VIDEO: ଆରମ୍ଭ ହେବା ପୂର୍ବରୁ ହିଁ ଶେଷ ହେଲା ଅର୍ଜୁନଙ୍କ କ୍ୟାରିୟର, ସାମ ଏଭଳି ଛକା ମାରିଲେ ଯେ ସଚିନଙ୍କ ପୁଅଙ୍କୁ ସ୍ଥାନ ମିଳିବା କଷ୍ଟ

 
sam six arjun

କ୍ରିକେଟ ଖବର: ଶନିବାର ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଆଇପିଏଲର 16 ତମ ସିଜନରେ ଏକ ଚମତ୍କାର ମ୍ୟାଚ୍ ଖେଳାଯାଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍ ଜିତିବା ପରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

sam

ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ଭଲ ଆରମ୍ଭ କରିଥିଲା।  ଏହି ସମୟରେ କ୍ୟାପଟେନ ରୋହିତ, ଅର୍ଜୁନ ତେନ୍ଦୁଲକରଙ୍କୁ ବୋଲିଂ କରିବା ପାଇଁ ବଲ ଦେଇଥିଲେ। ଆଉ ଏହି ସମୟରେ ପଞ୍ଜାବର ଅଧିନାୟକ ସାମ କରନ୍ ତାଙ୍କ ବୋଲିଂରେ ଜବରଦସ୍ତ ରନ ସଂଗ୍ରହ କରିଥିଲେ। ସେ ଅର୍ଜୁନଙ୍କୁ ଏକ ଲମ୍ବା ଛକା ମାରିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଅର୍ଜୁନ ତେନ୍ଦୁଲକରଙ୍କ 16 ତମ ଓଭରରେ ସାମ କରଣ ଏବଂ ହରପ୍ରୀତ ଭାଟିଆ 31 ରନ୍ ସଂଗ୍ରହ କରିଥିଲେ।

ଦେଖନ୍ତୁ ଭିଡ଼ିଓ: