ଦେଖନ୍ତୁ ଭିଡ଼ିଓ: ଆସନ୍ତା ବର୍ଷର ଆଇପିଏଲ ସିଜନରେ ଖେଳିବେ କି ଧୋନି? ଟସ ସମୟରେ ଧୋନି ନିଜେ ଦେଲେ ଉତ୍ତର

 
dhoni toss

କ୍ରିକେଟ୍ ଖବର : କ୍ୟାପ୍ଟେନ କୁଲ୍ ମହେନ୍ଦ୍ର ସିଂ ଧୋନୀ ପୁଣିଥରେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଦାୟିତ୍ୱ ମୁଣ୍ଡାଇଛନ୍ତି । ସନରାଇଜସ୍ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଉଥିବା ମ୍ୟାଚରେ ଧୋନୀ ଯେତେବେଳେ ଟସ୍ ପକାଇବା ପାଇଁ ମଇଦାନକୁ ଓହ୍ଲାଇଥିଲେ ସେତେବେଳେ ପଡ଼ିଆରେ ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। 

csk dhoni jadeja

ଟସ ପକାଇବାକୁ ଆସିବା ସମୟରେ ଧୋନୀଙ୍କୁ ତାଙ୍କର କମବ୍ୟାକକୁ ନେଇ ଏକ ପ୍ରଶ୍ନ ପଚରାଯାଇଥିଲା । ପ୍ରଶ୍ନଟି ଥିଲା ଆମେ ଆପଣଙ୍କୁ ଆସନ୍ତା ବର୍ଷ  ପୁଣିଥରେ ୟେଲୋ ଜର୍ସିରେ ଦେଖିବାକୁ ପାଇବୁ କି? । ଧୋନୀ ଏହି ପ୍ରଶ୍ନର ସିଧାସଳଖ ଭାବେ ଉତ୍ତର ଦେଇଥିଲେ ଯେ  ଆପଣମାନେ ତାଙ୍କୁ ପୁଣିଥରେ ୟେଲୋ ଜର୍ସିରେ ଦେଖିବାକୁ ପାଇବେ। ଏହାସହିତ ଧୋନୀ ଆହୁରି ମଧ୍ୟ କହିଥିଲେ ଯେ ଆପଣମାନଙ୍କୁ ବର୍ତ୍ତମାନସ୍ଥିତିକୁ ବୁଝିବାକୁ ପଡ଼ିବ । ଆମେମାନେ କ୍ୟାଚ ମିସ୍ କରିଛେ । ଏହି ସବୁ କ୍ଷେତ୍ରରେ ଆମକୁ ଆହୁରି ଅଭ୍ୟାସ କରିବାକୁ ପଡ଼ିବ ।