ମାତ୍ର 1 ରନ ମାରି ଧୋନି ସୃଷ୍ଟି କଲେ ଏହି ଇତିହାସ, ଡେଭିଡ ୱାର୍ଣ୍ଣରଙ୍କ ଏହି ରେକର୍ଡ ସହିତ ହେଲେ ସମକ୍ଷକ

 

କ୍ରିକେଟ ଖବର: ଚେନ୍ନାଇ ସୁପର କିଙ୍ଗ୍ସ ଏକ ରୋମାଞ୍ଚକର ମ୍ୟାଚରେ ଆରସିବି ଦଳକୁ 8 ରନରେ ପରାସ୍ତ କରିଛି।  ଏହି ମ୍ୟାଚରେ ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ମାତ୍ର ଗୋଟିଏ ରନ୍ ସଂଗ୍ରହ କରି ତାଙ୍କ ନାମରେ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି। ସେ ଗୋଟିଏ ରନ୍ ସ୍କୋର କରିବା ମାତ୍ରେ କିମ୍ବଦନ୍ତୀ ଡେଭିଡ ୱାର୍ଣ୍ଣରଙ୍କ ଏକ ରେକର୍ଡ ସହିତ ସମକ୍ଷକ ହୋଇଛନ୍ତି।

ମହେନ୍ଦ୍ର ସିଂ ଧୋନି ଦୁନିଆର ଶ୍ରେଷ୍ଠ ଫିନିସରର୍ମାନଙ୍କ ମଧ୍ୟରେ ଗଣାଯାଏ। ସେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ପାଇଁ ଅନେକ ମ୍ୟାଚ୍ ଜିତିଛନ୍ତି। ତେବେ ସେ ଆରସିବି ବିପକ୍ଷ ମ୍ୟାଚରେ ଗୋଟିଏ ବଲରେ ମାତ୍ର ଗୋଟିଏ ରନ୍ ସ୍କୋର କରିଥିଲେ ଏବଂ ଏହା ସହ ସେ ଆରସିବି ବିପକ୍ଷରେ ମିଳିତ ସର୍ବାଧିକ ରନ୍ ସ୍କୋରର୍ ହୋଇଥିଲେ। ସେ ଡେଭିଡ ୱାର୍ଣ୍ଣରଙ୍କ ରେକର୍ଡ ସହିତ ସମାନ ହୋଇଛନ୍ତି। ଏହି ଉଭୟ ବ୍ୟାଟ୍ସମ୍ୟାନ୍ ଆରସିବି ବିପକ୍ଷରେ 839 ରନ୍ ସଂଗ୍ରହ କରିଛନ୍ତି।

ମହେନ୍ଦ୍ର ସିଂ ଧୋନି ଆରସିବି ବିପକ୍ଷ 34 ଟି ମ୍ୟାଚରେ ଏପର୍ଯ୍ୟନ୍ତ 839 ରନ୍ ସଂଗ୍ରହ କରିଛନ୍ତି ଏବଂ 84 ଟି ତାଙ୍କର ଶ୍ରେଷ୍ଠ ସ୍କୋର ହୋଇଛି। ଧୋନି ଶେଷ ଓଭରରେ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା। ଆପଣ ଜାଣିଥିବେ ଯେ, ଧୋନିଙ୍କ ଅଧିନାୟକତ୍ୱରେ ସିଏସକେ ଦଳ ଚାରିଥର ଆଇପିଏଲ ଟ୍ରଫି ଜିତିଛି। ଆଉ ଚଳିତବର୍ଷ ବି ଜିତିବ ବୋଲି ଆଶା କରାଯାଉଛି।

RCB ବିପକ୍ଷରେ ସର୍ବାଧିକ ରନ୍ ସ୍କୋରର:

ମହେନ୍ଦ୍ର ସିଂ ଧୋନି - 839 ରନ୍
ଡେଭିଡ ୱାର୍ନର - 839 ରନ୍
ରୋହିତ ଶର୍ମା - 786 ରନ୍
ଅମ୍ବାତି ରାଇଡୁ - 728 ରନ୍
ସୁରେଶ ରାଇନା 702 ରନ୍

ଆହୁରି ପଢ଼ନ୍ତୁ: ସିକନ୍ଦର ରଜା ନିଜକୁ ନୁହଁ ବରଂ ଏହି ଭାରତୀୟ ଖେଳାଳିଙ୍କୁ ବିଜୟର ପ୍ରକୃତ ହିରୋ ବୋଲି କହିଲେ, ଜିତିଲେ ସଭିଙ୍କ ହୃଦୟ