ଧୋନିଙ୍କ IPL କେରିଅର ହେଲା ସମାପ୍ତ, ଚୌକା ରୋକିବା ପାଇଁ ଉଦ୍ୟମ ରେ ହେଲେ ଆହତ, ଆଗକୁ ଖେଳିବେ କି ନାହିଁ ବାକି ମ୍ୟାଚ?

 

କ୍ରିକେଟ ଖବର: ମାର୍ଚ୍ଚ 31 ରେ ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଏମଏସ ଧୋନି ତାଙ୍କ ବ୍ୟାଟିଂରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ସେ 7 ବଲରେ 14 ରନ ସଂଗ୍ରହ କରିଥିଲେ। ସେଥିରେ ଗୋଟିଏ ବିଶାଳ ଛକା ଆଉ ଗୋଟିଏ ଚୌକା ସାମିଲ୍ ଥିଲା। ଦଳର ଇନିଂସର ଶେଷ ଓଭରରେ ସେ ଛକା ଓ ଚାରି ଛକା ମାରି ସେ ବହୁତ ଭଲ କାମ କରିଥିଲେ। 

ତେବେ ଗୁଜୁରାଟର ଇନିଂସରେ ୱିକେଟ୍ କିପିଂ ବେଳେ ସେ ଆହତ ହୋଇଥିଲେ। ଏହା ପରେ ବି ସେ ଖେଳ ଜାରି ରଖିଥିଲେ ଏବଂ ପଡ଼ିଆ ଛାଡି ନଥିଲେ। କିନ୍ତୁ ମଝିରେ ମଝିରେ ସେ ଏହି ଆହତ କାରଣରୁ କଷ୍ଟ ପାଉଥିବା ଦେଖିବାକୁ ମିଳିଥିଲା। ସେ ନିଜର ଗୋଡ଼ରେ ଆଘାତ କରିଥିବା ଜଣାପଡିଛି। ମ୍ୟାଚ୍ ଶେଷ ହେବା ପରେ ବର୍ତ୍ତମାନ ଏହା ସହ ଜଡିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି CSK ଦଳ 7 ୱିକେଟ୍ ହରାଇ 179 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ, ପାଣ୍ଡ୍ୟାବାହିନୀ 19.2 ଓଭରରେ ଏହି ଲକ୍ଷ୍ୟ ହାସଲ କରି ଦଳ 5 ୱିକେଟରେ ଆଇପିଏଲ 2023 ର ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି।

ଆହୁରି ପଢ଼ନ୍ତୁ: CSK ବିପକ୍ଷ ବିଜୟ ପରେ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା ନାହାନ୍ତି ଖୁସି, ବିସିସିଆଇ କୁ ଟାର୍ଗେଟ କରି କହିଲେ "ଆମେ ଜିତିଗଲୁ କିନ୍ତୁ..."