IPL 2023 ରୁ ବାହାରିବା ପରେ ଧାୱନ ହେଲେ ନିଜ ଦଳ ଉପରେ କ୍ରୋଧିତ, କହିଲେ "କେତେବେଳେ ଏମାନଙ୍କ ପାଇଁ ହାରିଛୁ ତ କେତେବେଳେ ସେମାନଙ୍କ ପାଇଁ"

 

ଆଇପିଏଲ୍ 2023 ର 66 ତମ ମ୍ୟାଚ୍ ଧର୍ମଶାଲାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଇଥିଲା। ଯେଉଁଠାରେ ପଞ୍ଜାବ କିଙ୍ଗସ୍ ରାଜସ୍ଥାନ ରୟାଲ୍ସ ସହିତ ମୁହାଁମୁହିଁ ହୋଇଥିଲେ। ଧାର୍ଯ୍ୟ 20 ଓଭରରେ 5 ୱିକେଟ୍ ହରାଇ ପଞ୍ଜାବ 188 ରନ୍ ସଂଗ୍ରହ କରିଥିଲା। ରାଜସ୍ଥାନ ଏହି ମ୍ୟାଚକୁ 4 ୱିକେଟରେ ଜିତି ନେଇଛି। ଏଥି ସହିତ, ଏହି ମ୍ୟାଚରେ ପରାଜୟ ପରେ ଅଧିନାୟକ ଶିଖର ଧାୱନ ଅତ୍ୟନ୍ତ ନିରାଶ ହୋଇଥିଲେ। ଖେଳାଳିଙ୍କ ଖରାପ ଫିଲ୍ଡିଂରେ ସେ ପରାଜୟକୁ ଦାୟୀ କରିଛନ୍ତି।

ପୋଷ୍ଟ ମ୍ୟାଚରେ ଅଧିନାୟକ ଶିଖର ଧାୱନ କହିଛନ୍ତି ଯେ, "ପାୱାରପ୍ଲେରେ ଆମେ ଅନେକ ୱିକେଟ୍ ହରାଇଛୁ ଏବଂ ଏହା ଆମକୁ ବ୍ୟାକଫୁଟରେ ରଖିଲା, କିନ୍ତୁ କରଣ, ଜିତେଶ ଏବଂ ଶାହାରୁଖ ଆମକୁ ଖେଳକୁ ଫେରାଇ ଆଣିଛନ୍ତି, ବୋଲିଂ ଏହି ପିଚରେ ଭଲ ଥିଲା, କିନ୍ତୁ ଏହି ମ୍ୟାଚରେ ଫିଲ୍ଡିଂ ଭଲ ନଥିଲା, କ୍ୟାଚ୍ ଡ୍ରପ୍ କରି ମହଙ୍ଗା ପଡିଥିଲା। ମୁଁ ଭାବୁଛି 200 ଏହି ପିଚରେ ଏକ ଭଲ ସ୍କୋର ହେବା ଉଚିତ୍ ମୁଁ ଭାବୁଛି ଆମେ ସବୁ କ୍ଷେତ୍ରରେ ଭଲ କରିପାରିଥାନ୍ତେ।"

ଆଗକୁ କଥାବାର୍ତ୍ତା କରି ସେ କହିଛନ୍ତି, " ଆମର ବେଳେବେଳେ ବ୍ୟାଟିଂ ପଛରେ ପଡିଥିଲା ​​ଏବଂ ବେଳେବେଳେ ବୋଲିଂ ପଛରେ ଥିଲା, ଆମେ ସେପରି ପ୍ରଦର୍ଶନ କରିପାରିଲୁ ନାହିଁ। କିନ୍ତୁ ଆମର ଏକ ଯୁବ ଦଳ ଅଛି, ତେଣୁ ଆମେ ଏହି ସିଜନରେ ବହୁତ କିଛି ଶିଖିଛୁ।