IPL 2022: ଏହି 5ଟି ଦଳରେ ଦେଖିବାକୁ ମିଳିବ ନୂତନ ଅଧିନାୟକ, ଦେଖନ୍ତୁ ଲିଷ୍ଟ ଏବଂ ଜାଣନ୍ତୁ କାହାକୁ ମିଳିବ ସୁଯୋଗ

କ୍ରିକେଟ୍ ଖବର : ଆଇପିଏଲ୍ ୨୦୨୨ ପାଇଁ ମେଗା ନିଲାମର ପ୍ରସ୍ତୁତି ଜୋରସୋରରେ ଚାଲିଛି। ପୂର୍ବରୁ ଥିବା ୮ ଟି ଫ୍ରାଞ୍ଚାଇଜ୍ ସହିତ ବର୍ତ୍ତମାନ ଆଉ ୨ ଟି ନୂତନ ଫ୍ରାଞ୍ଚାଇଜ୍ ମଧ୍ୟ ଆଗାମୀ ନିଲାମରେ ପ୍ରବେଶ କରିବେ ଏବଂ ଏହା ସହିତ ଦୁଇଟି ନୂଆ ଦଳ ଆଇପିଏଲ ପଡ଼ିଆରେ ଧମାଲ ମଚାଇବେ। ଆଗାମୀ ସିଜନ …
 

କ୍ରିକେଟ୍ ଖବର : ଆଇପିଏଲ୍ ୨୦୨୨ ପାଇଁ ମେଗା ନିଲାମର ପ୍ରସ୍ତୁତି ଜୋରସୋରରେ ଚାଲିଛି। ପୂର୍ବରୁ ଥିବା ୮ ଟି ଫ୍ରାଞ୍ଚାଇଜ୍ ସହିତ ବର୍ତ୍ତମାନ ଆଉ ୨ ଟି ନୂତନ ଫ୍ରାଞ୍ଚାଇଜ୍ ମଧ୍ୟ ଆଗାମୀ ନିଲାମରେ ପ୍ରବେଶ କରିବେ ଏବଂ ଏହା ସହିତ ଦୁଇଟି ନୂଆ ଦଳ ଆଇପିଏଲ ପଡ଼ିଆରେ ଧମାଲ ମଚାଇବେ।

ଆଗାମୀ ସିଜନ ଆହୁରି ରୋମାଞ୍ଚକର ହେବ କାରଣ ଆସନ୍ତା ଆଇପିଏଲରେ ୮ ବଦଳରେ ୧୦ ଟି ଦଳ ଆଇପିଏଲ ଟ୍ରଫି ପାଇଁ ଖେଳିବେ। ତେବେ ବର୍ତ୍ତମାନ ଯଦି ଆମେ ସମସ୍ତ ଦଳର ଅଧିନାୟକଙ୍କ ବିଷୟରେ କଥାବାର୍ତ୍ତା ହେବା, ତେବେ ୮ ଟି ଯାକ ଫ୍ରାଞ୍ଚାଇଜ୍ କିଛି ଖେଳାଳୀଙ୍କୁ ମୁକ୍ତ କରିଛନ୍ତି। ଯେଉଁମାନଙ୍କ ନିକଟରେ ଅଧିନାୟକତ୍ୱର ଗୁଣ ଅଛି। ଅନ୍ୟପଟେ ଦୁଇଟି ନୂଆ ଦଳ ସହିତ ମୋଟ୍ ୫ ଟି ଦଳ ବର୍ତ୍ତମାନ ନୂଆ ଅଧିନାୟକ ଖୋଜିବାରେ ଲାଗିଛନ୍ତି। ତେବେ ଏହି ଦୁଇଟି ନୂତନ ଦଳରେ କିଏ ହେବ ଅଧିନାୟକ ତାହା ସ୍ପଷ୍ଠ ହୋଇପାରିନାହିଁ ।

୧) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର :

ଆଇପିଏଲ୍ ୨୦୨୧ ସମୟରେ ବିରାଟ କୋହଲି ଘୋଷଣା କରିଥିଲେ ଯେ ସେ ଆଇପିଏଲ୍ ୨୦୨୨ ଠାରୁ ଆରସିବି ଦଳର ଅଧିନାୟକ ହେବେ ନାହିଁ। ତେବେ ଶେଷ ଆଇପିଏଲ୍ ମ୍ୟାଚ୍ ପର୍ଯ୍ୟନ୍ତ ସେ ବୋଲ୍ଡ ଆର୍ମିର ଏକ ଅଂଶ ହେବେ ବୋଲି ବିରାଟ ସ୍ପଷ୍ଟ କରିଥିଲେ। କିନ୍ତୁ ବର୍ତ୍ତମାନ ବିରାଟଙ୍କ ପରେ ଆରସିବି ଦଳର ଅଧିନାୟକ ଭାବରେ କିଏ ଯୋଗଦେବେ? ତାହାକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି। ବାସ୍ତବରେ ଏହା ଏକ ବଡ ପ୍ରଶ୍ନ। ଅନ୍ୟପଟେ ନିଲାମ ପୂର୍ବରୁ ଆରସିବି ୩ ଜଣ ଖେଳାଳିଙ୍କୁ ରିଟେନ କରିଛି। ସେମାନେ ହେଲେ ବିରାଟ କୋହଲି, ଗ୍ଲେନ୍ ମ୍ୟାକ୍ସୱେଲ ଏବଂ ମହମ୍ମଦ ସିରାଜ। ତେବେ ଆଇପିଏଲ ପ୍ରେମୀମାନେ ବିଶ୍ୱାସ କରୁଛନ୍ତି ଯେ, ଫ୍ରାଞ୍ଚାଇଜ୍ ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ଦଳର ନୂତନ ଅଧିନାୟକ ଭାବରେ ନିଯୁକ୍ତ କରିପାରେ। ତେବେ କିଏ ଆରସିବିର ଅଧିନାୟକ ପଦରେ ବସିବ ତାହା ଆଉ କିଛି ଦିନ ପରେ ସ୍ପଷ୍ଟ ହୋଇଯିବ।

୨) କୋଲକାତା ନାଇଟ୍ ରାଇଡର୍ସ :

କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ ଆଇପିଏଲ୍ ୨୦୨୨ ନିଲାମରେ ଏକ ନୂତନ ଅଧିନାୟକ ଖୋଜିବ। ଇଏନ୍ ମୋର୍ଗାନଙ୍କୁ ରିଲିଜ କରି କେକେଆର୍ ସମସ୍ତ କ୍ରିକେଟ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ ଗତ ସିଜନରେ ମୋର୍ଗାନ ଫ୍ରାଞ୍ଚାଇଜକୁ ଫାଇନାଲକୁ ନେଇଥିଲେ। ତେବେ ବର୍ତ୍ତମାନ ମୋର୍ଗାନ କେକେଆର୍ ଠାରୁ ରିଲିଜ ହେବା ପରେ ନିଶ୍ଚିତ ଭାବରେ ଅନ୍ୟ କେହି ଦଳର ନେତୃତ୍ୱ ନେବେ। ଉଲ୍ଲେଖଥାଉ କି, ନିଲାମ ପୂର୍ବରୁ, କେକେଆର୍ ହେଉଛି କିଛି ଦଳ ମଧ୍ୟରୁ ଗୋଟିଏ ଯିଏକି ପୁରା ୪ ଜଣ ଖେଳାଳିଙ୍କୁ ରିଟେନ କରିଛି। ଏଥିରେ ଆଣ୍ଡ୍ରେ ରସେଲ, ବରୁଣ ଚକ୍ରବର୍ତ୍ତୀ, ଭେଙ୍କଟେଶ ଆୟର ଏବଂ ସୁନୀଲ ନାରିନଙ୍କ ନାମ ଅନ୍ତର୍ଭୁକ୍ତ। କିନ୍ତୁ ଦଳ ସେମାନଙ୍କ ମଧ୍ୟରୁ କାହାକୁ ଅଧିନାୟକତ୍ୱ ଦେବାକୁ କୁଣ୍ଠାବୋଧ କରୁଛି। ଏଭଳି ପରିସ୍ଥିତିରେ, ମେଗା ନିଲାମରେ କେକେଆର୍ ଦଳ ଏକ ନୂଆ ଅଧିନାୟକକୁ କିଣିପାରେ ବୋଲି ଚର୍ଚ୍ଚା ହେଉଛି।

୩) ପଞ୍ଜାବ କିଙ୍ଗ୍ସ :

ବର୍ତ୍ତମାନ ପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଟାଇଟଲ ଜିତିବାରୁ ବଂଚିତ ଥିବା ପଞ୍ଜାବ କିଙ୍ଗ୍ସ ସର୍ବଦା ନିଜ ଦଳରେ କିଛି ନୂଆ ପରିବର୍ତ୍ତନ ଆଣିଥାଏ। ଅନ୍ୟପଟେ ଫ୍ରାଞ୍ଚାଇଜ୍ ଆଗାମୀ ସିଜନ ପାଇଁ ଅଧିନାୟକ କେ.ଏଲ୍ ରାହୁଲଙ୍କୁ ରିଟେନ ରଖିବାକୁ ଚାହୁଁଥିଲା। କିନ୍ତୁ ଅପରପଟେ ରାହୁଲ ନିଲାମକୁ ଯିବାକୁ ଚାହୁଁଥିଲେ। ଏଭଳି ପରିସ୍ଥିତିରେ, ଆଇପିଏଲ ୨୦୨୨ ର ମେଗା ନିଲାମ ପୂର୍ବରୁ, ଏହି ଦଳ କେବଳ ୨ ଜଣ ଖେଳାଳିଙ୍କୁ ରିଟେନ କରିଛି। ଯେଉଁଥିରେ ମୟଙ୍କ ଅଗ୍ରୱାଲ ଏବଂ ଅର୍ଶଦୀପ ସିଂଙ୍କ ନାମ ଅନ୍ତର୍ଭୁକ୍ତ। ବର୍ତ୍ତମାନ ରାହୁଲଙ୍କୁ ରିଲିଜ କରାଯିବା ପରେ ଶୁଣିବାକୁ ମିଳୁଛି ଯେ, ପଞ୍ଜାବ ୧୬ କୋଟି ଟଙ୍କା ଦେଇ ମୟଙ୍କ ଅଗ୍ରୱାଲଙ୍କୁ ରିଟେନ ଏଥିପାଇଁ ରଖିଛି ଯେ, ସେ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ। କିନ୍ତୁ ଅଦ୍ୟାବଧି ପଞ୍ଜାବ କିଙ୍ଗସ ପକ୍ଷରୁ ଅଫିସିଆଲ ଭାବରେ ଏଭଳି ଘୋଷଣା ହୋଇନାହିଁ। ତେଣୁ ଦଳ ନୂଆ ଜଣେ ଅଧିନାୟକଙ୍କୁ ନିଲାମୀରେ କିଣିପାରେ ବୋଲି ବିଶ୍ୱାସ କରାଯାଉଛି।