ଏମିତି କଣ ହେଲା ଯେ ସିଜନ ଅଧାରୁ ଧୋନିଙ୍କ ପରେ ଏବେ ଦଳର ଅଧିନାୟକ ପଦ ଛାଡ଼ିଲେ ଜାଡେଜା ? କିଏ ହେବ ନୂତନ ଅଧିନାୟକ

 

IPL 2022 ରେ CSK ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଛି । ଏମିତିରେ ଦଳର ଅଧିନାୟକ ଉପରେ ଅତ୍ୟନ୍ତ ଚାପ ପଡିଥିଲା, ଏବେ ଦଳରୁ ଏକ ବଡ଼ ପରିବର୍ତ୍ତନର ଖବର ଶୁଣିବାକୁ ମିଳିଛି। ପ୍ରକୃତରେ ଚଳିତ ବର୍ଷ ସିଏସକେ ଦଳର ଅଧିନାୟକ ଥିବା ରବୀନ୍ଦ୍ର ଜାଡେଜା ସିଜନ ମଝିରୁ ନିଜ ପଦ ଛାଡ଼ି ଦେଇଛନ୍ତି।

ସୂଚନା ଅନୁଯାୟୀ, ଦଳ ପୁଣି ଥରେ ଏମଏସ୍ ଧୋନିଙ୍କୁ ଅଧିନାୟକ ଭାର ସମର୍ପି ଦେଇଛି। ଦଳର ଖରାପ ପ୍ରଦର୍ଶନ ପରେ ଜାଡେଜା ପଦ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ତେବେ, ଏବେ ସିଏସକେ ଦଳର ପକ୍ଷରୁ ଅଫିସିଆଲ ଭାବରେ ଏହି ଘୋଷଣା କରାଯାଇଛି।

ଜାଡେଜା ଜଣେ ଖେଳାଳି ଭାବରେ ନିଜ ପ୍ରଦର୍ଶନ ଉପରେ ଅଧିକ ଧ୍ୟାନ ଦେବାପାଇଁ ଏଭଳି ନିଷ୍ପତ୍ତି ନେଇଥିବା ଦଳ ପକ୍ଷରୁ କୁହାଯାଇଛି। ଜାଡେଜା ଅଧିନାୟକ ପଦ ଛାଡ଼ିବା ପରେ ପୁଣିଥରେ ଅଧିନାୟକ ହେବାପାଇଁ ଧୋନିଙ୍କୁ ଅନୁରୋଧ କରାଯାଇଥିଲା। ଦଳର ହିତକୁ ଦୃଷ୍ଟିରେ ରଖି ଧୋନି ଏହାକୁ ରକ୍ଷା କରିଛନ୍ତି।