ଖରାପ ଫର୍ମ ସମୟରେ ଧୋନି ରୁତୁରାଜ ଗାଇକୱାଡ ଙ୍କୁ ଏମିତି ଭାବରେ ଦେଇଥିଲେ ଗୁରୁ ଜ୍ଞାନ, ହେଲା ବଡ଼ ଖୁଲାସା

କେକେଆର ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଜିତିବା ପରେ କ୍ୟାପଟେନ ଏମଏସ ଧୋନି ରିତୁରାଜ ଗାଇକୱାଡଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ବିଷୟରେ ବୁଝାଇଥିଲେ । ଧୋନି କହିଥିଲେ ଯେ ଯେତେବେଳେ ରୁତୁରାଜ ଗାଇକୱାଡ ରନ୍ କରିବା ପାଇଁ ସଂଘର୍ଷ କରୁଥିଲେ, ସେତେବେଳେ ସେ ତାଙ୍କ ସହ କ’ଣ କଥା ହୋଇଥିଲେ । କେକେଆର ବିପକ୍ଷ …
 
ଖରାପ ଫର୍ମ ସମୟରେ ଧୋନି ରୁତୁରାଜ ଗାଇକୱାଡ ଙ୍କୁ ଏମିତି ଭାବରେ ଦେଇଥିଲେ ଗୁରୁ ଜ୍ଞାନ, ହେଲା ବଡ଼ ଖୁଲାସା

କେକେଆର ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଜିତିବା ପରେ କ୍ୟାପଟେନ ଏମଏସ ଧୋନି ରିତୁରାଜ ଗାଇକୱାଡଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ବିଷୟରେ ବୁଝାଇଥିଲେ । ଧୋନି କହିଥିଲେ ଯେ ଯେତେବେଳେ ରୁତୁରାଜ ଗାଇକୱାଡ ରନ୍ କରିବା ପାଇଁ ସଂଘର୍ଷ କରୁଥିଲେ, ସେତେବେଳେ ସେ ତାଙ୍କ ସହ କ’ଣ କଥା ହୋଇଥିଲେ ।

ଖରାପ ଫର୍ମ ସମୟରେ ଧୋନି ରୁତୁରାଜ ଗାଇକୱାଡ ଙ୍କୁ ଏମିତି ଭାବରେ ଦେଇଥିଲେ ଗୁରୁ ଜ୍ଞାନ, ହେଲା ବଡ଼ ଖୁଲାସା

କେକେଆର ବିପକ୍ଷ ମ୍ୟାଚରେ ରୁତୁରାଜ ଗାଇକୱାଡ ଜବରଦସ୍ତ ବ୍ୟାଟିଂ କରିଥିଲେ। ସେ 42 ବଲରୁ ଦ୍ରୁତଗତିରେ 64 ରନ୍ କରି ଫାଫ୍ ଡୁ ପ୍ଲେସିଙ୍କ ସହ ପ୍ରଥମ ୱିକେଟ୍ ପାଇଁ ଏକ ଶତକ ଭାଗିଦାରୀ ଖେଳିଥିଲେ। ଏହାପୂର୍ବରୁ ସେ ତିନୋଟି ମ୍ୟାଚରେ ମାତ୍ର 20 ରନ୍ ସ୍କୋର କରିଥିଲେ ମଧ୍ୟ ଏହି ମ୍ୟାଚରେ ଦୃଢ ଭାବରେ ଫେରି ଆସିଥିଲେ।

ରୁତୁରାଜ ଗାଇକୱାଡଙ୍କ ବିଷୟରେ ଏମଏସ ଧୋନିଙ୍କ ବିବୃତ୍ତି:

ମ୍ୟାଚ୍ ପରେ ଏମଏସ ଧୋନି କହିଛନ୍ତି “ରୁତୁରାଜ ଗାଇକୱାଡ ଗତ ସିଜନରେ ତାଙ୍କ ଶ୍ରେଣୀ ଦେଖାଇଥିଲେ। ମାନସିକ ସ୍ତରରେ ସେ କିପରି ଥିଲେ ତାହା ଆକଳନ କରିବା ପାଇଁ ମୁଁ ତାଙ୍କୁ ପଚାରିଥିଲି ଆଜି ଆପଣ କିପରି ଅନୁଭବ କରୁଛନ୍ତି। ଯେତେବେଳେ ଆପଣ ଏହିପରି ଏକ ପ୍ରଶ୍ନ ପଚାରନ୍ତି ତା’ହେଲେ ତାଙ୍କ ପ୍ରତିକ୍ରିୟାକୁ କଣ ଥିଲା ମୁ ଜାଣିବା ପାଇଁ ଚାହୁଁଥିଲି । ତାଙ୍କ ଉତ୍ତର ଶୁଣିଲା ପରେ ମୁ କାଣିଲି ସେ ଦ୍ୱନ୍ଦ୍ୱରେ ନାହାଁନ୍ତି । ସାକାରାତ୍ମା ମନଭାଵ ସହ ଖେଳିବା ଜରୁରୀ ଅଟେ ବୋଲି କହିଲି”

ରୁତୁରାଜ ଗାଇକୱାଡଙ୍କ ବ୍ୟତୀତ ଫାଫ ଡୁ ପ୍ଲେସି ମଧ୍ୟ କେକେଆର ବିପକ୍ଷରେ ଜବରଦସ୍ତ ଇନିଂସ ଖେଳିଥିଲେ। ସେ 9 ଚୌକା ଓ 4 ଛକା ସହାୟତାରେ ମାତ୍ର 60 ବଲରୁ 95 ରନର ଅପରାଜିତ ଇନିଂସ ସ୍କୋର କରିଥିଲେ।