣ ପ୍ରଶଂସକମାନଙ୍କ ଦ୍ୱାରା ଦିଆଯାଉଥିବା 'ବିଦାୟ' ଉପଭୋଗ କରୁଛନ୍ତି? ଏହା ଉପରେ ଧୋନି ହସିଲେ ଏବଂ କହିଥିଲେ ଯେ "ଆପଣ ନିଷ୍ପତ୍ତି ନେଇଛନ୍ତି ଯେ ଏହା ମୋର ଶେଷ ଆଇପିଏଲ୍, କିନ୍ତୁ ମୁଁ ନୁହେଁ।"

ଏହି ମ୍ୟାଚରେ ଚେନ୍ନାଇର ବାହାରେ ଥିବା ପ୍ରଶଂସକମାନେ ମଧ୍ୟ ଏହି ସିଜିନରେ ଏମଏସ ଧୋନି ଏବଂ ସିଏସକେଙ୍କୁ ସମର୍ଥନ କରିବାକୁ ବହୁ ସଂଖ୍ୟାରେ ପହଞ୍ଚିଛନ୍ତି। ନିକଟରେ ଯେତେବେଳେ ଧୋନିଙ୍କୁ ଏ ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ ବୋଧହୁଏ ପ୍ରଶଂସକମାନେ ମୋତେ ବିଦାୟ ଦେଉଛନ୍ତି। ଧୋନିଙ୍କ ବିବୃତ୍ତିରୁ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା ଯେ, ଚଳିତ ସିଜିନ୍ ଧୋନିଙ୍କ ଶେଷ ଆଇପିଏଲ ହୋଇପାରେ, କିନ୍ତୁ ଅବସର ନେବା ପ୍ରଶ୍ନ ଉପରେ ଧୋନି ଆଜି କହିଛନ୍ତି, 'ଆପଣ ନିଷ୍ପତ୍ତି ନେଇଛନ୍ତି ଯେ ଏହା ମୋର ଶେଷ ଆଇପିଏଲ୍, କିନ୍ତୁ ମୁଁ ନୁହେଁ'। ଧୋନିଙ୍କର ଏହି ବୟାନ ପରେ ଜଣାପଡିଛି ଯେ ସେ ପରବର୍ତ୍ତୀ ସିଜିନରେ ମଧ୍ୟ ଖେଳିପାରନ୍ତି।

ତେବେ ବର୍ଷା କାରଣରୁ ଏହି ମ୍ୟାଚ ବାତିଲ କରି ଦିଆଯାଇଛି। ମ୍ୟାଚ ଆରମ୍ଭରୁ ଲକ୍ଷ୍ନୌ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାତ୍ର ୫୦ ରନ୍ ମଧ୍ୟରେ ଦଳ ୫ ଟି ଉଇକେଟ ହରାଇଥିଲା। ତେବେ ଯୁବ ବ୍ୟାଟ୍ସମ୍ୟାନ ଆୟୁଷ ଵୋଦାନିଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ବର୍ଷ ହେବା ପୂର୍ବରୁ ଲକ୍ଷ୍ନୌ ୭ ଉଇକେଟ ହରାଇ ୧୨୫ ରନ୍ ସଂଗ୍ରହ କରିଥିଲା।