IPL 2024: ପ୍ରଥମ ପ୍ରୋମୋରେ ନାହାନ୍ତି ଧୋନି-ରୋହିତଙ୍କ, ପାଣ୍ଡ୍ୟାଙ୍କ ସହ ଦେଖିବାକୁ ମିଳିଲା ଏହି 3 କ୍ୟାପଟେନଙ୍କ ଫଟୋ

 
Dhoni rohit

ଚଳିତମାସ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି IPL ୨୦୨୪। ଏହି ମେଗା ପ୍ରତିଯୋଗିତା ପାଇଁ ବିସିସିଆଇ ପକ୍ଷରୁ ପ୍ରାୟ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ୨୨ ତାରିଖ ଦିନ ଗତବର୍ଷର ବିଜେତା CSK ଏବଂ RCB ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ। ତେବେ, ଚଳିତବର୍ଷ ଆଇପିଏଲ୍ ରେ ଅନେକ କିଛି ନୂଆ ଏବଂ ଉତ୍କଣ୍ଠାପୁର୍ଣ୍ଣ ଦେଖିବାକୁ ମିଳିବ।

Ipl

ସବୁଠାରୁ ବଡ଼ କଥା ହେଉଛି ଚଳିତବର୍ଷ ଆଇପିଏଲ୍ ରେ ହାର୍ଦିକ ପାଣ୍ଡ୍ୟାଙ୍କୁ ପୁଣିଥରେ ମୁମ୍ବାଇର ନୀଳ ଜର୍ସିରେ ଦେଖିବାକୁ ମିଳିବ। କେବଳ ସେତିକି ନୁହେଁ ବରଂ ସେ ଦଳର ଅଧିନାୟକ ଥିବା ମଧ୍ୟ ଦେଖିବାକୁ ମିଳିବ। ସେହିଭଳି ଭାବରେ ଗୁଜୁରାତ ଦଳର ଅଧିନାୟକ ଭାବରେ ଶୁଭମନ ଗିଲଙ୍କୁ ଦେଖିବାକୁ ମିଳିବ।

ସଡକ ଦୁର୍ଘଟଣାରେ ଆହତ ହୋଇ ଗତବର୍ଷ ଆଇପିଏଲରେ ଅଂଶଗ୍ରହଣ କରିନଥିବା ଋଷବ ପନ୍ତଙ୍କୁ ମଧ୍ୟ ଚଳିତବର୍ଷ ଖେଳୁଥିବାର ଦେଖିବାକୁ ମିଳିବ। ତେବେ, ଏହି ଆଇପିଏଲ୍ ଧୋନିଙ୍କର ଶେଷ ଆଇପିଏଲ୍ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ତେଣୁ ତାଙ୍କୁ ଖେଳୁଥିବାର ଦେଖିବାକୁ ଲୋକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି।

ତେବେ, ଏହାରି ମଧ୍ୟରେ ପ୍ରତିଯୋଗିତାର ବ୍ରଡକାଷ୍ଟର ଷ୍ଟାର ସ୍ପୋର୍ଟସ ଦ୍ୱାରା ଏକ ପ୍ରୋମୋ ଭିଡିଓ ସେୟାର କରାଯାଇଅଛି। ତେବେ, ସବୁଠାରୁ ବଡ଼ କଥା ହେଉଛି ଏହି ଭିଡିଓରେ ଧୋନି କିମ୍ବା ରୋହିତଙ୍କୁ ଦେଖିବାକୁ ମିଳିନାହିଁ। ଯାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଏହି ଭିଡିଓରେ ହାର୍ଦିକ, କେ.ଏଲ ରାହୁଲ, ଋଷବ ପନ୍ତ ଏବଂ ଶ୍ରେୟାସ ଅୟରଙ୍କୁ ଦେଖିବାକୁ ମିଳିଛି।

କିଛିଦିନ ତଳେ ଧୋନି ଚଳିତବର୍ଷ ଆଇପିଏଲ୍ ରେ ଏକ ନୂଆ ରୋଲରେ ନଜ଼ର ଆସିବେ ବୋଲି ସୋସିଆଲ ମିଡ଼ିଆ ମାଧ୍ୟମରେ ଜଣାଇଥିଲେ। ତେବେ, ତାଙ୍କର ଏହି ନୂଆ ଅବତାର କଣ ରହିବ ସେ ଖେଳିବେ କି ନାହିଁ ଏବଂ ଦଳର ମେଣ୍ଟର ଭାବରେ ଯୋଗ ଦେବେ କି? ଏଭଳି ଅନେକ ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିବା ବାକି ରହିଛି।