ଆସିଲା IPL ୨୦୨୪ର ସମ୍ପୂର୍ଣ୍ଣ ଖେଳସୂଚୀ! ଏହି ଦିନ ଚେନ୍ନାଇରେ ଖେଳାଯିବ ଫାଇନାଲ….

 
Ipl

ସବୁ କଳ୍ପନା ଜଳ୍ପନାକୁ ପଛରେ ପକାଇ ଆଇପିଏଲର ପୂର୍ଣ୍ଣ କାର୍ଯ୍ୟସୂଚୀ ବିସିସିଆଇ ପକ୍ଷରୁ ଜାରି କରାଯାଇଅଛି। ଫେବୃଆରୀ ୨୨ରେ ବିସିସିଆଇ ପ୍ରଥମ ପର୍ଯ୍ୟାୟ ଅର୍ଥାତ ପ୍ରଥମ ୧୭ ଦିନର ମ୍ୟାଚ୍‌ ସୂଚୀ ଜାରି କରାଯାଇଥିଲା। ଦେଶରେ ସାଧାରଣ ନିର୍ବାଚନ ସମୟରେ ହିଁ ଆଇପିଏଲ୍ ଚାଲୁ ରହୁଥିବା ହେତୁ ଏପରି କରାଯାଇଥିଲା। ଆଇପିଏଲର ଦ୍ଵିତୀୟ ପର୍ଯ୍ୟାୟ ୟୁଏଇରେ ଖେଳାଯିବ ବୋଲି କଥା ଉଠିଥିଲା।

Ipl

ତେବେ, ଏହି ସବୁ ଖବରକୁ ଗୁଜବ ସାବ୍ୟସ୍ତ କରିବା ସହିତ ବିସିସିଆଇ ପକ୍ଷରୁ ଆଇପିଏଲର ବାକି ଖେଳସୂଚୀ ପ୍ରକାଶ କରାଯାଇଅଛି। ନିର୍ବାଚନ ଋତୁରେ ମଧ୍ୟ ଏହି ପ୍ରତିଯୋଗିତା ସଂପୂର୍ଣ୍ଣ ଭାବରେ ଭାରତରେ ଖେଳାଯିବା ନେଇ ସ୍ପଷ୍ଟ କରାଯାଇଅଛି। ପୂର୍ଣ୍ଣସୂଚୀ ଅନୁଯାଇ ମାର୍ଚ୍ଚ ୨୨ ତାରିଖ ଠାରୁ ଆରମ୍ଭ ହୋଇଥିବା ଆଇପିଏଲ ମେ’ ୨୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। କ୍ୱାଲିଫାୟର ୧ ଓ ଏଲିମିନେଟର ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଯଥାକ୍ରମେ ମେ' ୨୧ ଓ ୨୨ରେ ଖେଳାଯିବାକୁ ଥିବାବେଳେ। ମେ’ ୨୬ ତାରିଖରେ ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଫାଇନାଲ ଖେଳାଯିବ।


ଏପ୍ରିଲ ୮ରୁ ହିଁ ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ ଆରମ୍ଭ ହେବ। ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ ଚେପକରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ରେ କେକେଆର ଓ ଚେନ୍ନାଇ ମୁହାଁମୁହିଁ ହେବେ। ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଡବଲ ହେଡର ଏପ୍ରିଲ ୧୪ ରବିବାର ଖେଳାଯିବ। କେକେଆରର ହୋମ ଗ୍ରାଉଣ୍ତ ଇଡେନ ଗାର୍ଡେନ୍ସରେ ଲକ୍ଷ୍ନୌ ବିପକ୍ଷରେ ମ୍ୟାଚ୍‌ ଖେଳିବ। ଦ୍ୱିତୀୟ ମ୍ୟାଚ୍‌ ୱାଙ୍ଖେଡେରେ ଅନୁଷ୍ଠିତ ହେବ। ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ରାତି ସମୟରେ ମ୍ୟାଚ୍‌ ଖେଳିବେ। ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟରେ ଏହି ଦୁଇ ଦଳ ମଧ୍ୟରେ ଏହି ଗୋଟିଏ ମ୍ୟାଚ ଅନୁଷ୍ଠିତ ହେବ।

ନିର୍ଵାଚନ ସମୟରେ ସୁରକ୍ଷା ଦୃଷ୍ଟିକୋଣରୁ ବିଦେଶରେ ଆଇପିଏଲ ଖେଳାଯିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। କିନ୍ତୁ ବିସିସିଆଇର ପରିଚାଳନା ଏବଂ ସରକାରଙ୍କ ସହାୟତା ହେତୁ ପ୍ରତିଯୋଗିତା ସମ୍ପୂର୍ଣ୍ଣ ଭାବରେ ଭାରତରେ ଅନୁଷ୍ଠିତ ହେବ। ଦ୍ଵିତୀୟ ପର୍ଯ୍ୟାୟରେ ଧର୍ମଶାଲା ଓ ଗୌହାଟୀକୁ ମଧ୍ୟ ଦୁଇଟି ଲେଖାଏଁ ମ୍ୟାଚ ମିଳିଛି।