ଡାଡି ଆର୍ମିକୁ ଡରିଗଲେ ହେଟମିୟର ଏବଂ ପନ୍ତ, ୩ ସେକେଣ୍ଡ ଚିନ୍ତା କରି ମଧ୍ୟ ନେଲେନି ରନ୍ , ଦେଖନ୍ତୁ ଭିଡ଼ିଓ

କ୍ରିକେଟ୍ ଖବର : ଆଇପିଏଲ୍ ର ପ୍ରଥମ ଯୋଗ୍ୟତା ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଦୁବାଇ କ୍ରିକେଟ୍ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା। ଆପଣ ନିଶ୍ଚିତ ଜାଣିଥିବେ ଯେ, ଏହି ମ୍ୟାଚରେ ଧୋନିଙ୍କର ସିଏସକେ ଦଳ ଦିଲ୍ଲୀ ଦଳକୁ ୪ ୱିକେଟରେ ପରାସ୍ତ କରିଥିଲା। ତେବେ ଏହି ମ୍ୟାଚ୍ ସମୟରେ ସିଏସକେ …
 

କ୍ରିକେଟ୍ ଖବର : ଆଇପିଏଲ୍ ର ପ୍ରଥମ ଯୋଗ୍ୟତା ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଦୁବାଇ କ୍ରିକେଟ୍ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା। ଆପଣ ନିଶ୍ଚିତ ଜାଣିଥିବେ ଯେ, ଏହି ମ୍ୟାଚରେ ଧୋନିଙ୍କର ସିଏସକେ ଦଳ ଦିଲ୍ଲୀ ଦଳକୁ ୪ ୱିକେଟରେ ପରାସ୍ତ କରିଥିଲା। ତେବେ ଏହି ମ୍ୟାଚ୍ ସମୟରେ ସିଏସକେ ଦଳର ଫିଲ୍ଡିଂରେ କିଛି ତ୍ରୁଟି ଥିଲା। କିନ୍ତୁ କାହାରି ଆଖି ଆଗରେ ଏହି ତ୍ରୁଟି ନଜର ଆସିନଥିଲା। ତେବେ ଯାହା ଡାଡି ଆର୍ମି ଭାବରେ ଜଣାଶୁଣା ମୋଏନ୍ ଅଲିଙ୍କ ଦ୍ଵାରା ଗୋଟିଏ ଭୁଲ୍ ହୋଇଥିଲା , ଯାହା ଉପରେ ଖୁବ୍ କମ୍ ଲୋକ ଧ୍ୟାନ ଦେଇଥିଲେ।

ତ୍ରୁଟିଟି ଥିଲା ଏହା ଯେ, ହେଟମିୟର ରବିନ୍ଦ୍ର ଜାଡେଜାଙ୍କ ବଲରେ ପଡ଼ିଆର ଦକ୍ଷିଣ ପାର୍ଶ୍ୱ ଦିଗରେ ଏକ ସଟ୍ ଖେଳିଥିଲେ। ଏକାଦଶ ତମ ଓଭରର ପଞ୍ଚମ ବଲରେ ହେଟମିୟର ଏକ ସଟ୍ ଖେଳି ଶୀଘ୍ର ପ୍ରଥମ ରନ୍ ନେଇଥିଲେ। ଦ୍ୱିତୀୟ ରନ୍ ନେବାକୁ ହେଟମିୟର ଏବଂ ପନ୍ତଙ୍କର ଯୋଜନା ଥିଲା। କିନ୍ତୁ, ମୋଏନ୍ ଅଲି ସର୍କଲ ଭିତରେ ମିଡ ୱିକେଟ୍ ରେ ଶୀଘ୍ର ବଲ୍ ଧରିଥିଲେ | ଆଉ କିଛି ନ ଦେଖି ସେ ବଲ୍ ଟିକୁ ଧୋନିଙ୍କ ଆଡକୁ ଫିଙ୍ଗି ଥିଲେ। କିନ୍ତୁ ବଲ ଧୋନିଙ୍କ ପାଖକୁ ନ ଆସି ଅଲଗା ଦିଶାରେ ଗତି କରିଥିଲା।

ତେବେ ଏହି ସମୟରେ ହେଟମିୟର ଏବଂ ପନ୍ତ ଦୁହେଁ ପରସ୍ପରକୁ ଚାହିଁଲେ, କିନ୍ତୁ ଉଭୟ ଦ୍ୱିତୀୟ ରନ୍ ନେବା ଆଶାରେ ଦ୍ୱନ୍ଦ୍ୱରେ ଦେଖାଯାଉଥିଲେ। ୩ ସେକେଣ୍ଡର ବ୍ୟବଧାନରେ, ଉଭୟ ଖେଳାଳି ଦୁଇଟି ପାଦ ଆଗକୁ ଆସିଥିଲେ। କିନ୍ତୁ ସେମାନେ ଡାଡି ଆର୍ମିଙ୍କ ଭୟରେ ଗୋଟିଏ ପାଦ ପଛକୁ ଯାଇଥିଲେ। ଆଉ ଦ୍ୱିତୀୟ ରନ୍ ସମାପ୍ତ କରିନଥିଲେ। ତେବେ ଏଠାରେ ଆମେ ଆପଣଙ୍କୁ କହିଦେବାକୁ ଚାହିଁବୁ ଯେ, ଆଇପିଏଲର ୧୪ ତମ ସିଜନ୍ ରେ ଧୋନିଙ୍କର ସିଏସକେ ଦଳ ଫାଇନାଲ୍ ରେ ପହଂଚି ସାରିଛନ୍ତି।