କଣ ଆଜିର ମୁମ୍ବାଇ ବିପକ୍ଷ ମ୍ୟାଚ ଜିତିଲେ ପ୍ଲେ-ଅଫ କୁ ଯିବ କି ହାଇଦ୍ରାବାଦ ଦଳ? ଦେଖନ୍ତୁ କଣ କହୁଛି ପ୍ଲେ-ଅଫ ଗଣିତ

 

କ୍ରିକେଟ ଖବର : ଆଜି ଆଇପିଏଲର୍ 65 ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ ଦଳ ମଧ୍ୟରେ ହେବାକୁ ଯାଉଛି। ଏହି ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ହେବ। ତେବେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷ ଶେଷ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (SRH) ହାରିବା ସହିତ କ୍ରମାଗତ ପାଞ୍ଚଟି ମ୍ୟାଚରେ ଦଳକୁ ହାରର ସାମ୍ନା କରିବାକୁ ପଡିଛି। ବର୍ତ୍ତମାନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର 2022 ସଂସ୍କରଣରେ ଦଳର ଅଭିଯାନ ମଝି ମଝିରେ ରହିଛି। ଅର୍ଥାତ ଦଳର ପରିସ୍ଥିତି କର ବା ମର ପରିସ୍ଥିତିରେ ରହିଛି। କାରଣ ଦଳକୁ ପ୍ଲେଅଫରେ ଖେଳିବା ପାଇଁ ହେଲେ ବାକି ଥିବା ସମସ୍ତ ମ୍ୟାଚ ଜିତିବା ସହିତ ଭଲ ନେଟ ରନରେଟରେ ମ୍ୟାଚ ଜିତିବାକୁ ପଡିବ। 

ଦଳ ପ୍ରଥମ ଦୁଇଟି ମ୍ୟାଚ ହାରିବା ପରେ ଲଗାତାର 5ଟି ମ୍ୟାଚ ଜିତିଥିଲା। କିନ୍ତୁ ପରେ ପୁଣି ଥରେ ବ୍ୟାକ ଟୁ ବ୍ୟାକ 5ଟି ମ୍ୟାଚ ହାରିଛି ଦଳ। ମୋଟ 12 ଟି ମ୍ୟାଚ ଖେଳି ଦଳ 5ଟିରେ ବିଜୟ ହାସଲ କରିଥିବା ବେଳେ 7ଟିରେ ପରାଜିତ ହୋଇଛି। ହାଇଦ୍ରାବାଦ ଦଳ 10 ପଏଣ୍ଟ ସହିତ ପଏଣ୍ଟ ଟେବୁଲର 8ମ ସ୍ଥାନରେ ରହିଛି। 

ପ୍ରମୁଖ ବୋଲର ୱାଶିଂଟନ୍ ସୁନ୍ଦର ଏବଂ ଟି ନାଟାରାଜନଙ୍କ ଆଘାତ କିଛି ସାହାଯ୍ୟ କରିନଥିବାବେଳେ ସନରାଇଜର୍ସଙ୍କ ପାଇଁ ସବୁଠାରୁ ବଡ ଚିନ୍ତା ହେଉଛନ୍ତି ଅଧିନାୟକ କେନ୍ ୱିଲିୟମସନ।  ଦୁଇଟି ଗେମ୍ ବ୍ୟତୀତ ୱିଲିୟମ୍ସନ୍ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦଳକୁ ଦେଇ ପାରିନାହାନ୍ତି। ତେବେ ଆଜିର ମ୍ୟାଚରେ ସେ ଭଲ କରିବେ କି ନାହିଁ ତାହା ମଧ୍ୟ ହାଇଦ୍ରାବାଦ ପ୍ରସଂଶକ ମନରେ ଦ୍ଵନ୍ଦ ସୃଷ୍ଟି କରିଛି। ୱିଲିୟମସନ 12ଟି ମ୍ୟାଚରେ  ମାତ୍ର 208 ରନ ସଂଗ୍ରହ କରିଛନ୍ତି। ଯେତେବେଳେ କି ତାଙ୍କ ଠାରୁ ଅଧିକ ରନ ଆଶା କରାଯାଉଥିଲା।ୱିଲିୟମ୍ସନଙ୍କୁ ଦଳ 14 କୋଟିରେ ପ୍ରଥମ ଖେଳାଳି ଭାବରେ ରିଟେନ କରିଥିଲା। ତଥାପି ସେ ଗତ କିଛି ବର୍ଷ ହେବ ଖରାପ ଫର୍ମ ଦେଇ ଗତି କରୁଛନ୍ତି।

ତେବେ ଆଜିର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ୱିଲିୟମସନଙ୍କ ନେତୃତ୍ୱାଧୀନ ହାଇଦ୍ରାବାଦ ଦଳ ପାଇଁ ବ୍ୟାଟିଂ କ୍ରମରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ।  ଅଭିଷେକ ଶର୍ମା ଭୟଙ୍କର ଫର୍ମରେ ଅଛନ୍ତି ଏବଂ ଟୁର୍ଣ୍ଣାମେଣ୍ଟରେ ଜଣେ ଅଣସଂରକ୍ଷିତ ଖେଳାଳିଙ୍କ ପାଇଁ ସର୍ବାଧିକ ରନ୍ କରିଛନ୍ତି ଏବଂ ପାୱାରପ୍ଲେରେ ରନ ଗତି ବଢାଇବା ପାଇଁ SRH ଅଧିନାୟକ ରାହୁଲ ତ୍ରିପାଠୀଙ୍କୁ ପଠାଇପାରନ୍ତି। ଆଡେନ ମାର୍କ୍ରାମ ଏବଂ ନିକୋଲାସ ପୁରାନ୍ ମଧ୍ୟଭାଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଥିବାବେଳେ ଶଶାଙ୍କ ସିଂ ଏବଂ ୱାଶିଂଟନ୍ ସୁନ୍ଦର 6 ଏବଂ 7 ନମ୍ବରରେ ବ୍ୟାଟିଂ କରିବେ। ଟି ନଟରାଜନ ଏବଂ ଉମ୍ରାନ୍ ମଲିକ ବୋଲିଂ ଲାଇନକୁ ସମ୍ଭାଳିବେ। 

SRH ର ସମ୍ଭାବ୍ୟ ଏକାଦଶ:

ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, କେନ୍ ୱିଲିୟମସନ / ଗ୍ଲେନ ଫିଲିପ୍ସ, ଆଡେନ ମାର୍କ୍ରାମ, ନିକୋଲାସ ପୁରାନ (wk), ଶଶାଙ୍କ ସିଂ, ୱାଶିଂଟନ ସୁନ୍ଦର, ମାର୍କୋ ଜାନସେନ୍, ଭୁବନେଶ୍ୱର କୁମାର, ଟି ନାଟରାଜନ, ଉମ୍ରାନ ମଲିକ।