ଧୋନି IPL 2022 ର ଦୁଇ ଦିନ ପୂର୍ବରୁ ହିଁ କାହିଁକି ଛାଡିଲେ ଅଧିନାୟକତ୍ୱ? ଜାଡେଜା ଅଧିନାୟକ ହେବା ପଛରେ କଣ ରହିଛି କାରଣ

 
dhoni-leave-csk-captaincy

ଟୁର୍ନାମେଣ୍ଟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନଥିଲା, ଏହି ସମୟ ମଧ୍ୟରେ, CSK ଅଧିନାୟକ ଏମଏସ ଧୋନି ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ତେବେ, ବର୍ତ୍ତମାନ ସମସ୍ତଙ୍କ ମନରେ ପ୍ରଶ୍ନ ହେଉଛି CSK ର ପରବର୍ତ୍ତୀ ଅଧିନାୟକ କିଏ ହେବେ? ତେବେ ଆସନ୍ତୁ ଆମେ ମଧ୍ୟ ଏହାର ଉତ୍ତର ଦେବା ।

deepak-chahar-csk

ଆଇପିଏଲ୍ ଆରମ୍ଭରୁ ଏମ୍ଏସ୍ ଧୋନି ଏହି ଦଳର ଅଧିନାୟକ ଥିଲେ କିନ୍ତୁ ଆଇପିଏଲ୍ 2022 ଆରମ୍ଭ ପୂର୍ବରୁ ସେ ଏହି ଦଳର ଅଧିନାୟକତ୍ୱ ଛାଡିଥିଲେ । ତାଙ୍କ ସ୍ଥାନରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଚେନ୍ନାଇର ନୂତନ ଅଧିନାୟକ କରାଯାଇଛି, ଯାହାର ସୂଚନା ଚେନ୍ନାଇ ସୁପର କିଙ୍ଗ୍ସ ଦେଇଛି । ଏହା ସହିତ ଚେନ୍ନାଇରୁ ମଧ୍ୟ କୁହାଯାଇଛି ଯେ ଏମଏସ ଧୋନି ଏହି ଦଳ ସହ ଜଣେ ଖେଳାଳି ଭାବରେ ଜଡିତ ହେବେ ।

ତେବେ ସୂଚନା ଅନୁସାରେ ଜଣା ପଡିଛି କି ଧୋନି ନିଜେ ଅଧିନାୟକତ୍ୱ ଛାଡିବାର ନିଷ୍ପତି ନେଇଛନ୍ତି । ସେ ଜାଡେଜା ଙ୍କୁ ନିଜର ଉତ୍ତରାଧିକାରୀ ବାଛିଛନ୍ତି । ତେବେ ଲୋକେ ଏହା ବି କହୁଛନ୍ତି ଯେ ଧୋନିଙ୍କ ଏହା ଅନ୍ତିମ IPL ଟୁର୍ନାମେଣ୍ଟ ମଧ୍ୟ ହୋଇପାରେ ।