IPL 2022 ନିଲାମି ପୂର୍ବରୁ ହର୍ଷଲ ପଟେଲଙ୍କର ବଡ଼ ବୟାନ, କହିଲେ RCB ନୁହଁ ଏହି ଦଳ ପାଇଁ ଖେଳିବାକୁ ଇଛୁକ

 
କ୍ରିକେଟ ଖବର : ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି କ୍ରିକେଟର ମହାକୁମ୍ଭ ଆଇପିଏଲର ୧୫ ତମ ସିଜନ। ଏହି ସିଜନ ପାଇଁ ସମସ୍ତ ଦଳ ପ୍ରସ୍ତୁତ ହୋଇ ସାରିଲେଣି। ସମସ୍ତ ୧୦ ଟି ଦଳ ନିଜ ନିଜର ଖେଳାଳି ରିଟେନ କରିସାରିଥିବା ବେଳେ, କେବଳ ମେଗା ନିଲାମକୁ ଅପେକ୍ଷା କରିଛନ୍ତି ଦଳ। କାରଣ ମେଗା ନିଲାମରେ ଆହୁରି ଅନେକ ଖେଳାଳିଙ୍କୁ କିଣିବେ ୧୦ ଟି ଫ୍ରାଞ୍ଚାଇଜ୍। ତେଣୁ ମେଗା ନିଲାମକୁ ସମସ୍ତେ ଅପେକ୍ଷା କରିଛନ୍ତି। ତେବେ ମେଗା ନିଲାମ ପୂର୍ବରୁ ହର୍ଷଲ ପଟେଲ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି। 

ଏହି ଦ୍ରୁତ ବୋଲର ଗତ ସିଜନରେ ପ୍ରପଲ୍ କ୍ୟାପ୍ ହାତେଇ ଥିଲେ। ସେ ନିଜର ବୋଲିଂରେ ଅନେକ ବ୍ୟାଟ୍ସମ୍ୟାନଙ୍କୁ ବହୁତ ପ୍ରଭାବିତ କରିଥିଲେ। ତେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ( RCB) ଦ୍ୱାରା ଗତ ଟୁର୍ନାମେଣ୍ଟରେ ଆଇପିଏଲର ଡେବ୍ୟୁ ମ୍ୟାଚ ଖେଳିଥିଲେ।ଡେବ୍ୟୁ ମ୍ୟାଚରେ ହିଁ ସେ ସର୍ବାଧିକ ୱିକେଟ୍ ନେଇପାରିଥିଲେ। ଏତେ ସବୁ କରିବା ପରେ ବି ତାଙ୍କୁ ବାଙ୍ଗାଲୋର ରିଟେନ କରିନାହିଁ।

ଏଭଳି ପରିସ୍ଥିତିରେ ବର୍ତ୍ତମାନ ହର୍ଷଲ ପଟେଲ ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ୍ ଟୁର୍ନାମେଣ୍ଟରେ ଆରସିବି ସହିତ ନ ଖେଳି ଅନ୍ୟ ଏକ ଦଳ ସହିତ ଖେଳିବାକୁ ମନସ୍ଥ କରିଛନ୍ତି। ଆଉ ସେ ଅନ୍ୟ ଦଳର ନାମ ମଧ୍ୟ କହିଛନ୍ତି , ଯେଉଁ ଦଳ ପାଇଁ ସେ ଖେଳିବାକୁ ଇଛୁକ।

ତେବେ ଆସନ୍ତା ଆଇପିଏଲ ସିଜନରେ ହର୍ଷଲ ପଟେଲ କେଉଁ ଦଳ ସହିତ ଖେଳିବେ ତାହା ତ ନିଲାମ ପରେ ହିଁ ଜଣା ପଡିବ। କିନ୍ତୁ, ୩୧ ବର୍ଷୀୟ ଏହି ବେଷ୍ଟ ବୋଲର ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। 

ନିକଟରେ, ଏକ ୟୁଟ୍ୟୁବ ଚ୍ୟାନେଲ ସହିତ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପରେ ସେ ଚେନ୍ନାଇ ସୁପର କିଙ୍ଗସ ଦଳର ନାମ ନେଇଛନ୍ତି।  ଯେତେବେଳେ ତାଙ୍କୁ ପଚରାଗଲା ଯେ,  ସେ ଚଳିତ ବର୍ଷ ହେବାକୁ ଥିବା ଆଇପିଏଲରେ ଆପଣ କେଉଁ ଦଳ ସହିତ ଖେଳିବାକୁ ଚାହୁଁଛନ୍ତି ? ଆଉ ଏହାର ଉତ୍ତର ଦେବାକୁ ଯାଇ ସେ କହିଥିଲେ " ସିଏସକେ "। ଏହି ସମୟରେ ଯେତେବେଳେ ତାଙ୍କୁ ଶ୍ରେଷ୍ଠ ଅଧିନାୟକ ବିଷୟରେ ପଚରାଗଲା, ସେ ବିନା ଦ୍ୱିଧାରେ ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନିଙ୍କ ନାମ ନେଇଥିଲେ। ତେବେ ଚେନ୍ନାଇ ପାଇଁ ଖେଳିବାର ଇଚ୍ଛା ହର୍ଷଲଙ୍କର ପୁରଣ ହେଉଛି କି ନାହିଁ ତାହା ମେଗା ନିଲାମ ପରେ ହିଁ ଜଣାପଡିବ।