IPL ୨୦୨୨ : ଇଚ୍ଛା କଲେ ମଧ୍ୟ ଏହି ୩ ଜଣ ବଡ଼ ଖେଳାଳିଙ୍କୁ ଦଳରେ ରଖିପାରିବ ନାହିଁ ମୁମ୍ବାଇ ଇଣ୍ଡିଆନ୍ସ

କ୍ରିକେଟ୍ ଖବର : ଆଇପିଏଲ୍ ୨୦୨୨ର ନିଲାମ ପୂର୍ବରୁ, ସମସ୍ତ ଦଳକୁ ୩୦ ନଭେମ୍ବର ଅର୍ଥାତ ଆସନ୍ତାକାଲି ସୁଦ୍ଧା ଏକ ତାଲିକା ଜମା କରିବାକୁ ପଡିବ। ଯେଉଁଥିରେ ସେମାନେ କେଉଁ ଖେଳାଳିଙ୍କୁ ଦଳରେ ରଖିବେ ଆଉ କେଉଁ ଖେଳାଳିଙ୍କୁ ଦଳରେ ରଖିବେ ନାହିଁ ତାଙ୍କର ନାମ ଉଲ୍ଲେଖ କରିବେ। ସେଥିପାଇଁ ଏହି ସମୟରେ ସମସ୍ତ ଫ୍ରାଞ୍ଚାଇଜ୍ …
 

କ୍ରିକେଟ୍ ଖବର : ଆଇପିଏଲ୍ ୨୦୨୨ର ନିଲାମ ପୂର୍ବରୁ, ସମସ୍ତ ଦଳକୁ ୩୦ ନଭେମ୍ବର ଅର୍ଥାତ ଆସନ୍ତାକାଲି ସୁଦ୍ଧା ଏକ ତାଲିକା ଜମା କରିବାକୁ ପଡିବ। ଯେଉଁଥିରେ ସେମାନେ କେଉଁ ଖେଳାଳିଙ୍କୁ ଦଳରେ ରଖିବେ ଆଉ କେଉଁ ଖେଳାଳିଙ୍କୁ ଦଳରେ ରଖିବେ ନାହିଁ ତାଙ୍କର ନାମ ଉଲ୍ଲେଖ କରିବେ। ସେଥିପାଇଁ ଏହି ସମୟରେ ସମସ୍ତ ଫ୍ରାଞ୍ଚାଇଜ୍ କେଉଁ ଖେଳାଳୀଙ୍କୁ ରିଟେନ କରିବେ ଏବଂ କାହାକୁ ନିଲାମୀ ପାଇଁ ଛାଡିବେ ସେ ବିଷୟରେ ଚିନ୍ତା କରୁଛନ୍ତି। ବାକି ଫ୍ରାଞ୍ଚାଇଜ୍ ତୁଳନାରେ ଏହି ନିଷ୍ପତ୍ତି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସବୁଠାରୁ ବଡ଼ କଷ୍ଟସାଧ୍ୟ ହୋଇଛି। ସବୁବେଳେ ମ୍ୟାଚ୍ ବିଜେତା ଖେଳାଳିମାନଙ୍କୁ ନେଇ ପଡ଼ିଆରେ ରାଜ୍ କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ବର୍ତ୍ତମାନ ଅଡୁଆରେ ପଡିଛି।

ମୁମ୍ବାଇ ଇଣ୍ଡିଆନ୍ସ ର କମିଟି ରୋହିତ ଶର୍ମା, ଜସପ୍ରୀତ ବୁମ୍ରା, କିରନ୍ ପୋଲାର୍ଡ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ରିଟେନ କରିପାରେ ବୋଲି ଆଶା କରାଯାଉଛି। କିନ୍ତୁ ଏହା ପରେ ମଧ୍ୟ ଏହି ଦଳରେ ଅନେକ ଖେଳାଳି ଅଛନ୍ତି, ଯାହାକୁ ଫ୍ରାଞ୍ଚାଇଜ୍ ରିଟେନ କରିବାକୁ ଚାହେଁ, କିନ୍ତୁ ନିୟମ ଅନୁଯାୟୀ, ଫ୍ରାଞ୍ଚାଇଜ୍ କେବଳ ୪ ଜଣ ଖେଳାଳିଙ୍କୁ ରଖିପାରିବ। ତେବେ ଇଚ୍ଛା କଲେ ମଧ୍ୟ ଆମେ ଏଠାରେ ଉଲେଖ୍ୟ କରିଥିବା ୩ ଜଣ ଖେଳାଳିଙ୍କୁ ଦଳରେ ରଖିପାରିବ ନାହିଁ ମୁମ୍ବାଇ ଇଣ୍ଡିଆନ୍ସ।

୧) ହାର୍ଦ୍ଦିକ ପାଣ୍ଡ୍ୟା :

ମୁମ୍ବାଇ ଇଣ୍ଡିଆନ୍ସର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ତାଙ୍କ ଫିଟନେସ ସମସ୍ୟା ହେତୁ ପଡ଼ିଆରେ ବୋଲିଂ କରିବାରେ ଅସମର୍ଥ ହୋଇଛନ୍ତି। କିନ୍ତୁ ତଥାପି ତାଙ୍କ ପାଖରେ ବ୍ୟାଟିଂ କରିବାର କ୍ଷମତା ରହିଛି। ସେ ବ୍ୟାଟିଂ ଦ୍ୱାରା ମ୍ୟାଚ୍ ଜିତିବାର କ୍ଷମତା ରଖନ୍ତି। ଏବେ ଶୁଣିବାକୁ ମିଳୁଛି ଯେ ମୁମ୍ବାଇ ଦଳ ହାର୍ଦ୍ଦିକଙ୍କୁ ଦଳରେ ରଖିବ ନାହିଁ। ଏହାର ଗୋଟିଏ କାରଣ ହେଉଛି ତାଙ୍କର ଫିଟନେସ୍ ଏବଂ ଅନ୍ୟଟି ହେଉଛି ବିସିସିଆଇର ନିୟମ। ଏଭଳି ପରିସ୍ଥିତିରେ ମୁମ୍ବାଇ ଇଣ୍ଡିଆନ୍ସ ଚାହିଁଲେ ମଧ୍ୟ ହାର୍ଦ୍ଦିକଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିପାରିବେ ନାହିଁ।

୨) ଇଶାନ୍ କିଶାନ୍ :

ମୁମ୍ବାଇ ଇଣ୍ଡିଆନ୍ସର ଯୁବ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶାନ୍ ମଧ୍ୟ ରିଟେନ ନ ହେବା ଖେଳାଳିଙ୍କ ତାଲିକାରେ ଅନ୍ତର୍ଭୁକ୍ତ, କିନ୍ତୁ ମୁମ୍ବାଇ ଦଳ ନିଶ୍ଚିତ ଭାବରେ ତାଙ୍କୁ ରଖିବାକୁ ଚାହିଁବ, କିନ୍ତୁ ବିସିସିଆଇର ନିୟମକୁ ଫ୍ରାଞ୍ଚାଇଜକୁ ମାନିବାକୁ ପଡିବ। ୨୦୧୮ ମସିହାରେ ମୁମ୍ବାଇ ଦଳରେ ଇଶାନ କିଶନ ଯୋଗ ଦେଇଥିଲେ। ସେ କ୍ରମାଗତ ଭାବେ ଦଳ ପାଇଁ ଭଲ ପ୍ରଦର୍ଶନ କରୁଛନ୍ତି। ଯଦିଓ ସେ ଆଇପିଏଲ୍ ୨୦୨୧ ର ପ୍ରାରମ୍ଭିକ ମ୍ୟାଚରେ ସଂଘର୍ଷ କରିଥିଲେ, ତଥାପି ସେ ଶେଷ ପର୍ଯ୍ୟାୟରେ ଫର୍ମକୁ ଫେରିଥିଲେ ଏବଂ ଭଲ ବ୍ୟାଟିଂ ସହିତ ସିଜନରେ ୨୪୧ ରନ୍ ସ୍କୋର କରିଥିଲେ।

୩) ଟ୍ରେଣ୍ଟ ବୋଲ୍ଟ :

ଏହି ତାଲିକାରେ ମୁମ୍ବାଇ ଇଣ୍ଡିଆନ୍ସ ଫାଷ୍ଟ ବୋଲର ଟ୍ରେଣ୍ଟ ବୋଲ୍ଟ ମଧ୍ୟ ଅନ୍ତର୍ଭୁକ୍ତ। ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ବିଭାଗକୁ ବୋଲ୍ଟ ହିଁ ସମ୍ଭାଳିଥାନ୍ତି। ପାୱାର ପ୍ଲେ ଓ ଡେଥ୍ ଓଭରରେ ୱିକେଟ୍ ନେବାର କ୍ଷମତା ତାଙ୍କର ଅଛି। ଆଇପିଏଲ୍ ୨୦୨୦ ରେ ମୁମ୍ବାଇ ଦଳ ତାଙ୍କୁ ଦଳରେ ୨.୨ କୋଟି ଟଙ୍କାରେ କିଣିଥିଲେ। କ୍ରମାଗତ ଦୁଇଟି ସିଜନରେ ବୋଲ୍ଟ ଯଥାକ୍ରମେ ୨୫ ଏବଂ ୧୩ ଟି ୱିକେଟ୍ ନେଇଛନ୍ତି | ବର୍ତ୍ତମାନ ମୁମ୍ବାଇ ଦଳର କେବଳ ୪ ଜଣ ଖେଳାଳିଙ୍କୁ ରଖିବାର ସୁଯୋଗ ଥିବାରୁ ସେମାନେ ବୋଲ୍ଟଙ୍କୁ ନିଲାମକୁ ପଠାଇବେ।