ଇରଫାନ୍ ପଠାନ୍ ଙ୍କ ବଡ଼ ଦାବି, କହିଲେ ବିରାଟଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ RCB ର ଅଧିନାୟକ କରିବା ଉଚିତ

କ୍ରିକେଟ୍ ଖବର : ଆଇପିଏଲ୍ ୨୦୨୨ ପାଇଁ ସମସ୍ତ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଲେଣି। କେଉଁ ଖେଳାଳି ରିଟେନ ହେବେ ଆଉ କେଉଁ ଖେଳାଳିକୁ ଦଳ ନିଲାମୀ ପାଇଁ ଛାଡିବ ତାହା ବର୍ତ୍ତମାନ ଚର୍ଚ୍ଚା ପରିସରରେ ରହିଛି। କିନ୍ତୁ ରର୍ୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ( ଆରସିବି) ପାଇଁ ଏକ କଷ୍ଟଦାୟକ ପ୍ରଶ୍ନ ଅଛି। …
 
ଇରଫାନ୍ ପଠାନ୍ ଙ୍କ ବଡ଼ ଦାବି, କହିଲେ ବିରାଟଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ RCB ର ଅଧିନାୟକ କରିବା ଉଚିତ

କ୍ରିକେଟ୍ ଖବର : ଆଇପିଏଲ୍ ୨୦୨୨ ପାଇଁ ସମସ୍ତ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଲେଣି। କେଉଁ ଖେଳାଳି ରିଟେନ ହେବେ ଆଉ କେଉଁ ଖେଳାଳିକୁ ଦଳ ନିଲାମୀ ପାଇଁ ଛାଡିବ ତାହା ବର୍ତ୍ତମାନ ଚର୍ଚ୍ଚା ପରିସରରେ ରହିଛି। କିନ୍ତୁ ରର୍ୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ( ଆରସିବି) ପାଇଁ ଏକ କଷ୍ଟଦାୟକ ପ୍ରଶ୍ନ ଅଛି। ଆଉ ତାହା ହେଲା ବିରାଟ କୋହଲିଙ୍କ ପରେ ଦଳର ଅଧିନାୟକ ଦାୟିତ୍ୱ କିଏ ଗ୍ରହଣ କରିବେ? ଏହି ସମୟରେ ଭାରତର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ କହିଛନ୍ତି ଯେ ଯେଉଁ ଖେଳାଳିଙ୍କୁ ଫ୍ରାଞ୍ଚାଇଜ ରଖିବ ବା ରିଟେନ କରିବ ସେମାନଙ୍କ ମଧ୍ୟରୁ କାହାକୁ ବି ଅଧିନାୟକତ୍ୱ ଦିଆଯିବ ନାହିଁ। ବରଂ, ନିଲାମରୁ ଏକ ଭଲ ଖେଳାଳିଙ୍କୁ ଆଣି ଅଧିନାୟକତ୍ୱ ଦାୟିତ୍ବ ଦେଲେ ତାହା ଆରସିବି ପାଇଁ ଉତ୍ତମ ହୋଇପାରେ।

ଇରଫାନ୍ ପଠାନ୍ ଙ୍କ ବଡ଼ ଦାବି, କହିଲେ ବିରାଟଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ RCB ର ଅଧିନାୟକ କରିବା ଉଚିତ

ସୂଚନାଯୋଗ୍ୟ ଯେ, ଆରସିବି ଅଧିନାୟକ ବିରାଟ କୋହଲି ନିଜର ଅଧିନାୟକ ପଦରୁ ଇସ୍ତଫା ନେବାକୁ ନିଷ୍ପତ୍ତି ନେଇସାରିଛନ୍ତି। ଏଭଳି ପରିସ୍ଥିତିରେ ଚାରିଆଡେ ଏକ ଆଲୋଚନା ହେଉଛି ଯେ ଆଗାମୀ ଆଇପିଏଲ୍ ରେ ଆରସିବି ଦଳର ଅଧିନାୟକତ୍ୱ ଦାୟିତ୍ୱ କାହାକୁ ଦିଆଯିବ? ଏହି ପରିପ୍ରେକ୍ଷୀରେ ଇରଫାନ୍ ପଠାନ୍ କହିଛନ୍ତି ଯେ, ‘ମୁଁ ଭାବୁଛି ନିଲାମରୁ ହିଁ ଏକ ଭଲ ଖେଳାଳି ଆଣି ଆରସିବି ତାକୁ ଅଧିନାୟକତ୍ୱ ଦାୟିତ୍ୱ ଦେଲେ ଭଲ ହେବ। କାରଣ ଦଳରେ ଗ୍ଲେନ୍ ମ୍ୟାକ୍ସୱେଲ ଅଛନ୍ତି କିନ୍ତୁ ସେ ଅଧିନାୟକ ପଦ ନେବାକୁ ଇଚ୍ଛା କରିବେ ନାହିଁ। କାରଣ ସେ ଜଣେ ମୁକ୍ତ କ୍ରିକେଟର ଆଉ ସେ ଚାହାନ୍ତି ସେ ମୁକ୍ତ ଭାବରେ ପଡ଼ିଆରେ ଖେଳିବେ।

ଏଭଳି ପରିସ୍ଥିତିରେ ଇରଫାନ୍ ପଠାନ୍ ଆହୁରି କହିଛନ୍ତି ଯେ, ନିଲାମରେ ଆରସିବିକୁ କଠିନ ପରିଶ୍ରମ କରିବାକୁ ପଡିବ। କାରଣ ସେମାନେ ଭଲ ଖେଳାଳିଙ୍କୁ ନିଲାମରୁ ଆଣିଲେ ହିଁ ଦଳର ଏକ ଭଲ ପଦବୀରେ ସ୍ଥାନ ଦେବେ।

ଯଦି ଆମେ ଚହଲଙ୍କ ବିଷୟରେ କଥା ହେବା ତେବେ ସେ ହେଉଛନ୍ତି ତୃତୀୟ ଖେଳାଳୀ ଯାହାକୁକି ଆରସିବି ଦଳରେ ରଖିପାରେ। ଚତୁର୍ଥ ଖେଳାଳି ଭାବରେ ମୁଁ ସିରାଜଙ୍କ ସହିତ ଯିବି। କାରଣ ସିରାଜ ମଧ୍ୟ ଦଳରେ ରହିପାରନ୍ତି। ତେବେ ଆରସିବି ଅଧିନାୟକ ପାଇପାରିବ, ମାତ୍ର କିନ୍ତୁ ଏହା ନିଲାମରେ ହିଁ ସମ୍ଭବପର । ସେମାନେ ଏହି ଦିଗରେ କଠିନ ପରିଶ୍ରମ କରିବା ଆବଶ୍ୟକ।