IPL 2022 Retantion: ଧୋନି-କୋହଲିଙ୍କ ଠାରୁ ମଧ୍ୟ ଅଧିକ ମିଳିବ ଜାଡେଜାଙ୍କୁ ସାଲେରୀ, ଦେଖନ୍ତୁ 27 ଖେଳାଳିଙ୍କ ତାଲିକା

କ୍ରିକେଟ୍ ଖବର : ବର୍ତ୍ତମାନ ଅପେକ୍ଷା ସମାପ୍ତ ହୋଇଛି ଏବଂ ସମସ୍ତ ଫ୍ରାଞ୍ଚାଇଜ୍ ଆଇପିଏଲ୍ ୨୦୨୨ ପୂର୍ବରୁ ରିଟେନ ଖେଳାଳିଙ୍କ ତାଲିକା ପ୍ରକାଶ କରିଛି। ଆଗାମୀ ମେଗା ନିଲାମୀ ପୂର୍ବରୁ, ସମସ୍ତ ଫ୍ରାଞ୍ଚାଇଜ୍ ଏକତ୍ର ଭାବରେ ୨୭ ଖେଳାଳିଙ୍କୁ ସେମାନଙ୍କ ଦଳରେ ରଖିଛନ୍ତି। ଏହି ସମୟ ମଧ୍ୟରେ, ନିଲାମ ପୂର୍ବରୁ ଦଳଗୁଡିକ ସେମାନଙ୍କର ମୂଳ ଦଳର …
 

କ୍ରିକେଟ୍ ଖବର : ବର୍ତ୍ତମାନ ଅପେକ୍ଷା ସମାପ୍ତ ହୋଇଛି ଏବଂ ସମସ୍ତ ଫ୍ରାଞ୍ଚାଇଜ୍ ଆଇପିଏଲ୍ ୨୦୨୨ ପୂର୍ବରୁ ରିଟେନ ଖେଳାଳିଙ୍କ ତାଲିକା ପ୍ରକାଶ କରିଛି। ଆଗାମୀ ମେଗା ନିଲାମୀ ପୂର୍ବରୁ, ସମସ୍ତ ଫ୍ରାଞ୍ଚାଇଜ୍ ଏକତ୍ର ଭାବରେ ୨୭ ଖେଳାଳିଙ୍କୁ ସେମାନଙ୍କ ଦଳରେ ରଖିଛନ୍ତି। ଏହି ସମୟ ମଧ୍ୟରେ, ନିଲାମ ପୂର୍ବରୁ ଦଳଗୁଡିକ ସେମାନଙ୍କର ମୂଳ ଦଳର ଖେଳାଳୀଙ୍କୁ ରଖିବାରେ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରିସାରିଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ଦଳ କେଉଁ ଖେଳାଳିଙ୍କୁ କେତେ ଟଙ୍କା ଦେଇ ରଖିଛନ୍ତି।

ଚେନ୍ନାଇ ସୁପର କିଙ୍ଗ୍ସ : ସବୁଠାରୁ ଅଧିକ ଟଙ୍କାରେ ରିଟେନ ତାଲିକାରେ ଅଛନ୍ତି ରବିନ୍ଦ୍ର ଜାଡେଜା। ତାଙ୍କୁ ପ୍ରାୟ ୧୬ କୋଟି ଟଙ୍କାରେ ରିଟେନ କରିଛି ଚେନ୍ନାଇ। ତାଙ୍କ ପରେ ଅଛନ୍ତି ମହେନ୍ଦ୍ର ସିଂ ଧୋନି। ତାଙ୍କୁ ବି ୧୨ କୋଟି ଟଙ୍କାରେ ରିଟେନ କରିଛି ଚେନ୍ନାଇ। ସେହିଭଳି ରିତୁରାଜ ଗାଇକୱାଡଙ୍କୁ ୬ କୋଟି ଏବଂ ମୋଇନ ଅଲିଙ୍କୁ ୮ କୋଟି ଟଙ୍କାରେ ରିଟେନ କରିଛି ଚେନ୍ନାଇ।

ସନରାଇଜର୍ସ ହାଇଦ୍ରାବାଦ : ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମ୍ସନଙ୍କୁ ୧୪ କୋଟି ଟଙ୍କାରେ ରିଟେନ କରିଛି ସନରାଇଜର୍ସ ହାଇଦ୍ରାବାଦ। ସେହିପରି ଉମ୍ରାନ୍ ମଲିକ୍ ଙ୍କୁ ୪ କୋଟି ଏବଂ ଅବଦୁଲ ସମାଦଙ୍କୁ ୪ କୋଟି ଟଙ୍କାରେ ରିଟେନ କରିଛି ହାଇଦ୍ରାବାଦ ଫ୍ରାଞ୍ଚାଇଜ୍।

ମୁମ୍ବାଇ ଇଣ୍ଡିଆନ୍ସ : ହିଟମ୍ୟାନ ରୋହିତ ଶର୍ମାଙ୍କୁ ୧୬ କୋଟି ଟଙ୍କାରେ ରିଟେନ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ସେହିଭଳି ଜସପ୍ରୀତ ବୁମ୍ରାଙ୍କୁ ୧୨ କୋଟି , ସୂର୍ଯ୍ୟକୁମାର ଯାଦବଙ୍କୁ ୮ କୋଟି ଓ କିରନ୍ ପୋଲାର୍ଡଙ୍କୁ ୬ କୋଟି ଟଙ୍କାରେ ରିଟେନ କରିଛି ମୁମ୍ବାଇ ଇଣ୍ଡିଆନ୍ସ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର : ବିରାଟ କୋହଲିଙ୍କୁ ୧୫ କୋଟି ଟଙ୍କାରେ ରିଟେନ କରିଛି ବାଙ୍ଗାଲୋର। ସେହିଭଳି ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ୧୧ କୋଟି ଏବଂ ମହମ୍ମଦ ସିରାଜଙ୍କୁ ୭ କୋଟି ଟଙ୍କାରେ ରିଟେନ କରିଛି ବାଙ୍ଗାଲୋର |

କୋଲକାତା ନାଇଟ୍ ରାଇଡର୍ସ : ଆଣ୍ଡ୍ରେ ରସେଲ ଓ ସୁନୀଲ ନାରୀନଙ୍କୁ ୬ କୋଟି ଲେଖାଏଁ ଦେଇ ରିଟେନ କରିଛି କେକେଆର୍। ସେହିଭଳି ବରୁଣ ଚକ୍ରବର୍ତ୍ତୀ ଓ ଭେଙ୍କଟେଶ ଆୟରଙ୍କୁ ୮ କୋଟି ଲେଖାଏଁ ଖର୍ଚ୍ଚ କରି ରିଟେନ କରିଛି କେକେଆର।

ଦିଲ୍ଲୀ କ୍ୟାପିଟାଲ୍ସ : ରିଷଭ ପନ୍ତଙ୍କୁ ୧୬ କୋଟି, ଅକ୍ସର ପଟେଲଙ୍କୁ ୯ କୋଟି ଓ ପୃଥୀ ଶ’ ଙ୍କୁ ୭.୫୦ କୋଟି ଦେଇ ଦିଲ୍ଲୀ କ୍ୟାପିଟାଲ୍ସ ରିଟେନ କରିଥିବା ବେଳେ, ଏନେରିଚ ନର୍ଟେଜଙ୍କୁ ୬.୫୦ କୋଟି ଟଙ୍କା ଖର୍ଚ୍ଚ କରି ରିଟେନ କରିଛି ଦିଲ୍ଲୀ କ୍ୟାପିଟାଲ୍ସ।

ରାଜସ୍ଥାନ ରୟାଲ୍ସ : ସଞ୍ଜୁ ସାମସନଙ୍କୁ ୧୪ କୋଟି, ଜୋସ୍ ବଟଲରଙ୍କୁ ୧୦ କୋଟି, ଯଶାସଭି ଜୈସୱାଲଙ୍କୁ ୪ କୋଟି ଟଙ୍କାରେ ରିଟେନ କରିଛି ରାଜସ୍ଥାନ ରୟାଲ୍ସ ।

ପଞ୍ଜାବ କିଙ୍ଗସ୍ : ପଞ୍ଜାବ କିଙ୍ଗ୍ସ ଆସନ୍ତା ବର୍ଷ ଏକ ନୂଆ ରୁପରେ ଆଇପିଏଲରେ ଓହ୍ଲାଇବ। କାରଣ ଦଳ ମାୟଙ୍କ ଅଗ୍ରୱାଲଙ୍କୁ ୧୪ କୋଟି ଓ ଅର୍ଶଦୀପ ସିଂ ୪ କୋଟି ଟଙ୍କାରେ ରିଟେନ କରିଛି। ଆଉ ବାକି ଖେଳାଳି ପାଇଁ ଦଳ ୭୨ କୋଟି ନେଇ ନିଲାମୀରେ ସାମିଲ ହେବ।